ହେଡଲାଇନସ୍:

ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ତିର୍ତ୍ତୋଲ(ରମେଶ ମହାନ୍ତି)

ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ପିପଳ ମାଧବ ପଞ୍ଚାୟତ ଧର୍ମେଶ୍ୱର ଶୈବପୀଠ ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇଥିବା  ଧର୍ମେଶ୍ୱର ଭାଗବତ ପ୍ରଚାର ସମିତି ପକ୍ଷରୁ ଭାଗବତ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି  । ଏହି କାର୍ଯ୍ୟକ୍ରମରେ ବାବାଜୀ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜଜୀ ପ୍ରବଚକଭାବେ ଯୋଗଦେଇ ଜଗନ୍ନାଥ ସଂସ୍କୃତି ଉପରେ ପ୍ରବଚନ ଦେଇ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମକ ପରିବେଶ ସଅଷ୍ଟି କରିଥିଲେ  ।  ଅନ୍ୟମାନଙ୍କ ମଧ୍ୟରେ ଶ୍ରୀରାମ କଥାମ୍ବୃତ ପ୍ରଚାରକ ରାମାୟଣୀ ପଣ୍ଡିତ ଅଭୟ ଦାଶ(ବୁଲୁନନା), ରାମ ବାବା ଓ ଅନ୍ୟ ସହଯୋଗୀ ବୃନ୍ଦ ଏହି ପ୍ରବଚନ କାର୍ଯ୍ୟକ୍ରମରେ ଭାଗନେଇଥିଲେ  । ଅନୁଷ୍ଠାନର ସଭାପତି ଜେନାମଣି ଶୈଳେନ୍ଦ୍ର କୁମାର ରାୟ, ସମ୍ପାଦକ ସନ୍ତୋଷ ଦାସ, କୋଷାଧ୍ୟକ୍ଷ ବିଷ୍ଣୁ ଚରଣ କାନୁନ୍ଗୋ, ପଦ୍ମ ଚରଣ ବିଶ୍ୱାଳ, କ୍ଷୀରୋଦ ମହାନ୍ତି, ପରକ୍ଷୀତ ସେଠୀ, ଆଶିଷ୍ ସେଠୀ, ସୁରେନ୍ଦ୍ର ଖୁଣ୍ଟିଆ, ଗୌରାଙ୍ଗ ବେହେରା, କେଳୁ ଚରଣ ଲେଙ୍କା, ନିଳମଣି ଶତପଥି, ଶୁକାନ୍ତ ନାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ  ସହଯୋଗ କରୁଥିଲେ  ।

0
0
0
s2sdefault