ହେଡଲାଇନସ୍:

ମଣିଜଙ୍ଗାରେ କାର୍ତ୍ତିକେଶ୍ୱର ପୂଜା ଓ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତିର୍ତ୍ତୋଲ(ରମେଶ ମହାନ୍ତି ) - ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟକ - ପାରାଦ୍ୱିପୀ ରାସ୍ତା ମଣିଜଙ୍ଗା ବଜାର ଠାରେ ୧୯୬୪ ମସିହାରୁ ମଣିଜଙ୍ଗା କାତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ କାର୍ତ୍ତିକେଶ୍ୱରଙ୍କ ପୂଜା, ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କୁ ନେଇ ମୁକ୍ତ ମଞ୍ଚ ନାଟକ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି  । ଏହି ଅବସରରେ କଳସ ଶୋଭାଯାତ୍ରା, ଅଙ୍କୁରାରୋପଣ, ଘଟସ୍ଥାପନ ଓ  ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ କରାଯାଇଥିଲା  । ଭିନ୍ନ ପରମ୍ପରାରେ ଏହି ମଣ୍ଡପରେ କାର୍ତ୍ତିକେଶ୍ୱରଙ୍କ ମୃଣମୟ ମୃତ୍ତି ପୂଜା କରାଯିବା ସହିତ ପ୍ରଥମାଷ୍ଟମୀଦିନ ଠାକୁରଙ୍କୁ ନବବସ୍ତ୍ର ପରିଧାନ କରାଯାଇ ପୋଢ଼ୁଅାଁ କରାଯାଇଥାଏ  । ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଓ ଭକ୍ତ ପୋଢ଼ୁଅାଁ ଅଷ୍ଟମୀ ଦିନ ଭିଡ଼ ପରିଲକ୍ଷିତ ହୋଇଥାଏ  । ଏହା ସହିତ ମଣିଜଙ୍ଗାର  ସାହାଡ଼ା ସୁନ୍ଦରୀ ଡ଼୍ରାମାଟିକ୍ କ୍ଲବ  ବୁଢ଼ା ସାମନ୍ତରାୟ ନିଦେ୍ର୍ଧଶିତ ନାଟକ “କହିବାକୁ ମୋତେ ଲାଜ ଲାଗୁଛି”, ମା କେନ୍ଦୁଳାଇ ଡ଼୍ରାମାଟିକ୍ କ୍ଲବ ଇନ୍ଦ୍ରପାର ବିକ୍ରମ ମହାପାତ୍ର ନିର୍ଦ୍ଦେଶିତ  ନାଟକ “ ଆଖିରୁ ଓଠ ଅଳ୍ପ ବାଟ”, ରାହାମା ବରୁଣ୍ଡି  ଡ଼୍ରାମାଟିକ୍ କ୍ଲବ ବାବୁନା ନାଥ ଶର୍ମାଙ୍କ ନିଦେ୍ର୍ଧଶିତ ନାଟକ “ରାମ ବନବାସ କାହାଣୀ ଶେଷ” ଓ ସୁଜ୍ଜାଉଦ୍ଧିନ ନଗର ପାଟଣା ଡ଼୍ରାମାଟିକ୍ କ୍ଲବର ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କ ନିର୍ଦ୍ଦେଶିତ ନାଟକ “ ଖରାପ ଝିଅର ଏମିତି ଗପ”ନାଟକ ପରିବେଷଣ କରାଯାଇଥିଲା  । ନାଟକ ପରିବେଷଣ କରାଯିବା ସହିତ ମେଲୋଡ଼ି, ଭଜନ ସନ୍ଧ୍ୟା, ଘୋଡ଼ାନାଚ, ପାଲା, ଡ଼୍ୟନ୍ସଡ଼୍ୟାନ୍ସ କାର୍ଯ୍ୟକ୍ରମ ପ୍ରଭୃତି ଅନୁଷ୍ଠିତ  ହୋଇଥିଲା  । କାର୍ତ୍ତିକେଶ୍ୱର ପୂଜା କମିଟିର ସଭାପତି ପ୍ରମୋଦ  କୁମାର ଖୁଣ୍ଟିଆ, ସମ୍ପାଦକ ସୁଧାକର ସାହୁ, କୋଷାଧ୍ୟକ୍ଷ ତପନ କୁମାର ଖୁଣ୍ଟିଆ ସମେତ କମିଟିର କର୍ମକର୍ତ୍ତାମାନେ ପରିଚାଳନାରେ ସକି୍ରୟ ସହଯୋଗ କରିଥିଲେ  । ଆଜି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଭଷାଣି ଉସôବ କରାଯାଇଥିଲା  ।

 

0
0
0
s2sdefault