ହେଡଲାଇନସ୍:

କୁମାର ଉତ୍ସବ କଳାକାରଙ୍କ ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ପର୍ବ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ତିର୍ତ୍ତୋଲ(ରମେଶ ମହାନ୍ତି)

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ  ତିର୍ତ୍ତୋଲ କୁମାର ଉତ୍ସବ ସମିତିର କଳାକାର ଓ ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ଉତ୍ସବ ମହାନଦୀ ପଠା ଝୁଲାବାବା ମଠ ପରିସରରେ ଅନୁଷ୍ଠାନ  ହୋଇଯାଇଛି  । ଗାଁ ଗହଳିରୁ ଧିରେ ଧିରେ କଳା ସଂସ୍କୃତି ଲୋପ ପାଇଯାଇଥିବାବେଳେ ତିର୍ତ୍ତୋଲ କୁମାର ଉତ୍ସବ  କଳାକାରମାନେଏହି କଳାକୁ ଉଜ୍ଜିବିତ କରି ରଖିଛନ୍ତି  । ଆଗାମୀ ଦିନରେ ହଜିଯାଇଥିବା କଳାକୁ କିଭଳିଭାବରେ ବିଭିନ୍ନ ଅନୁଷ୍ଠାନ ମାନଙ୍କଦ୍ୱାରା ଉଜ୍ଜିବିତ କରାଯାଇପାରିବ ସେଥିପ୍ରତି ଉପସ୍ଥିତ ଥିବା କଳାକାରମାନେ ଏହି ବନ୍ଧୁମିଳନ ଉତ୍ସବରେ ଶପଥ ଗ୍ରହଣ କରିଥିଲେ  । ଉପସ୍ଥିତ କଳାକାର ମାନେ ନାଟକ ନିର୍ଦ୍ଦେଶକ ତଥା ଆଇନଜିବୀ ପ୍ରୀତିଶ  ରଞ୍ଜନ ମହାନ୍ତି(ଚାବୁଲା)ଙ୍କୁ ମାନପତ୍ର ଓ ଉପଢେ଼øକନ ଦେଇ ସମ୍ବର୍ଦ୍ଧିତ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଏଥିରେ କୁମାର ଉତ୍ସବ ସମିତିର ନାଟ୍ୟ ପରିଚାଳକ ତୁଷାର ରଞ୍ଜନ ରାୟ, କଳାକାର ରଞ୍ଜନ କୁମାର ସ୍ୱାଇଁ, ସୁମନ୍ତ କୁମାର ପରିଜା, ସନ୍ତୋଷ ଆଚାର୍ଯ୍ୟ, ପ୍ରଶାନ୍ତ ଦାସ, ବିଭୂତି ଆଚାର୍ଯ୍ୟ, ଗଗନ ଦାସ, ଜୟନ୍ତ ପରିଜା, ସୁବାଶିଷ ଦାସ, ସାଗର ଦାସ, ସଞ୍ଜୟ ମହାପାତ୍ର, ଅରୁଣ ମହାନ୍ତି, ନବକୁମାର ମହାପାତ୍ର, ବାଇଧର ସାହୁ, ସନାତନ ମହାପାତ୍ର, ବାବୁ ଦାସ, ପ୍ରଭାସ ଦାସ, ଶଶିକାନ୍ତ ସାହୁ, ସ୍ମୃତି ରଞ୍ଜନ ଦାସ, ଧର୍ମାନନ୍ଦ ନାଥ, ବିଜୟ ଦାସ, ଦେବାଶିଷ ଖୁଣ୍ଟିଆଙ୍କ ସମେତ ଅନ୍ୟ କଳାକାରମାନେ ଏହି ବନ୍ଧୁମିଳନ ଉସôବରେ ଯୋଗଦେଇଥିଲେ  ।

 

 

 

 

 

 

 

0
0
0
s2sdefault