ହେଡଲାଇନସ୍:

ଶିକ୍ଷା ଓ ଯୁଗଳବନ୍ଦୀ  ହିଁ ଦେଶର ସବୁଜ ବିପ୍ଳବର ସ୍ୱପ୍ନକୁ ସାକାର କରିପାରିବ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ପଞ୍ଚମ ବୋଡାସମ୍ବର ପୁସ୍ତକ ମେଳାର ଚତୁର୍ଥ ସନ୍ଧ୍ୟାରେ ଶିକ୍ଷା ଓ ଯୁଗଳବନ୍ଦୀ ହିଁ ଦେଶର ସବୁଜ ବିପ୍ଳବର ସ୍ୱପ୍ନକୁ ସାକାର କରିପାରିବ ବୋଲି  ଅତିଥି ମାନେ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଅଶୋକ କୁମାର ବହିଦାର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ,ଜେନିଥ ଦ ଲାୟନ ଗୁରୁକୁଳ ତରଫରୁ ଆନନ୍ଦ ସାହୁ, କରନଜିତ୍ ସିଂ ଗିଲ୍,ଜାତିକୃଷ୍ଣ ସାହୁ ଓ ଜୀବର୍ଦ୍ଧନ ପ୍ରଧାନଙ୍କ ସଂଯୋଜନାରେ କୁଇଜ କାର୍ଯ୍ୟକ୍ରମର ଆୟୋଜନ  କରାଯାଇଥିଲା। ଚତୁର୍ଥ ସନ୍ଧ୍ୟାରେ 'ପାରଂପାରିକ ବନାମ ସାଂସ୍କୃତିକ ଚାଷ'ପ୍ରସଙ୍ଗ ଉପରେ ଅନୁଷ୍ଠିତ ଆଲୋଚନା ଚକ୍ର କୁ ଧୀରେନ୍ଦ୍ର ଶାସ୍ତ୍ରୀ ସଂଯୋଜନା କରିଥିବା ବେଳେ ମହେଶ୍ୱର ସାହୁ ଅଧ୍ୟକ୍ଷତା କରିଥିଲେ । ଆଲୋଚକ ଭାବେ ଅଶୋକ କୁମାର ସାହୁ ଓ ବାଂଛାନିଧି ନାୟକ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହାପରେ କବି ସନ୍ତୋଷ ମିଶ୍ରଙ୍କ କବିତା ସଂକଳନ 'ମିଟିଠ...ମିଟିଠ'ଏବଂ କବି ଯୋଗେଶ୍ବର ବିଶ୍ବାଳଙ୍କର କବିତା ସଙ୍କଳନ 'ଦେଖ ଦୁନିଆର ଚଳନ' ଲୋକାର୍ପଣ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରାବଣୀ ଦାଶ କଣ୍ଠ ଦାନକରି ଦର୍ଶକ ମାନଙ୍କ ମନ ମୁଗ୍ଧ କରି ଦେଇଥିଲେ ।ଏଥି ସହିତ ଦହିତା ଆଶ୍ରମ ସ୍କୁଲର ତିଲୋତ୍ତମା ବରିହା ଓ ପ୍ରୀତି ଭୁଏ ସମ୍ବଲପୁରୀ ଏକକ ନୃତ୍ୟ ପରିବେଷଣ କରିଥିଲେ । ପରେ ବିଦ୍ୟାଳୟର ଛାତ୍ରୀମାନେ ଏକ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।ଏଇ ସଂଧ୍ୟ୍ୟାରେ ଟିକୁନୁ ସାହୁଙ୍କ ସହାୟତାରେ 'ବ୍ୟଙ୍ଗ କବିତା ଆସର' ହୋଇଥିଲା । କବି କୃଷ୍ଣଚନ୍ଦ୍ର ଭୋଇ, ଯୋଗେଶ୍ବର ବିଶ୍ବାଳ,ଧର୍ମଦୀପ ଭୁଏ,ରବିଚନ୍ଦ୍ର ସାହୁ, ରସିକଚନ୍ଦ୍ର ବେହେରା,ରୋହିତ ଭୋଇ, ପ୍ରମୁଖ ବ୍ୟଙ୍ଗ କବିତା ଶୁଣାଇଥିଲେ। ଚତୁର୍ଥ ସନ୍ଧ୍ୟାର ଏହି ସମଗ୍ର କାର୍ଯ୍ୟକ୍ରମକୁ ସମାଜସେବୀ ନୀରୋଜ ଦୋରା , ଦ୍ବାଦଶ ପ୍ରଧାନ, ପ୍ରୀତିରଂଜନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ଶେଷରେ କାର୍ତ୍ତିକ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault