ହେଡଲାଇନସ୍:

"ଭାଷାର ବିକାଶ ପାଇଁ ପୁସ୍ତକ ପ୍ରକାଶନ ହିଁ ଏକ ଶ୍ରେଷ୍ଠ ମାଧ୍ୟମ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମନ କିଣି ନେଲା ସମ୍ବଲପୁରୀ ନାଟକ 'ମନ୍' 

ପଦ୍ମପୁର/ନୀଳ ଦୀପ: ଭାଷାର ବିକାଶ ପାଇଁ ପୁସ୍ତକ ପ୍ରକାଶନ ହିଁ ଏକ ଶ୍ରେଷ୍ଠ ମାଧ୍ୟମ ବୋଲି, ବୋଡାସମ୍ବର ପୁସ୍ତକ ମେଳା ର ତୃତୀୟ ସଂଧ୍ୟ୍ୟାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋରଜଂନ ସିଂ ବରିହା ମତ ଦେଇଥିଲେ।ପ୍ରଥମ ପର୍ଯ୍ୟାୟରେ ଗଙ୍ଗାଧର ସ୍ମୁତି ପରଷଦ ଓ ନାୟକ ବୁକ୍ ଷ୍ଟୋର ଦ୍ବାରା ପ୍ରୟୋଜିତ କୁଇଜ କାର୍ଯ୍ୟକ୍ରମକୁ ପ୍ରୀତିରଂଜନ ପ୍ରଧାନ ଓ ଅଶୋକ କୁମାର ବହିଦାର ସଂଚାଲନ କରିଥିଲେ।ଏହାପରେ କବି ସନ୍ତୋଷ ମିଶ୍ରଙ୍କର ସମ୍ବଲପୁରୀ କବିତା ସଙ୍କଳନ 'ନିଆରା' କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିବା ବେଳେ ଡଃ.ଜୟକେତନ ତ୍ରିପାଠୀ ପୁସ୍ତକର ସମୀକ୍ଷା କରିଥିଲେ । ଏଇ ସଂଧ୍ୟ୍ୟାରେ 'କୋଶଲ ରାଜ୍ୟ ଦାବି' ପ୍ରସଙ୍ଗ ଉପରେ ଆୟୋଜିତ ଆଲୋଚନାରେ ଡଃ.ମାନଭଂଜନ ପ୍ରଧାନ ସଂଚାଲନ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବରିହା ଅଧ୍ୟକ୍ଷତା କରିଥିଲେ । ଆଲୋଚକ ଭାବେ ଯୁବ ଆଇନଜୀବୀ ପ୍ରଶାନ୍ତ ମାଝୀ ଓ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ବିଭିନ୍ନ ଦିଗ ଉପରେ ଆଲୋକପାତ ପାତ କରିଥିଲେ ।ଅଂଜନ ପ୍ରଧାନଙ୍କ ପ୍ରଯୋଜନା ଅଂଜଳି ପରିଡା ଓଦଳ ଦ୍ବାରା ପରିବେଷିତ ସମ୍ବଲପୁରୀ ନୃତ୍ୟ ତଥା ପଦ୍ମପୁରର ବୋଡାସମ୍ବର ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରାଜେନ୍ଦ୍ର ମହାନ୍ତି ଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ ନାଟକ 'ମନ୍' ମଞ୍ଚସ୍ଥ ହୋଇ ଦର୍ଶକ ମାନଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗେଇ ଦେଇଥିଲା।ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ମହେଶ୍ୱର ସାହୁ,ସମାଜ ସେବୀ ନୀରୋଜ ଦୋରା, ରମେଶ ଗୁଲ୍ଲା,କରୁଣାକର ମେହେର, ଦୁର୍ଗାଶୀଷ ପଟ୍ଟନାୟକ, ଶେଷଦେବ ମେହେର, ଅଧ୍ୟାପିକା ରୀନା ଧର୍ମ ବିନାୟକ,ବିଶ୍ରାମ ମେହେର ପ୍ରମୁଖ ସହଯୋଗ କରିଥିଲେ ।ପରିଶେଷରେ ମନୋରଞ୍ଜନ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault