ହେଡଲାଇନସ୍:

  କୋଣାର୍କ ନୃ୍ତ୍ୟ ଉତ୍ସବ  ଉଦ୍ଘାଟିତ :  ଓଡିଶୀରେ କୋଣାର୍କ ମାହାତ୍ମ୍ୟ ଓ ଭାରତନାଟ୍ୟମ ଦେବୀ ମାହାତ୍ମ୍ୟ ମନ ମୋହିଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁୁବନେଶ୍ୱର/Kumar Abhisekh  ଓଡିଶା ପର୍ଯ୍ୟଟନ ବିଭାଗ, ପର୍ଯ୍ୟଟନ ଉନ୍ନୟନ ନିଗମ ଏବଂ ଓଡିଶା ସଂଗୀତ ନାଟକ ଏକାଡେମୀ ଆୟୋଜିତ କୋଣାର୍କ ଉସôବ ୨୦୧୮ର ମୁକ୍ତାକାଶ ମଚଂରେ କୋଣାର୍କ ଉତ୍ସବ  ଆନୁଷ୍ଠାନିକ  ଉଦ୍ଘାଟିତ  ହୋଇଯାଇଛି । ତ୍ରୟୋଦଶ ଶତାଦ୍ଧୀ ନିର୍ମିତ କୋଣାର୍କର ସୂର୍ସ୍ୟମନ୍ଦିର ପାଦଦେଶରେ ଆୟୋଜିତ ଏହି ଆର୍ନ୍ତଜାତୀୟ ଉସôବରେ ଶାସ୍ତ୍ରୀୟ ଓଡିଶୀ ଓ ଭାରତନାଟ୍ୟମ ନୃତ୍ୟର ପରିବେଷଣ ଖୁବ ମନଛୁଆଁ ଥିଲା । ନୃତ୍ୟାୟନ ଅନୁଷ୍ଠାନର ପ୍ରଥମ ପ୍ରସ୍ତୁତିରେ ରହିଥିଲା ଜଗତଗୁୁରୁ ଶଙ୍କରାଚାର୍ଯ୍ୟ ବିରଚିତ ନିର୍ବାଣ ଅଷ୍ଟକମ୍ ଆଧାରିତ ଶିବୋହଂ ଶିବୋହଂ । ପରେ ପରେ ବିରବାଣୀ ପଲ୍ଲବୀର ଶୁଦ୍ଧନୃତ୍ୟ ଓ ସୂର୍ଯ୍ୟ ପୁରାଣ ଆଧାରିତ କୃଷ୍ଣ ତନୟ ଶାମ୍ବଙ୍କୁ ଅଭିଶାପ ଓ ସୂର୍ଯ୍ୟ ଉପାସନାକୁ ନେଇ ଶାପ ମୁକ୍ତି ପ୍ରସଗଂକୁ ଅତି ନିଖୁଣ ଭାବେ ପରଶି ଦେଇଥିଲେ ନୃତ୍ୟାୟନ ଅନୁଷ୍ଠାନର ଶିଳ୍ପୀଗଣ । 

      ଦ୍ୱିତୀୟ ଚରଣରେ ରମା ବୈଦ୍ୟନଥନ୍ ଭାରତ୍ନାଟ୍ୟମ୍ ନୃତ୍ୟକୁ  ଉପସ୍ଥାପନ କରିଥିଲେ ଯାହାର ପ୍ରଥମ ପ୍ରସ୍ତୁତିରେ ଥିଲା ଦେବୀ ସ୍ତୁତି । ଦେବୀ ବନ୍ଦନାର ସୁନ୍ଦର ଚିତ୍ରକୁ ପ୍ରକାଶ କରିଥିଲେ ଶିଳ୍ପୀଗଣ । ପରେ ପରେ କାଶୀ ଓ ବାରଣାସୀର ପୌରାଣିକ ଓ ଆଧ୍ୟାତ୍ମୀକ ଗୁରୁତ୍ୱ ବହନ କୁରୁଥିବା ସଂଯୋଜନା କାଶୀ ଉପସ୍ଥାପିତ ହୋଇଥିଲା  ଓ ଅନ୍ତିମ ପ୍ରସ୍ତୁତିରେ ରହିଥିଲା ତିଲ୍ଲନା

ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅ୍ରଶୋକ ପଣ୍ଡା କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବର ଆନୁଷ୍ଠାନିକ  ଉଦ୍ଘାଟନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାସ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ବ୍ରହ୍ମଗିରି ବିଧାୟକ ସଞ୍ଜୟଦାସ ବର୍ମା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ଜିଲ୍ଲା ପରିଷଦ ଅଧକ୍ଷ ଜ୍ୟୋତିର୍ମୟ ଦଳେଇ, ସଂସ୍କୃତି ସଂରକ୍ଷକ ଆର. ବାଲକି୍ରଷ୍ଣ, ସଂସ୍କୃତି ଶାସନ ସଚିବ, ମନୋ ରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକ, ଉପ ନିର୍ଦ୍ଦେଶକ ଉତ୍ପଳ  ପତି, ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଡ. ବିଜୟ କୁମାର ଜେନା, ଡ. ସଂଗୀତା ଗୋସାଇଁ ।  ଡ. ମୃତ୍ୟୁଞ୍ଜୟ ରଥ ଓ ଡ. ସାଧନା ଶ୍ରୀବାସ୍ତବ ମଚଂ ସଯୋଜନା କରିଥିଲେ ।

0
0
0
s2sdefault