ହେଡଲାଇନସ୍:

"ଅଧ୍ୟୟନ ମଣିଷ ଜୀବନରେ ଅନେକ ସମାଧାନର ସୂତ୍ର ସ୍ଥାପନ କରିଥାଏ"

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

"ଲୁ" ପକ୍ଷରୁ  ନାଟକ "ଇସ୍ତାଫା" ଦର୍ଶକଙ୍କ ମନ କିଣିନେଲା 

ପଦ୍ମପୁର/ନିଳ ଦୀପ

ଗୁରୁପ୍ରକାଶନୀ ପଦ୍ମପୁର ଦ୍ବାରା ଆୟୋଜିତ ପଞ୍ଚମ ବୋଡାସମ୍ବର ପୁସ୍ତକ ମେଲାର ଦ୍ବିତୀୟ ସନ୍ଧ୍ୟାରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଅଧ୍ୟକ୍ଷ ପ୍ରଫେସର ଡଃ ଲଲିତେନ୍ଦୁ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁସ୍ତକ ଅଧ୍ୟୟନମଣିଷ ଜୀବନରେ ଅନେକ ସମାଧାନର ସୂତ୍ର ସ୍ଥାପନ କରିଥାଏ ବୋଲି ମତ ପ୍ରକାଶ କରିଥିଲେ ।ପ୍ରଥମ ପର୍ଯ୍ୟାୟରେଅଶୋକ କୁମାର ବହିଦାର ଏବଂ କରୁଣାକର ମେହେରଙ୍କ ସଞ୍ଚାଳନରେ ହେଲୋ କିଡସ ସ୍ମାର୍ଟ ତରଫରୁ ପ୍ରାୟୋଜିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଅଧ୍ୟାପିକା ରୀତାଞ୍ଜଳି ଗୁରୁ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାଏକଙ୍କ ସଭାପତିତ୍ବରେ ଦ୍ବିତୀୟ ଦିବସର ଆଲୋଚନା ଚକ୍ର "ମୋବାଇଲ ଫୋନ କେତେ ଭଲ କେତେ ମନ୍ଦ" ପ୍ରସଙ୍ଗ ଉପରେ ଅନୁଷ୍ଠିତ ହୋଇଥିଲା ।ଏହି ଆଲୋଚନାଚକ୍ରକୁ ଅଧ୍ୟାପକ ସନ୍ତୋଷ ସିଂ ଠାକୁର ସଂଯୋଜନା କରିଥିବା ବେଳେ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବଢେଇ ଓ ଶ୍ରୀଯୁକ୍ତ ମାନସ ମହାନ୍ତି ଆଲୋଚକ ଭାବେ ଯୋଗଦେଇ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ ।ଆଲୋଚନା ଶେଷରେ ଡଃ ସରୋଜ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଅଧ୍ୟାପକ ଦୁର୍ଗାଶିଷ ପଟ୍ଟନାୟକଙ୍କ ସଂଯୋଜନାରେ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପୂଜାପୁରବି ବହିଦାରଙ୍କ ନିର୍ଦେଶନାରେ ଚନ୍ଦ୍ରାବତୀ ସ୍କୁଲର ଛାତ୍ରୀ ମାନେ  ଚିତ୍ତାକର୍ଶକ ନୄତ୍ୟ ପରିବେଷଣ କରିଥିଲେ ।

ପରେ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ "ଲୁ" ତରଫରୁ ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ ଲିଖିତ ତଥା ଜଗନ୍ନାଥ ସେଠଙ୍କ ନିର୍ଦେଶିତ ନାଟକ "ଇସ୍ତାଫା" ସଫଳତାର ସହିତ ମଞ୍ଚସ୍ଥ ହୋଇଥିଲା ।ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ସମଗ୍ର କାର୍ଯ୍ୟକ୍ରମକୁ ମନୋହର ସାହୁ, ସମାଜସେବୀ ନିରୋଜ ଦୋରା,ଡଃ ଜୟକେତନ ତ୍ରିପାଠୀ ଓ ରମେଶ ଗୁର୍ଲା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

 

0
0
0
s2sdefault