ହେଡଲାଇନସ୍:

ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ବାସ୍ତବ ଚିତ୍ରର ଅବତାରଣା କଲେ ‘ଆମ ସୃଷ୍ଟି’ର କଳାକାର     

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) :ନାଟକରେ ମୌଳିକତା ଓ ବାସ୍ତବତା ନ ରହିଲେ ଏହା ନାଟକ ପଦବାଚ୍ୟ ହୋଇ ପାରିବନି । ଏପରି ନାଟକ ଦର୍ଶକଙ୍କୁ ବାନ୍ଧି ରଖି ପାରିବ ନାହିଁ । ତେଣୁ ଦର୍ଶକଙ୍କ ଋଚିକୁ ଚାହିଁ ନାଟକ ରଚନା ହେବା ଉଚିତ ବୋଲି ଭଦ୍ରକ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଯୋଗଦେଇଥିବା ଆମନ୍ତ୍ରୀତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ‘ସଂକେତ’ ନାଟ୍ୟ ସଂସ୍ଥାର ମୁଖ୍ୟ ବାଦଲ ସିକଦାରଙ୍କ ସଭାପତିତ୍ୱରେ ସ୍ଥାନୀୟ ଶହିଦ ସ୍ମୃତି ଭବନ ଠାରେ ଅନୁଷ୍ଠିତ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସଂଧ୍ୟାର କାର୍ଯ୍ୟକ୍ରମରେ ନାଟ୍ୟ ଗବେଷକ ଡ଼. କ୍ଷୀରୋଦ କୁମାର ସାମଲ, ନାଟ୍ୟକାର ଅଟଳ ବିହାରୀ ନାୟକ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, କବି ପ୍ରମୋଦ ରାୟ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସଂଚାରର ସଂପାଦକ ଶୁଭେନ୍ଦୁ ଲେଙ୍କା ସ୍ୱାଗତ ଭାଷଣ ପରେ, କବି ପ୍ରମୋଦ ରାୟ ଅତିଥି ପରିଚୟ ଓ ଅନସୂୟା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମେ ପ୍ରିୟସ୍ୱିନୀ ଦାସ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସଭାକାର୍ଯ୍ୟ ପରେ ଭୁବନେଶ୍ୱରର ‘ଆମେ ସୃଷ୍ଟି’ ନାଟ୍ୟ ସଂସ୍ଥାର କଳାକାରଙ୍କ ଦ୍ୱାରା ଏକ ବାସ୍ତବଧର୍ମୀ ଓ ସଚେତନତାମୂଳକ ନାଟକ ‘ପାର୍ଲି’ ପରିବେଷିତ ହୋଇଥିଲା । ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ରଚିତ, ଲାଲା ବିରେନ ରାୟଙ୍କ ନିର୍ଦ୍ଦେଶିତ  ଓ ଶକ୍ତି ମିଶ୍ରଙ୍କ ସଂଗୀତର ମୁର୍ଛନା ମଧ୍ୟରେ ପରିବେଷିତ ହୋଇଥିଲା ଏହି ନାଟକ । ଜଣେ ଆଦିବାସୀ ଝିଅ ‘ସମାରୀ’ପ୍ରତି ନିର୍ଯ୍ୟାତନା ଓ ଶୋଷଣ ଏବଂ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ନାଟକରେ । ସିରିଏଲ କଳାକାର ମନିଷା ରଥ, ମୋନିକା ସାହୁ, ଲକ୍ଷ୍ମୀପ୍ରିୟା ସେନାପତି, ନନ୍ଦନ ସାହୁଙ୍କ ପରି ୧୨ଜଣ କଳାକାର ନାଟକର ବିଷୟବସ୍ତୁକୁ  ଜୀବନ୍ତ କରି ଗଢି ତୋଳିଥିଲେ । କଳାକାରଙ୍କ ଜୀବନ୍ତ ଅଭିନୟ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା । 

0
0
0
s2sdefault