ହେଡଲାଇନସ୍:

ତିର୍ତ୍ତୋଲ ଚେଳିତୋଳ ବାଲିଯାତ୍ରା ଉଦଯାପିତ : ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତିର୍ତ୍ତୋଲ/ରମେଶ ମହାନ୍ତି  : ତିର୍ତ୍ତୋଲ ବଜାର ନିକଟସ୍ଥ ଗୋପିଆକୁଦ ମହାନଦୀ ବେଳାଭୂମିରେ ଚାଲିଥିବା ଚେଳିତୋଳ ବାଲିଯାତ୍ରା ମହୋତ୍ସବ ୨୯ତାରିଖ ଗୁରୁବାର ଉଦଯାପିତ ହୋଇଯାଇଛି। ଶେଷ ସଂନ୍ଧ୍ଯାର ସାଂସ୍କୃତିକ ମଞ୍ଚରେ ବିଭିନ୍ନ ନୃତ୍ୟ,ସଂଗିତ,ମେଲୋଡି ଆଦି ପରିବେଷଣ କରାଯାଇଥିଲା । ଏହି ଅବସରରେ ତିର୍ତ୍ତୋଲ ବିଧାୟିକା ତଥା ଚେଳିତୋଳ ବାଲିଯାତ୍ରା କମିଟି ସଭାପତି ଡା.ରାଜଶ୍ରୀ ମଲ୍ଲିକ ତିର୍ତ୍ତୋଲ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ,ସ୍ମାରକୀ ଫଳକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିଲେ।ପରେ ଅନ୍ୟ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ରାବଣ ପୋଡ଼ି ସହ ଆତସବାଜି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୭ଦିନଧରି ଚେଳିତୋଳ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମହୋତ୍ସବ କାର୍ଯ୍ୟକ୍ରମ ବିଧାୟିକା ଡା.ରାଜଶ୍ରୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଓ ଇଂ ଆଶୁତୋଷ ମଲ୍ଲିକଙ୍କ ପରିଚାଳନାରେ ସମାପନ ହୋଇଛି। ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟ ପ୍ରବୀର ରାୟ,ସନାତନ ଦଳାଇ,ଡେଜାଲିନ ମହାପାତ୍ର,ପରିଷଦର ଉପସଭାପତି ଗଙ୍ଗାଧର ବିଶ୍ୱାଳ ସମ୍ପାଦକ ଚିତ୍ତରଞ୍ଜନ ରଥ, ଅରବିନ୍ଦ ହୋତା, ସୁବ୍ରତ ଦାସ, ତପନ ମହାନ୍ତି, ଶାରଦା ମଲ୍ଲିକଙ୍କ ସମେତ ପରିଷଦର ସମସ୍ଥ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। ତିର୍ତ୍ତୋଲ ପୋଲିସ, ଅଗ୍ନିଶମ ବିଭାଗ, ତିର୍ତ୍ତୋଲ କଲେଜ ଏନସିସି ଓ ଏନ ଏସ ଏସ କ୍ୟାଡେଟ ମାନେ ସହଯୋଗ କରିଥିଲେ।

0
0
0
s2sdefault