ହେଡଲାଇନସ୍:

ପଞ୍ଚମ ବୋଡାସମ୍ବର ପୁସ୍ତକ ମେଲା ଉଦଘାଟିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/Nila Deep - ପୁସ୍ତକ ହିଁ ମଣିଷକୁ ସଫଳତା ଆଡକୁ ବାଟ ଦେଖାଇବା ପାଇଁ ଏକ ବିଶେଷ ଆଧାର ।ପଦ୍ମପୁର ସହରର ରିକ୍ରିଏସନ ସେଣ୍ଟର ଠାରେ ପଞ୍ଚମ ବୋଡାସମ୍ବର ପୁସ୍ତକ ମେଲା ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରକାର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମା ସମଲେଶ୍ବରୀ ଓ ମା ବାଗଦେବୀ ସରସ୍ବତୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରି ଶୁଭ ଉଦଘାଟିତ କରିଥିଲେ । ଶ୍ରୀଯୁକ୍ତ ଅଶୋକ ବହିଦାରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗୁରୁପ୍ରକାଶନୀର ସଭାପତି ପ୍ରଫେସର ମହେନ୍ଦ୍ର କୁମାର ଭୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଲେ ଡଃ ପ୍ରମୋଦ କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ସମ୍ପାଦକ ଡଃ ମାନଭଞ୍ଜନ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ କବି ସନ୍ତୋଷ କୁମାର ମିଶ୍ରଙ୍କ  କବିତା ସଙ୍କଳନ "ସୁମନ ସୌରଭ" ମୁଖ୍ୟ ଅତିଥି ତଥା ଅନ୍ୟ ସଭ୍ୟ ମାନଙ୍କ ଦ୍ବାରା ଲୋକାର୍ପଣ କରାଯାଇଥିଲା ।ଏକ ଛୋଟିଆ ସହରରେ ସୁନ୍ଦର ଭାବରେ ପୁସ୍ତକ ମେଲା ଆୟୋଜନ କରାଯାଇଥିବାରୁ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ବ୍ୟକ୍ତ କରିଥିଲେ ଓ ଖୁସି ପ୍ରକାଶ କରିଥିଲେ । ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ କେଶରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ପ୍ରଥମ ଦିନର ଆଲୋଚନାରେ ଡଃ ବାନ୍ଛାନିଧି ପଣ୍ଡା ଓ ଶ୍ରୀମତୀ ନନ୍ଦିନୀ ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରି "ପୁସ୍ତକ ମେଲା କାହିଁକି" ପ୍ରସଙ୍ଗରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।ଏହି ସନ୍ଧ୍ୟାରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ କୄତି ଶିକ୍ଷକ ବିଶିକେଶନ ସତପଥି ଓ ଦ୍ବାଦଶ ପ୍ରଧାନ ଏବଂ ପାର୍ବତୀ ଗିରି ସେବା ସମ୍ମାନରେ ଯୁବ ରକ୍ତଦାତା ସଂଜୀବ କୁମାର ପାଣିଗ୍ରାହୀଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ତୀର୍ଥବାସି ପଣ୍ଡା ,ଶେଷଦେବ ମେହେର ଓ ପ୍ରିତିରଞ୍ଜନ ପ୍ରଧାନ ଙ୍କ ସଞ୍ଚାଳନରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଅଂଜଲୀ ପରିଡାଙ୍କ ନିର୍ଦ୍ଦେଶନାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ମାନେ ଏକ ରଂଗାରଂଗ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନ ମୋହି ନେଇଥିଲେ ।ଶେଷରେ ଡଃ ଜୟକେତନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।ଅଧ୍ୟାପକ ସନ୍ତୋଷ ସିଂ ଠାକୁର,ସମାଜସେବୀ ନିରୋଜ ଦୋରା,ମୁକ୍ତେଶ୍ଵର ସାହୁ ଓ ରମେଶ ଗୁର୍ଲା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 

0
0
0
s2sdefault