ହେଡଲାଇନସ୍:

ଡିସେମ୍ବର ୨ରେ ମୟୁରଭଞ  ସାହିତ୍ୟ ପରିଷଦ ର ବାର୍ଷିକ ଉତ୍ସବ : ସମ୍ମାନୀତ ହେବେ ଚାରିଜଣ ବିଶିଷ୍ଟ ସାହିତ୍ୟିକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା-(ଦିଲ୍ଲୀପ ମହାନ୍ତି) ଆଗାମୀ ଡିସେମ୍ବର ମାସ ୨ ତାରିଖ ଜିଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୟୁରଭଞ ସାହିତ୍ୟ ପରିଷଦ ତରଫରୁ ସ୍ଥାନୀୟ ରୋଟାରୀ ଭବନଠାରେ ଅନୁଷ୍ଠିତ  ହେବ ପରିଷଦର ୩୫ ତମ ବାର୍ଷିକ ଉତ୍ସବ  । ଏହି ଅବସରରେ ଚାରିଜଣ ବିଶିଷ୍ଟ ସାହିତ୍ୟିକ ଙ୍କୁ  ସମ୍ମାନୀତ କରାଯିବ ବୋଲି ମୟୁରଭଞ ସାହିତ୍ୟ ପରିଷଦ ର ସଭାପତି ପଦ୍ମନାଭ ସାହୁ ଓ ସମ୍ପାଦକ ମନୋଜ ଦଳବେହେରା ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି । ଏମାନେ ହେଲେ ଜୀବନବ୍ୟାପୀ ଓଡିଶା ସାରସ୍ୱତ କ୍ଷେତ୍ରକୁ ଅବଦାନ ପାଇଁ ଜିଲାର ବରିଷ୍ଠ ସାରସ୍ୱତ ସଂଗଠକ ଅଜିତ କୁମାର କବାଟ ଏବଂ ବିଛିନ୍ନାଳର ପ୍ରତିଷ୍ଠିତ  ଗାଳ୍ପିକା ଡ. ବିନୀ ଷଡଙ୍ଗୀ ଙ୍କୁ ମୟୁରଭଞ ସାହିତ୍ୟ ସମ୍ମାନ କରାଯିବ । ସେହିପରି ଜିଲାର ଖ୍ୟାତନାମା ଆଡଭକେଟ ତଥା କବି ସ୍ୱର୍ଗୀୟ ପ୍ରଫୁଲ କୁମାର ଓତା ଏବଂ ତାଙ୍କ ସହଧର୍ମିଣୀ ସରୋଜିନୀ ଦେବୀ ଙ୍କ ସ୍ମୃତିରେ ବାରିପଦାର ବରିଷ୍ଠ  କବୟତ୍ରୀ ଶାନ୍ତିଲତା ଆଚାର୍ଯ୍ୟ ଙ୍କୁ ସରୋଜିନୀ - ପ୍ରଫୁଲ ଓତା ସମ୍ମାନ , ମୟୁରଭଞ ସାହିତ୍ୟ ପରିଷଦର ପ୍ରତିଷ୍ଠାତା  ଉପସଭାପତି ଲକ୍ଷ୍ମୀ କୁମାର ଦାଶ ଙ୍କ ନାମରେ ପ୍ରଦାନ କରାଯାଉଥିବା ଲକ୍ଷ୍ମୀ କୁମାର ଦାସ ଯୁବ ସାହିତ୍ୟ ସମ୍ମାନ ଚଳିତ ବର୍ଷ ବିଶିଷ୍ଟ ଯୁବ ଗାଳ୍ପିକ ଶାନ୍ତନୁ କୁମାର ଜେନା ଙ୍କୁ ପ୍ରଦାନ କରାଯିବ । ଚଳିତ ବର୍ଷ ଉକ୍ତ ଉସôବରେ ଝାଡଖଣ୍ଡ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବିଛିନ୍ନାଞ୍ଚଳ ରେ ଓଡିଆ ଅନେ୍ଦାଳନ ର ପ୍ରବକ୍ତା ଡ. ଦୀନେଶ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଏବଂ ଶ୍ରୀ ସାହିତ୍ୟ ପତ୍ରିକାର ସଂପାଦକ ଶ୍ରୀକୃଷ୍ନ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଅଛି ।

0
0
0
s2sdefault