ହେଡଲାଇନସ୍:

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସଂସ୍କୃତି ସମ୍ବର୍ଦ୍ଧନା କାର୍ଯ୍ୟଶାଳା ଅନୁଷ୍ଠିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲାଟ/କେଦାର ନାଥ ସାହୁ :ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟ ଠାରେ ସାଂସ୍କୃତିକ ସମ୍ବର୍ଦ୍ଧନା କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ସଂସ୍କୃତି ଓ ନୈତିକ ଶିକ୍ଷାର ସାରମର୍ମ ଉପରେ ଅବଗତ କରାଇବା କାର୍ଯ୍ୟଶାଳାର ମୂଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗାଇସିଲାଟର ସଂସ୍କୃତ ଶିକ୍ଷୟିତ୍ରୀ ପ୍ରଭାତୀ ପୁରୋହିତ ଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିବା ସହ ଶିଶୁ ଭାଇ ଭଉଣୀ ମାନଙ୍କୁ ସଂସ୍କାର ଓ ସଂସ୍କୃତି ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ନରସିଂହ ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ପଞ୍ଚମ ଶ୍ରେଣୀ ର ଭଉଣୀମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିଶୁ ବର୍ଗ ଓ ବାଳକ ବର୍ଗ ଅଲଗା ଅଲଗା ବିଭାଗରେ ସ୍ବତନ୍ତ୍ର ୫ଟି ବିଭାଗ କରାଯାଇ ନୈତିକ ଶିକ୍ଷା ଉପରେ ଭିଡ଼ିଓ ପ୍ରଦର୍ଶନ, ପ୍ରବନ୍ଧ ଲିଖନ ଓ ଚିତ୍ରକଳା ପ୍ରଦର୍ଶିତ  ହୋଇଥିଲା। ଗୁରୁଜୀ ବେଦ ବ୍ୟାସ ପଧାନ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ମୋଟ ୧୭୨ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ଶେଷରେ ବିଦ୍ୟାଳୟର ସମ୍ପାଦକ ସଞ୍ଜୟ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

 

0
0
0
s2sdefault