ହେଡଲାଇନସ୍:

କନଗାଁ ଶ୍ରୀ ଶ୍ରୀ ସମଲେଶ୍ୱରୀ ଶିକ୍ଷା ଓ ଧର୍ମାର୍ଥ ନ୍ୟାସ ତରଫରୁ ବାର୍ଷିକ ବୃତ୍ତି ପ୍ରଦାନ ଉତ୍ସବ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା/ଶାସକପ୍ରଶାସକ-   ବୁଧବାର ଦିନ ସୋହେଲା ବ୍ଲକ କନଗାଁଗ୍ରାମର ଶ୍ରୀ ଶ୍ରୀ ସମଲେଶ୍ୱରୀ ଶିକ୍ଷା ଓ ଧର୍ମାର୍ଥ ନ୍ୟାସ ତରଫରୁ ବାର୍ଷିକ ବୃତ୍ତି  ପ୍ରଦାନ ଉତ୍ସବ ଟ୍ରଷ୍ଟର ସ୍ଥାୟୀ ସଭାପତି ପୁର୍ଣ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ସ୍ଥାନୀୟ ସମଲେଶ୍ୱରୀ ମଣ୍ଡପ ଠାରେ ଅନୁଷ୍ଠିତ  ହୋଇ ଯାଇଛି । ମୁଖ୍ୟ ଅତିଥି ଭାବରେ ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ,ସମ୍ମାନୀତ ଅତିଥି ଭାବରେ ଜିଲ୍ଲାଶିକ୍ଷା ଅଧିକାରୀ ପ୍ରକାଶ କୁମାର ଯୋଶୀ,ସୋହେଲା ତହସିଲଦାର  ବିଶ୍ୱରଂଜନ କର,ମୁଖ୍ୟବକ୍ତା ଭାବରେ ସୋହେଲା ଗୋଷ୍ଠୀ  ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ତଥା ଟ୍ରଷ୍ଟର  ଉପଦେଷ୍ଟା ଡା.ଶିଶିର କୁମାର ସାହୁ ,ବୃତ୍ତି  କମିଟୀର ସଭାପତି ଗିରିଜା ଶଙ୍କର ଆଚାର୍ଯ୍ୟ,ସଂପାଦକ ଟେକଚାନ୍ଦ ଦୁଆନ,କନଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମକୁମର ବାରିକ ମଂଚାସିନ ଥିଲେ । ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରିଥିଲେ । ଏହା ପରେ କନଗାଁ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ନିଜ ବକ୍ତବ୍ୟରେ ଅତିଥି ମାନେ ଏହି ବୃତ୍ତି ପ୍ରଦାନ ଉତ୍ସବର ଆୟୋଜନକୁ ପ୍ରଶଂସା କରିବା ସହ ଉପସ୍ଥିତ ଭଦ୍ର ବ୍ୟକ୍ତି ମାନଙ୍କୁ ଶିକ୍ଷାର ବିକାଶ ନିମନ୍ତେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଲେବିଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ରାଜ୍ୟପାଲ୍ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ  ଟଙ୍କଧର ପ୍ରଧାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ନୃତ୍ୟ ପ୍ରଦର୍ଶନ ନିମନ୍ତେ ବୁଡ଼ାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ସରୀତା ବେହେରା,ଲେବିଡି ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ତଥା ମାନପତ୍ର ପ୍ରଦାନ କରାଯାଇଥିଲା । ଟ୍ରଷ୍ଟ ପକ୍ଷରୁ ଅତିଥି ମାନଙ୍କୁ ଟ୍ରଷ୍ଟର ସଦସ୍ୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ବାରିକ,ରାମଚନ୍ଦ୍ର ସାହୁ,ରାହାସ ବିହାରୀ ସାହୁ,ଜଗଦୀଶ ଆଚାର୍ଯ୍ୟ ତଥା ଗ୍ରାମର ଯୋଗେଶ୍ୱର ସାହୁ ଜୟ ପ୍ରକାଶ ସାହୁ, ସୁବାସ ସାହୁ ପ୍ରମୂଖ ସମ୍ବର୍ଦ୍ଧନା କରିଥିଲେ । ଏହି ଅବସରରେ ଗ୍ରାମର ସମଲେଶ୍ୱରୀ ମନ୍ଦିରର ଉନ୍ନତି ନିମନ୍ତେ ଜିଲ୍ଲାପାଳଙ୍କୁ ଟ୍ରଷ୍ଟ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଟ୍ରଷ୍ଟର ସଂପାଦକ ଟେକଚାନ୍ଦ ଦୁଆନ ସ୍ୱାଗତ ଭାଷଣ ଅତିଥି ପରିଚୟ ତଥା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରଧାନ ଶିକ୍ଷକ ଶ୍ୟାମକୁମର ବାରିକ ବାର୍ଷିକ ବିବରଣୀ ପଠନ କରିଥିବା ବେଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଟ୍ରଷ୍ଟକୁ ଡା.ଶିଶିର କୁମାର ସାହୁଙ୍କ ସହଧର୍ମିଣୀ ଚନ୍ଦ୍ରରେଖା ସାହୁ ଏକ ଆଲମିରା ପ୍ରଦାନ କରିଥିଲେ । ଏହି ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମରେ କନଗାଁ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ଉଚ୍ଚ ବିଦ୍ୟାଳୟ ସହ ବେହେରାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବରିହାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବୁଡାମାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ,ଗର୍ଭଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ନଗଦ ଟଙ୍କା ସହ ଟ୍ରଫି,ପ୍ରମାଣ ପତ୍ର  ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଲୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀଙ୍କ ସହ ଅବିଭାବକ ଯୋଗଦାନ କରିଥିଲେ ।

 

 

 

 

0
0
0
s2sdefault