ହେଡଲାଇନସ୍:

ଶ୍ରୀରଘୁନାଥ ଜୀଉଙ୍କ କାଂଚି ଅଭିଯାନ ବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ( ଶ୍ରୀକାନ୍ତ କୁମାର ମିଶ୍ର ): ପ୍ରସିଦ୍ଧ ସ୍ୱର୍ଣ୍ଣ କଳସ କ୍ଷେତ୍ର ଓଡଗାଁରେ ବିଜେ ପ୍ରଭୁ ଶ୍ରୀଶ୍ରୀରଘୁନାଥଜୀଉଙ୍କ କାଂଚି ଅଭିଯାନ ବେଶ ଦର୍ଶନ ପାଇଁ ଭୋର ୪ଟା ଠାରୁ ରାତି୧୧ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କର ଭିଡ ଲାଗିରହିଥିଲା । ଶ୍ରୀକ୍ଷେତ୍ରାଧିପତୀ ଶ୍ରୀଜଗନ୍ନାଥ ଏବଂ ସ୍ୱର୍ଣ୍ଣ କଳସାଧିପତୀ ଶ୍ରୀରଘୁନାଥ ନିତିରେ ସାମଞ୍ଜଶ୍ୟ ରହୁଥିବା ବେଳେ ରଘୁନାଥଙ୍କ ଭିତରେ ଜଗନ୍ନଥଙ୍କର ଲୀଳା ଏବଂ ସ୍ୱରୁପକୁ ଦର୍ଶନ କରିବାଲାଗି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନଙ୍କର ଜିବା ଆସିବା ଲାଗିରହିଥିଲା । ପ୍ରଭୁ ରାମଚନ୍ଦ୍ର କଳାଘୋଡାରେ ଏବଂ ଲକ୍ଷଣ ଠାକୁର ଧଳାଘୋଡାରେ ଆରୋହଣ କରି ଯୁଦ୍ଧ ଅଭିଯାନରେ ବାହାରିଥିବା ବେଳେ ମାଣିକ ଗୈାଡୁଣି ସହିତ ଭେଟ ଏବଂ ଦହିଖିଆ ଘଟଣାର ଦୃଶ୍ୟ ଭକ୍ତ ମାନଙ୍କୁ ଆକୃଷ୍ଟ କରିଥିଲା । ପ୍ରତିବର୍ଷ କାର୍ତିକ ପୁର୍ଣ୍ଣୀମା ତିଥିରେ ପ୍ରଭୁରଘୁନାଥଙ୍କର ଏହି ବେଶ ଦର୍ଶନ କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣହୁଏ ବୋଲି ବିଶ୍ୱାସ ରହିଛି । ଆଜିର ପାଳିଆପଣ୍ଡା ଅଶୋକ ମହାପାତ୍ର, ପୂଜକ ପରିଷଦର ସମସ୍ତ କର୍ମକର୍ତା, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

0
0
0
s2sdefault