ହେଡଲାଇନସ୍:

ସମ୍ପୂର୍ଣ୍ଣ ହେଲା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମହାଲକ୍ଷ୍ମୀ ବେଶ ଓ ବିଶ୍ୱଶାନ୍ତି ମହାଯଜ୍ଞ ଦର୍ଶନ ପାଇଁ ଭକ୍ତଙ୍କ ଗହଳି

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଅନ୍ତିମ ଦିବସରେ ମା’ ଭଦ୍ରକାଳୀ ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ସକାଳୁ ମା’ଙ୍କୁ ଏଇ ବେଶରେ ଦର୍ଶନ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ଭକ୍ତମାନେ ଧାଡି ବାନ୍ଧି ଧୂପ-ଦୀପ ଦେଇ ମା’ଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ମହାଲକ୍ଷ୍ମୀ ବେଶରେ ମା’ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିଥିବା ବେଳେ ତା’ଙ୍କର ମୁଖ ମଣ୍ଡଳ ମଧ୍ୟ ହଳଦିଆ ଥିଲା । ପଦ୍ମାସନରେ ମା’ ବିରାଜମାନ କରିଥିବା ବେଳେ ହସ୍ତୀ ଓ ପେଚା ମା’ଙ୍କର ବାହନ ଥିଲା । ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଭୂଷିତା ହୋଇ ଚତୁର୍ଦ୍ଧାମୂର୍ତ୍ତୀରେ ପ୍ରକଟ ହୋଇଥିଲେ ମା’ ଭଦ୍ରକାଳୀ । ମା’ଙ୍କୁ ମହାଲକ୍ଷ୍ମୀ ବେଶରେ ଦର୍ଶନ କଲେ ଧନ, ଜନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ସପ୍ତମାତୃକା ବେଶର ଅନ୍ତିମ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ପୂଜା ପାଇବା ପରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତୀ ପର୍ବ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ପୂର୍ଣ୍ଣାହୁତୀ ଦର୍ଶନ ପାଇଁ ପ୍ରବଳ ଜନ ଗହଳି ହୋଇଥିଲା । ଏହି ଅବସରରେ ମଧ୍ୟାହ୍ନରେ ହଜାର ହଜାର ଭକ୍ତ ପ୍ରସାଦ ସେବନ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଥିଲା । ଭଦ୍ରକାଳୀଙ୍କ ପରିଚାଳନା କିମଟିର ସଦସ୍ୟ ତଥା କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟର ସୁପରିଚାଳନା କରିଥିଲେ ।

0
0
0
s2sdefault