ହେଡଲାଇନସ୍:

କାଳୀପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ରାୟଗଡ଼ା/ ସରୋଜ ସାହୁ : ଚଳିତ ମାସ ୦୭.୧୧.୨୦୧୮ ଠାରୁ ୧୮.୧୧.୨୦୧୮ ତାରିଖ ପର୍ଯ୍ୟନ୍ତ ଫ୍ରେଣ୍ଡସ ୟୁଥ ଆଷୋସିଏସନ ଅନୁକୁଲ୍ୟରେ ୩୬ତମ ବର୍ଷ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀ ପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮ ମହା ଆଡମ୍ବର ରେ ରାୟଗଡା ସହର ସ୍ଥ  ବ୍ଲକ କଲୋନୀ ନିକଟରେ ଅବସ୍ତିତ କାଳୀପୂଜା ମଣ୍ଡପ ଠାରେ ଅନୁଷ୍ଠିତ ହେଉଛି |  ଏହି ସମୟରେ ୦୭ ରେ ମାଙ୍କ ଅଙ୍କୁରରପଣ ମଣ୍ଡପ ଶୁଦ୍ଧି ଆବାହନ ଓ ବିଲ୍ୱଉବରଣ କଳସ ଆବାହନ ଅଧିବାସ ସୂର୍ଯ୍ୟ ପୂଜା ଦ୍ୱାରପାଳ ପ୍ରାଣ ପ୍ରତିଷ୍ଠା ନିଶିପୂଜା ଷୋଡଶ ଉପଚାର ପୂଜା ହୋମ କୁଙ୍କୁମ ପୂଜା ପୁଷ୍ପାଞ୍ଜଳି ମା ଦକ୍ଷିଣକାଳୀ ପ୍ରସାଦସେବନ ହୋଇଥିବା ବେଳେ  ୦୮ ରେ ମା ଗୁରତାରା ପୂଜା ୦୯ ରେ ମା ତ୍ରିପୁରା ସୁନ୍ଦରୀ ପୂଜା ୧୦ ରେ ମା ଭୁବନେଶ୍ୱରୀ ପୂଜା ୧୧ରେ ମା ତ୍ରିପୁରା ଭୈରବୀ ପୂଜା ହୋଇଛି | ସୋମ ବାର ଅର୍ଥାତ  ୧୨ ତାରିକରେ ରେ ମା ଛିନ୍ନମସ୍ତା ପୂଜା ୧୩ରେ ମା ଧୂମାବତୀ ପୂଜା ୧୪ରେ ମା ବଗଳାମୁଖୀ ପୂଜା ୧୫ରେ ମା ମତଂଗୀନି ପୂଜା ୧୬ରେ ମା କମଳାତ୍ମିକା ପୂଜା ୧୭ରେ ବାଲ୍ୟ କୁମାରୀ ପୂଜା ପୂର୍ଣ୍ଣାହୁତି ଓ ୧୮ରେ ମାଙ୍କ ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି |  ସେହିପରି ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ ୦୮.୧୧.୨୦୧୮ ତାରିଖ ଠାରୁ ୧୭.୧୧.୨୦୧୮ ପଯ୍ୟନ୍ତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବା ସହ  ସହିତ ମୀନା ବଜ଼ାର ଫାଷ୍ଟ ଫୂଡ଼ ଷ୍ଟଲ ସାଙ୍ଗକୁ ଜଗତସିଂପୁର ର ଅପେରା ବାଣେ ସ୍ୱରୀ ଗଣନାଟ୍ୟ, ଷ୍ଟାର ଅଭିନେତ୍ରୀ ଅର୍ଚିତା ଓ ୧୭.୧୧.୨୦୧୮ ରେ ଆନ୍ଧ୍ର ପ୍ରଦେଶର ତେଲୁଗୁ ମେଲୋଡି ରାତ୍ରି ଓ ଡାନ୍ସ କାର୍ଯ୍ୟକର୍ମ ରଖାଯାଇଛି | ଏହି ଉତ୍ସବ ପାଇଁ ଶ୍ରଦ୍ଧାଳୁଙ୍କ ବହୁ ସଂଖ୍ୟାରେ ଆଗମନ ହେଉଥିବା ଦେଖିବାକୁ ମିଳୁଛି |  ଏଣୁ ଏହି ମହନୀୟ କାର୍ଯ୍ୟକର୍ମ ରେ ଯୋଗଦାନ କରି ମାତୃକୃପା ଲାଭ କରିବା ସହ ଏହି ଉତ୍ସବର ଭରପୁର ମଜା ନେବା ନିମନ୍ତେ କାଳୀ ପୂଜା ଉତ୍ସବ କମିଟି ତରଫରୁ ଜନସାଧାରଣ ଙ୍କୁ ନିବେଦନ କରାଯାଇଛି।

0
0
0
s2sdefault