ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୧୮ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ରଙ୍ଗମଂଚ ଠାରେ କ୍ରୀଡା ଓ ଯୁବସେବା, ଓଡ଼ିଶା, ଭୁବନେଶ୍ୱର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଦୁଇ ଦିନ ଧରି ହେବାକୁ ଥିବା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ୨୦୧୮ ଶନିବାର ଦିନ ମଧ୍ୟାହ୍ନରେ ଉଦ୍‍ଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସଭାପତିତ୍ୱରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଜିଲ୍ଲା ମଙ୍ଗଳ ବିଭାଗ ଅଧିକାରୀ ସନ୍ତୋଷ କୁମାର ରଥ, ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ଏବଂ ପାରଳା ପୌରପରିଷଦର ପୂର୍ବତନ ନଗରପାଳ ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଲୁକାୟିତ ପ୍ରତିଭାକୁ ଖୋଜି ବାହାର କରିବା ସହ ତାର ବିକାଶ ପାଇଁ ଏହି ଯୁବ ଉତ୍ସବର ଏକ ସ୍ୱତନ୍ତ୍ର ମହତ୍ୱର ସ୍ଥାନ ରହିଛି ବୋଲି ମଞ୍ଚାସୀନ ଅତିଥି ଭାବେ ମତ ପ୍ରକାଶ କରିଥିଲେ । ଗ୍ରାମାଞ୍ଚଳରେ କଳା ସଂସ୍କୃତିର ବିକାଶ ପାଇଁ ଅନେକ ଲୁକାୟିତ ଯୁବ ପ୍ରତିଭା ମାନ ରହିଥିଲେ ହେଁ ସେମାନଙ୍କ ପାଇଁ ସୁଯୋଗ ନାହିଁ । ଯାହାକି ଏହି ଯୁବ ମହୋତ୍ସବ ସେଭଳି ପ୍ରତିଭାମାନଙ୍କୁ ଖୋଜି ବାହାର କରି ଏଭଳି ମଞ୍ଚରେ ସୁଯୋଗ ଦେବା ଏକ ମାଧ୍ୟମ । ପ୍ରଥମେ ବ୍ଲକ ସ୍ତରରେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ପରେ ସେମାନେ ମନୋନୀତ ହୋଇ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତାକୁ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଆସିପାରିଥାନ୍ତି । ଏଠାରୁ ପୁଣି ସେମାନେ ବଛା ହୋଇ ରାଜ୍ୟ ସ୍ତରୀୟ ଏବଂ ସେଠି ପୁଣି ବଛାହୋଇ ଜାତୀୟ ସ୍ତରକୁ ଯାଇ ନିଜ ଭିତରେ ରହିଥିବା କଳାର ପ୍ରତିଭାକୁ ପ୍ରଦର୍ଶନ କରାଇବାର ସୁଯୋଗ ଏହି ମଞ୍ଚହିଁ ଦେଇଥାଏ ବୋଲି ଅତିଥି ମାନେ କହିଥିଲେ । ନିଜସ୍ୱ କଳାକୁ ମଞ୍ଚରେ ସଂପୁର୍ଣ୍ଣ ଭାବେ ବିନିଯୋଗ କରିବା ପାଇଁ କୁହାଯାଇଥିଲା । ଶେଷରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଯୁବ ପ୍ରତିଭା ଝିଅ ଓ ପୁଅ ମାନେ ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେଏବଂ ଶିକ୍ଷକ ଅମୂଲ୍ୟ କୁମାର ପାଣିଗ୍ରାହୀ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । କ୍ରୀଡା ଶିକ୍ଷକ ଧିରେନ୍ଦ୍ର ସାମଲ ଏବଂ କ୍ରୀଡା ଶିକ୍ଷୟିତ୍ରୀ ରେଖା ରାଣୀ ଦେଓ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault