ହେଡଲାଇନସ୍:

ମା’ ଭଦ୍ରକାଳୀଙ୍କ ସିଂହବାହିନୀ ବେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,/ ସତ୍ୟ ଭୂଷଣ ସ୍ୱାମୀ : ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଚତୁର୍ଥ ଦିନରେ ମା’ ସିଂହବାହିନୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ  । ଦିନ ତମାମ ମା’ଙ୍କର ସିଂହବାହିନୀ ବେଶକୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗି ରହିଥିଲା । ଭକ୍ତମାନେ ଧାଡି ବାନ୍ଧି ଧୂପ, ଦୀପ, ଭୋଗ ଲଗାଇ ମା’ଙ୍କର ଆଶୀର୍ବାଦ ଭିକ୍ଷା କରିଥିଲେ । ମା’ଙ୍କୁ ଆଜି ଏହି ପୀଠରେ ଦୁର୍ଗତୀ ନାଶିନୀ ସିଂହବାହିନୀ ବେଶରେ ପୂଜା କରାଯାଇଛି । ସିଂହ ମା’ଙ୍କର ବାହନ ଥିବା ବେଳେ ନାଲିପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ, ରୌପ୍ୟ, ଅଳଙ୍କାରରେ ଭୂଷିତା ହୋଇଛନ୍ତି ମା’ ଭଦ୍ରକାଳୀ । ଚାରି ହସ୍ତରେ ଖଡ଼ଗ, ତ୍ରିଶୂଳ, ଶଙ୍ଖ, ଚକ୍ର ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ରକ୍ତବର୍ଣ୍ଣା ହୋଇ ପ୍ରକଟ ହୋଇଛନ୍ତି ମା’ଭଦ୍ରକାଳୀ । ମହିଷାସୁରକୁ ବଦ୍ଧ କରି ଧରାରୁ ପାପକୁ ବିଦାୟ ଦେଇଛନ୍ତି । ସିଂହବାହିନୀ ବେଶକୁ ଦର୍ଶନ କଲେ ଭକ୍ତଙ୍କର ଗ୍ରହଦଶା, ରିଷ୍ଟ ଖଣ୍ଡନ ତଥା ସମସ୍ତ ବିପଦ ଦୂର ହୁଏ ବୋଲି ବିଶ୍ୱାସ କରାଯାଏ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଏହି ପୀଠକୁ ମଧ୍ୟ ଦୁର୍ଗା ମାଧବ ପୀଠ ବୋଲି କୁହାଯାଇଥାଏ । ତଥ୍ୟ ଅନୁଯାୟୀ ଉକ୍ରଳର ଶେଷ ରାଜା ମୁକୁନ୍ଦ ଦେବ ଯେତେବେଳେ ଗୋହିରାଟିକିରୀ ଯୁଦ୍ଧ ଯାତ୍ରାରେ ଆସିଥିଲେ, ସେ ତାଙ୍କର ଅଙ୍ଗ ଦେବତା ଭାବେ ସାଙ୍ଗରେ ଆଣିଥିବା ଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଏହି ପୀଠରେ ରଖି ପୂଜା କରିଥିଲେ ଏବଂ ଅଦ୍ୟାବଧି ସେହି ଚତୁର୍ଦ୍ଧା ମୂର୍ତ୍ତି ମା’ ଭଦ୍ରକାଳୀଙ୍କ ପାଶ୍ୱର୍ ଦେବତା ଭାବେ ପୂଜା ପାଇ ଆସୁଛନ୍ତି । ଗୋଟିଏ ପାଶ୍ୱର୍ରେ ମା’ ଭଦ୍ରକାଳୀ ଏବଂ ଅପର ପାଶ୍ୱର୍ରେ ମାଧବ ରୂପୀ ଜଗନ୍ନାଥ ପୂଜା ପାଉଥିବାରୁ ଏହି ପୀଠକୁ ଦୁର୍ଗା ମାଧବ ପୀଠ କୁହାଯାଇଥାଏ । ଆଜି ମା’ଙ୍କ ସିଂହ ବାହିନୀ ବେଶ ଦର୍ଶନ ଲାଗି ବହୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ଆସନ୍ତାକାଲି ମା’ ଙ୍କର ଜଗଦ୍ଧାତ୍ରୀ ବେଶ ଅନୁଷ୍ଠିତ  ହେବ । ସପ୍ତମ ଦିବସରେ ମହାଲକ୍ଷ୍ମୀ ବେଶ ସହିତ ବିଶ୍ୱଶାନ୍ତି ଯଜ୍ଞର ପୂର୍ଣ୍ଣାହୁତି ପ୍ରଦାନ କରାଯିବ । ଏହି ଦିନ ଭକ୍ତଙ୍କ ଲାଗି ପ୍ରସାଦ ସେବନ ତଥା ପହୁଡ ଭୋଗର ବନେ୍ଦାବସ୍ତ କରାଯାଇଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୧୫ ହଜାରରୁ ଉଦ୍ଧ୍ୱର୍ ଭକ୍ତଙ୍କ ଲାଗି ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସାଦ ବ୍ୟବସ୍ଥା କରାଯାଇଛି । ଏଥିଲାଗି ବହୁ ଶ୍ରଦ୍ଧାଳୁ ଭକ୍ତ ସେମାନଙ୍କ ମାନସିକ ପୂରଣ ଲାଗି ଦାନ ମଧ୍ୟ କରନ୍ତି । 

0
0
0
s2sdefault