ହେଡଲାଇନସ୍:

ଯାଜପୁର ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଉଦ୍ଘାଟିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର/ଜୟଶଙ୍କର ଦାଶ  : ଯୁବ ପ୍ରତିଭାର ଉନ୍ମେଷ ଓ ଉପଯୋଗ ଯେ କୈାଣସି ରାଷ୍ଟ୍ରକୁ ସମୃଦ୍ଧ କରିଥାଏ ବୋଲି ଜିଲ୍ଲା  ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ, କ୍ରୀଡା ବିଭାଗ ପକ୍ଷରୁ ଜିଲ୍ଲା  ସ୍ତରୀୟ ଯୁବ ଉତ୍ସବର ଉଦ୍ଘାଟନ  ଅନୁଷ୍ଠିତ  ହୋଇଥିଲା । ଏଥିରେ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମହାନ୍ତି ଯୁବ ବର୍ଗ  ଅପୁଂରନ୍ତ ଶକ୍ତିର ଉତ୍ସବ  ବୋଲି ଅଭିହିତ କରିଥିଲେ ।  ପ୍ରତ୍ୟେକ ରାଜ୍ୟ, ଦେଶ ପାଇଁ ଯୁବ ବର୍ଗ ବିପୁଳ ସମ୍ୱଳ ।  ଏହାର ସଠିକ ଉପଯୋଗ ଓ ଯୁବ ବର୍ଗର ସଠିକ ମାର୍ଗ ଦର୍ଶନ ଦେଶର ଟେକ ରଖିବ ।  ଦୂତି ଚାନ୍ଦ, ସରସ୍ୱତୀ ଚାନ୍ଦ, ସ୍ୱାଗତିକା, ଭାଲେନା ଭାଲେଣ୍ଟିନା ଇତ୍ୟାଦି ଯୁବ ପ୍ରତିଯୋଗୀ ଆଜି ବିଶ୍ୱରେ ଆଦୃତ ଓ ଅନୁକରଣୀୟ ବୋଲି ମତ ଦେଇ ଶ୍ରୀ ମହାନ୍ତି ଉତ୍ସବର ସପଂଳତା କାମନା କରିଥିଲେ ।  ମୁଖ୍ୟ ବକ୍ତା ଭାବେ ଉପଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ ଯୁବ ବର୍ଗ ମଧ୍ୟରେ ଥିବା ବିପୁଳ ସମ୍ଭାବନା ଓ ସମ୍ୱଳର ଯଦି ଉପଯୁକ୍ତ ବିନିଯୋଗ କରାଯିବ ତେବେ ସଂପୃକ୍ତ ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ ।  ପିଲା ମାନଙ୍କୁ ଚାପଗ୍ରସ୍ତ ନ କରାଇ ତାଙ୍କର ଆଗ୍ରହ ଅନୁସାରେ ପ୍ରତିଭାର ପରିପ୍ରକାଶ ପାଇଁ ଅଭିଭାବକ ମାନେ ଉଦ୍ୟମ କରିବାକୁ ଶ୍ରୀ ଧଳ ଆହ୍ୱାନ   ଦେଇଥିଲେ ।  ଜିଲ୍ଲା  ସୂଚନା ଓ ଲୋକ ସଂପର୍କ ଅଧିକାରୀ  ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରି ଯୁବ ବର୍ଗ ନିଜରଶ୍ରେଷ୍ଠ ପ୍ରଦର୍ଶନ ପ୍ରଦାନ ପାଇଁ ସମସ୍ତ କ୍ଷେତ୍ରରେ ଉଦ୍ୟମ କରିବାକୁ ଅନୁରୋଧ କରିଥିଲେ ।  ପ୍ରାରମ୍ଭରେ ଜିଲ୍ଲା  କ୍ରୀଡା ଅଧିକାରୀ ପଂକୀର ମୋହନ ଟୁଡୁ ସମସ୍ତଙ୍କୁ ସ୍ୱାଗତ, ପ୍ରାରମ୍ଭିକ ସୂଚନା, ଅତିଥି ପରିଚୟ ଓ ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।  ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।  ପରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।  ଜିଲ୍ଲା  ସ୍ତରର ଶ୍ରେଷ୍ଠ  ବିବେଚିତ ପ୍ରତିଯୋଗୀ ମାନେ ଯାଜପୁରରେ ନଭେମ୍ୱର ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୨୪ ତମ ରାଜ୍ୟ ସ୍ତରୀୟ ଯୁବ ଉସôବରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ । 

0
0
0
s2sdefault