ହେଡଲାଇନସ୍:

ଶିକ୍ଷା ଆଣିଛି ପରିବର୍ତନ, ବଲିପ୍ରଥାକୁ ବିରୋଧ କରୀ ଜୁଗାର ଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ  –ବୋଡାସମ୍ବର ଅଂଚଲ ଏକ ଆଦିବାସି ବହୁଲ ଅଂଚଲ ,ପୂର୍ବରୁ ଏହି ଅଂଚଲରେ ବଳୀ ପ୍ରଥାର ପ୍ରଚଲିତ ଥିଲା ହେଲେ ଶିକ୍ଷା ଆଣିଛି ପରିବର୍ତ୍ତନ  । ବଦଲିଛି ଯୁବ ପିଢ଼ି ଆଉ ଶିକ୍ଷିତ  ଲୋକଙ୍କ ମନ,ତାଙ୍କ ସହିତ ବଦଲିଛି ବୃଦ୍ଧ ବୃଦ୍ଧାଙ୍କ ପାରମ୍ପରିକ ରୀତିର ମନୋଭାବରେ ପରିବର୍ତ୍ତନ | ତେଣୁ ପଦ୍ମପୁର ଉପଖଣ୍ଡ ମାନସିକ ବ୍ରତ ଧାରୀ ମାନେ ମାଁ କାଳୀଙ୍କୁ ପଶୁ ବଳି ବଦଳରେ ଲିଆ(ଖଇ)ରେ ପ୍ରସ୍ତୁତ ଜୁଗାର ଅର୍ପଣ କରିଛନ୍ତି ଏବଂ ସୃଷ୍ଟି କରିଛନ୍ତି ଏକ ନିଆରା ପରମ୍ପରା । ବର୍ତ୍ତମାନ  ପ୍ରଶାସନ ସମେତ ବିଭିନ୍ନ ସଂଗଠନମାନଙ୍କ ତରଫରୁ ପଶୁବଳିକୁ ନେଇ ଦେଖା ଦେଇଛି ବିରୋଧ | କିନ୍ତୁ ଏଠି ଲୋକେ ନିଜେ ଛାଡିଛନ୍ତି  ପୁରୁଣା ବଲିପ୍ରଥାକୁ । ଲୋକମାନଙ୍କ ମଧ୍ୟ ବଢି ଚାଲିଛି ସର୍ଗିବାହାଲ ଗ୍ରାମର ମାଁକାଳୀଙ୍କ ଠାରେ ଅଗାଧ ଅସ୍ଥା ଓ ବିଶ୍ୱାସ । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଥାଏ ଶତାଧିକ ମାନସିକ ଜୁଗାର ଏବଂ ଧୀରେ ଧୀରେ ଏହି ଗ୍ରାମର ପୂଜା ଏହି ଅଂଚଲର ମୂଖ୍ୟ କାଲିପୁଜା ଭାବରେ ଲୋକଙ୍କ ଦ୍ୱାରେ ଗ୍ରହଣ କରାଗଲାଣି  ।

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସର୍ଗିବାହାଲରେ ପ୍ରତିବର୍ଷ ମହାସମାରୋହରେ ପାଳନ କରାଯାଏ ମାଁ କାଳିଙ୍କ ପୂଜା  । ତେବେ ଏଠାରେ ମାଁ ଙ୍କ ଉପରେ ଲୋକଙ୍କର ରହିଛି ଅଖଣ୍ଡ ଆସ୍ଥା ଓ ବିଶ୍ୱାସ  । ଦୀର୍ଘ ବର୍ଷ ହେବ ଏଠାରେ ମାଁଙ୍କୁ ପଶୁବଳି ବଦଳରେ ଅର୍ପଣ କରାଯାଉଛି ଭକ୍ତଙ୍କ ମାନସିକ ଜୁଗାର  । ଆଉ ଭକ୍ତଙ୍କ ଜୁଗାର ଆଗରେ ହାର ମାନିଛି ପଶୁବଳି ପରି ପୁରୁଣାକାଳିଆ  ପ୍ରଥା  । ସେଇଥିପାଇଁ ପ୍ରତିବର୍ଷ ବଢି ବଢି ଚାଲିଛି ଜୁଗାର ସଂଖ୍ୟା । ମାଁଙ୍କୁ ଅର୍ପଣ କରାଯାଉଥିବା ଜୁଗାର କୃଷି ଉର୍ପାଜିତ ପ୍ରଥମ ଶସ୍ୟ ଧାନର ଖଇ ଓ ଗୁଡରେ ନିର୍ମିତ ହୋଇଥାଏ  । ଖଇ ଓ ଗୁଡକୁ ପାଗ କରି ମୁଆଁ ତିଆରି କରିବା ପରେ ଶ୍ରଦ୍ଧାଳୁ ଭକ୍ତ ମାନେ ମାନସିକ ଜୁଗାର ଗୁଡିକୁ ଆକର୍ଷଣୀୟ କରିବା ସହ ,ନଗର ପରିକ୍ରମା କରିଥାନ୍ତି । ଏହି ଜୁଗାର ଗୁଡିକ ବିଭିନ୍ନ ପ୍ରକାରର ନୃତ୍ୟ ବାଦ୍ୟର ତାଳେ ତାଳେ ଶୋଭାଯାତ୍ରା ବାହାରି ମାଁ କାଳିଙ୍କୁ ଅର୍ପଣ କରିଥାନ୍ତି ମାସିକଧାରୀ  ।

  ସର୍ଗିବାହାଲ ଗାଁର ବଣିକ ସଂଘ ବଲି ପ୍ରଥା କୁ ବନ୍ଦ କରିବାର ଉଦ୍ଦେଶ୍ୟରେ ଆରମ୍ଭ କରିଥିଲେ ଜୁଗାର ଯାତ୍ରା । ମାଁ କାଳୀଙ୍କ ଠାରେ କରିଥିବା ର ଏକ ମାନସିକ ପୂରଣ ହେବାରୁ ମାଁ ଙ୍କୁ ଛାଗ ବଳୀ ବଦଳରେ ଅର୍ପଣ କରିଥିଲେ ଏକ ଜୁଗାର । ତେବେ ବରଗଡ ସର୍ଗିବାହାଲ ଜୁଗାର ଯାତ୍ରାର ରହିଛି ସ୍ୱତନ୍ତ୍ର ପରିଚୟ  । ଏଠାରେ ସବୁ ଧର୍ମ ଜାତି ବର୍ଣ୍ଣ ନିର୍ବିଶେଷରେ ଧନୀ ଗରିବ ପର୍ଯ୍ୟନ୍ତ ବିଭିନ୍ନ ସମ୍ପ୍ରଦାୟର ଲୋକ ଏଠାକୁ ନିଜର ମାନସିକ ଜୁଗାର ଧରି ଏହି ଯାତ୍ରାରେ ସାମିଲ ହୋଇଥାନ୍ତି  । ତେବେ ଯେଉଁ ଭକ୍ତର ମାନସିକ ମାଁ କାଳିଙ୍କ ଠାରେ ପୂରଣ ହୋଇଥାଏ ସେ ତା ପରବର୍ଷ ଏକ ଜୁଗାର ମାଁ ଙ୍କୁ ଅର୍ପଣ କରିଥାଏ  । ତେବେ ଚଳିତ ବର୍ଷ ଶହ ଶହ ଜୁଗାର ମାଁଙ୍କୁ ଅର୍ପଣ କରାଯାଇଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଯାତ୍ରାରେ ସାମିଲ ହୋଇ ନିଜ ପରିବାର ତଥା ସମାଜର ମଙ୍ଗଳ କାମନା କରିଥିଲେ ମାଁ କାଳିଙ୍କ ପାଖରେ  । ଶିକ୍ଷାରେ ଆଣିଛି ପରିର୍ବତ୍ତନ ଏହି ଅଂଚଲର ଲୋକଙ୍କ ମାନସିକତାରେ ଏବଂ ଯୁବପିଢ଼ି  ଏବେ ଅପଣାଇଛି ପରିର୍ବତ୍ତନର ଏହି ଧାରାକୁ ଏବଂ ବେସ ଉପଭୋଗ କରୁଛି ଏହି ଜାତ୍ରାକୁ ।  ମାଁ କାଳିଙ୍କ ଜୁଗାର ଯାତ୍ରା ଅବସରରେ ଦେଖିବାକୁ ମିଲୁଛି ଶିକ୍ଷାର ପ୍ରଭାବ ଆଜିର ସମାଜ ଉପରେ କିପରି ପଡିଛି, ତେଣୁ ମାଁଙ୍କ ଠାରେ ପଶୁବଳି ବଦଳରେ ଅର୍ପଣ କରାଯାଉଛି ଭକ୍ତଙ୍କ ମାନସିକ ଜୁଗାର ଯାହା ଏକ ପରମ୍ପରାର ରୁପ ନେବାରେ ଲାଗିଛି ଏହି ଅଂଚଲରେ ।

0
0
0
s2sdefault