ହେଡଲାଇନସ୍:

ଗଣମାନସର ସ୍ୱପ୍ନ ସଂଗ୍ରାମକୁ ଗଣକବି କଳାତ୍ମକ ଭାବରେ ପ୍ରକାଶ କରିଥିଲେ- ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଣକବି ବୈଷ୍ଣବ ପାଣିଙ୍କ ୧୩୬ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଭୁବନେଶ୍ୱର() ଓଡ଼ିଶା ହେଉଛି ସଂସ୍କୃତିର ଅନନ୍ୟ ଭୂମି । ସମସ୍ତ ଭାବଧାରା ଏଠି ସମନ୍ୱିତ । ଓଡ଼ିଶାର ସଂସ୍କୃତିର ଐତିହ୍ୟ ଓ ପରଂପରା ବହୁ ପ୍ରାଚୀନ । ଯୁଗ ଯୁଗ ଧରି ଏହା ମନିଷୀମାନଙ୍କ ଆକର୍ଷଣର କେନ୍ଦ୍ର ହୋଇ ରହି ଆସିଛି । ପ୍ରେମ, ବିଦ୍ରୋହ, ସଂଗ୍ରାମ, ସାଧନା, ସେବା ଓ ଚିନ୍ତନର ଉତ୍କର୍ଷ ପାଇଁ ଓଡ଼ିଶା ଚିର ବଂଦନୀୟ । ଏହି ସମୃଦ୍ଧ ଧାରାକୁ ଆହୁରି ମହିମାନ୍ୱିତ କରିଛନ୍ତି ଗଣକବି ବୈଷ୍ଣବ ପାଣି । ତାଙ୍କର କୀର୍ତ୍ତି ଓ କୃତି ଚିର ଅମଳିନ ହୋଇ ରହିବ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ ପରିଛନ୍ତି ।

ଜୟଦେବ ଭବନରେ ଗଣକବି ବୈଷ୍ଣବ ପାଣିଙ୍କ ୧୩୬ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ବୈଷ୍ଣବ ପାଣିଙ୍କ ରଚନାରେ ସମକାଳୀନ ସମାଜର ଚିତ୍ର ଥିଲା । ଗଣମାନସର ସ୍ୱପ୍ନ ସଂଗ୍ରାମକୁ ସେ କଳାତ୍ମକ ଭାବରେ ପ୍ରକାଶ କରିଥିଲେ । ତାଙ୍କର ସୃଜନ କାଳ କାଳ ଧରି ଅନ୍ୟମାନଙ୍କୁ ଅନୁପ୍ରାଣୀତ କରିବ ବୋଲି ରାଜ୍ୟପାଳ କହିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ତଥା ଗଣକବି ସାଂସ୍କୃତିକ ସଂସଦର ସଭାପତି ପ୍ରତାପ ଜେନା ଗଣକବି ବୈଷ୍ଣବ ପାଣିଙ୍କ ଓଡ଼ିଆ ସାରସ୍ୱତ ଜଗତକୁ ଅବଦାନ ସଂପର୍କରେ ବର୍ଣ୍ଣନା କରି ସେ ଓଡ଼ିଆ ଜନମାନସରୁ ଚିରକାଳ ପୂଜାସ୍ପଦ ରହିବେ ବୋଲି କହିଥିଲେ ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଗଣକବି ବାସ୍ତବରେ ଗଣ ଚେତନାର ସଫଳ ରୂପକାର ଥିଲେ ବୋଲି ପ୍ରକାଶ କରି ତାଙ୍କୁ ଓଡ଼ିଶାର ସାହିତ୍ୟ, ସଂଗୀତ ଓ ସଂସ୍କୃତି ଜଗତର ଜଣେ ଶ୍ରେଷ୍ଠ ସ୍ରଷ୍ଟା ଭାବରେ ଅଭିହିତ କରିଥିଲେ । ଗଣକବି ସାଂସ୍କୃତିକ ସଂସଦର ସାଧାରଣ ସଂପାଦକ ଦେବ ଜେନା ଓ ମୁଖ୍ୟ ସଂଯୋଜକ ଅବନୀ ଚଂଦ୍ର ଦାସ ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ଗଣକବିଙ୍କ ସ୍ମୃତିର ସୁରକ୍ଷା ଏକ ଜାତୀୟ କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରଖ୍ୟାତ ଗାୟକ ପ୍ରଣବ କିଶୋର ପଟ୍ଟନାୟକଙ୍କୁ ଗଣକବି ସମ୍ମାନ ପ୍ରଦାନ କରାଯାଇଥିଲା ।

0
0
0
s2sdefault