ହେଡଲାଇନସ୍:

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଚୂଡ଼ାକରଣ ମଣ୍ଡପ ଉଦଘାଟିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଗୌରାଙ୍ଗ ଚରଣ ଦାଶ  :- ପବିତ୍ର ପୁଣ୍ୟ ପୀଠ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସର ରେ ଆଜି ଏକ ଭବ୍ୟ ଚୂଡ଼ାକରଣ ମଣ୍ଡପର ଉଦଘାଟନ  ହେଇଯାଇଛି । ଵିଭିନ୍ନ ପର୍ବପର୍ବାଣିରେ ତଥା ଚୂଡ଼ାକରଣ ଲଗ୍ନରେ ଚୁଟି ପକାଇବା ପାଇଁ ଏଠି ପ୍ରବଳ ଭିଡ ହେଇଥାଏ ।ଏହାକୁ ଲକ୍ଷ କରି ଏଠି ଏକ ବଡ଼ ଧରଣ ର ଚୂଡ଼ାକରଣ ମଣ୍ଡପର ଆବଶ୍ୟକତା ରହିଥିଲା । ଆଜି ଅତିରିକ୍ତ ସହକାରୀ ଦେବୋତ୍ତର ସମ୍ବଲପୁର କମିଶନର ଶ୍ରୀ ସ୍ୱୟଂ ପ୍ରକାଶ ଦାସ ଓ ମନ୍ଦିରର ମଧ୍ୟବର୍ତ୍ତୀ କାଳୀନ ଟ୍ରଷ୍ଟି ତଥା ବିଡ଼ିଓ  ପାଇକମାଲ ଶ୍ରୀ ସଦାଶିବ ନାୟକ ମନ୍ଦିର ର ନିଜସ୍ୱ ପାଣ୍ଠି ରେ ନିର୍ମିତ ଏହି ଚୂଡ଼ାକରଣ ମଣ୍ଡପକୁ ଉଡଘାଟନ କରିଥିଲେ । ପ୍ରାୟ 8 ଲକ୍ଷ ଟଙ୍କାରେ ନିର୍ମିତ ଏହି ଚୂଡ଼ାକରଣ ମଣ୍ଡପର ଉଡଘାଟନ ସମୟ ରେ ମନ୍ଦିରର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ତଥା ମନ୍ଦିର ର ସେବାୟତ ତଥା କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସୁନୀଲ କୁମାର ପୁରୋହିତ ସମସ୍ତ ପୂଜାକାର୍ଯ୍ୟ  ସମ୍ପାଦନ କରଥିଲେ ।

0
0
0
s2sdefault