ହେଡଲାଇନସ୍:

କିଟ୍ ନହ୍ନିପରୀ ଆଞ୍ଚଳିକ ଅଡ଼ିସନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ-୨୦୧୮ ପ୍ରତିଯୋଗିତାର ଆଞ୍ଚଳିକ ଅଡ଼ିସନ୍ ଆରମ୍ଭ ହୋଇଯାଇଅଛି ।  କିଟ୍ ପରିସରରେ ଅନୁଷ୍ଠିତ ଅଡିସନରେ  ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ୧୩ ରୁ ୧୬ବର୍ଷ ବୟସର ବାଳିକାମାନେ ଅଂଶଗ୍ରହଣ କରିପାରିବେ । କିଟ୍ ନହ୍ନିପରୀ ପାଇଁ ମୋଟ୍ ୪୧ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଛି । ନହ୍ନିପରୀ ବିଜେତାଙ୍କ ପାଇଁ ୨୧ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖାଯାଇଥିବା ବେଳେ ଏହା ସହ ଏଥିରୁ ୩ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ପ୍ରଦାନ କରାଯିବ । ଏହା ଛଡ଼ା କିଟରେ  ପାଠ ପଢିଲେ ଶହେ ପ୍ରତିଶତ ଫି’ ଛାଡ଼ ଅର୍ଥାତ୍ ସର୍ବାଧିକ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ଛାଡ଼ର ବ୍ୟବସ୍ଥା ରହିଛି । ସେହିପରି ପ୍ରଥମ ରନର୍ସ ଅପ୍ ପାଇଁ ୧୦ଲକ୍ଷ ଟଙ୍କା ଏବଂ ଦ୍ୱିତୀୟ ରନର୍ସ ଅପ୍ ପାଇଁ ୯ଲକ୍ଷ ୫୦ହଜାର ଟଙ୍କାର ପୁରସ୍କାର ବ୍ୟବସ୍ଥା ରହିଛି । ପ୍ରଥମ ରନର୍ସ ଅପଙ୍କୁ  ନଗଦ ୧ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବା ସହ ଏବଂ କିଟ୍ରେ ପାଠ ପଢିଲେ ୫୦ ପ୍ରତିଶତ ଫି’ ଛାଡ଼ ଅର୍ଥାତ୍ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ଛାଡ଼ର ବ୍ୟବସ୍ଥା ରହିଛି । ସେହିପରି ଦ୍ୱିତୀୟ ରନର୍ସ ଅପ୍ ପାଇଁ ୫୦ ହଜାର ଟଙ୍କା ନଗଦ ଅର୍ଥରାଶି ଓ ୫୦ ପ୍ରତିଶତ ଫି’ ଛାଡ଼ ଅର୍ଥାତ୍ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ପୁରସ୍କାର ପ୍ରଦାନ କରାଯିବ । ସେହିପରି ପ୍ରତିଯୋଗିତାର ଅନ୍ୟାନ୍ୟ ବର୍ଗ ଯଥା : ମିସ୍ ରାପୁଞ୍ଜେଲ୍, ମିସ୍ ଫଟୋଜେନିକ୍, ମିସ୍ ସେଲ୍ଫି (ଫେସବୁକ  ସର୍ବାଧିକ ଲାଇକ୍),  ମିସ୍ ଫେସନ୍ ଗାର୍ଲ, ମିସ୍ ୱିଜ କିଡ଼ , ମିସ୍ ସିଣ୍ଡେ୍ରଲା, ମିସ୍ ଉର୍ବଶୀ, ମିସ୍ କ୍ୟାଟ୍ୱାକ୍, ମିସ୍ ମୋନାଲିସା ଏବଂ ମିସ୍ ଆକ୍ଟିଭ୍ ଆଦିରେ ମଧ୍ୟ ଅର୍ଥରାଶି ପୁରସ୍କାର ବ୍ୟବସ୍ଥା ରହିଛି । ଏଠାରେ ସୂଚନାଯୋଗ୍ୟ କି ୨୦୦୧ ମସିହାରେ ଆଦିବାସୀ ଅଧ୍ୟୁଷିତ  କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍ ନହ୍ନିପରୀ ଏବେ ସମଗ୍ର ଦେଶରେ କୁନି ସୁନ୍ଦରୀ ପ୍ରତିଯୋଗିତା ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିଛି । ଆଜିର ଅତିଥିଭାବେ ଶ୍ରୀମତୀ ସୋମା ମହାନ୍ତି, ସମାଜ ସେବିକା, ମନ୍ଦାକିନୀ ଜେନା, ନୃତ୍ୟ ନିର୍ଦ୍ଦେଶକ , ପୁନମ ମିଶ୍ର, ଓଡ଼ିଆ ସିନେ କଳାକାର ଓ ପ୍ରଭାତ କୁମାର ରଣା ଯୋଗଦେଇଥିବା ବେଳେ କିଟ୍ ନହ୍ନିପରୀ କୋର୍ ଟିମର  ସଦସ୍ୟ ଡ଼ଃ. ସୁଚେତା ପ୍ରିୟବାଦିନୀ, ଶ୍ରୀମତୀ ସ୍ମିତା ମହାନ୍ତି ଓ ଶ୍ରୀଯୁକ୍ତ ମଳୟ ମହାପାତ୍ର ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମାପନ କରିଥିଲେ । http://kiitnanhipari.in ରେ ଲଗ୍ ଇନ୍ କରି କିଟ୍ ନହ୍ନିପରୀ ସମ୍ବନ୍ଧରେ ସବିଶେଷ ସୂଚନା ପାଇପାରିବେ ।

0
0
0
s2sdefault