ହେଡଲାଇନସ୍:

ଜଗତସିଂହପୁରରେ ପାଓ ଫଟୋମେଳାର ପୋଷ୍ଟର ଉନ୍ମୋଚିତ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଜଗତସିଂହପୁର/Ramesh Mohanty  : ଜଗତସିଂହପୁର ସଦରମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଜେପିଭିଟି ଆସୋସିଏସନ୍ ଦ୍ୱାରା ଆସନ୍ତା ୨/୩/୪ ତାରିଖରେ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ହେବାକୁ ଥିବା ପାଓ (ଫଟୋଗ୍ରାଫର୍ସ ଆସୋସିଏସନ୍ ଅଫ୍ ଓଡିଶା)ପ୍ରାୟୋଜିତ ବିଶାଳ ଫଟୋମେଳାର ପୋଷ୍ଟର ଉନ୍ମୋଚନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ଫଟୋଗ୍ରାଫର୍ସ ଆସୋସିଏସନ୍ ର ସଭାପତିଶ୍ରୀ ସଚ୍ଚିଦାନନ୍ଦ ବେହେରା,ଉପସଭାପତି ଶ୍ରୀ କଲ୍ୟାଣ ଭଗତ ଏବଂ ଶ୍ରୀ ମୁନାବାବୁଙ୍କ ଉପସ୍ଥିତିରେ ଜେପିଭିଟିର ମୁଖ୍ୟପରାମର୍ଶଦାତା ଶ୍ରୀ ପଂଚାନନ ପ୍ରଧାନ ,ଉପସଭାପତି, ସଂପାଦକ,ସହସଂପାଦକ କୋଷାଧ୍ୟକ୍ଷ, ସହକୋଷାଧ୍ୟକ୍ଷଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ । ଏହି ଫଟୋମେଳାକୁ ସଫଳ କରାଇବାକୁ ଜିଲ୍ଲାର ବିଭିନ୍ନ ଅଂଚଳକୁ ଯାଇ ଫଟୋଗ୍ରାଫର ମାନଙ୍କୁ ଭେଟିଥିଲେ । ଜେପିଭିଟି ଆସୋସିଏସନର ସଭାପତିଙ୍କ ସମେତ ଉପସ୍ଥିତ ସମସ୍ତ ସଦସ୍ୟ ଜିଲ୍ଲାର ସମସ୍ତ ଫଟୋଗ୍ରାଫରମାନଙ୍କୁ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ସଫଳତା କାମନା କରଥିଲେ ।

0
0
0
s2sdefault