ମହୁରି ପଶ୍ଚିମ ଓ ପୂର୍ବକୁ ଯୋଡ଼ିଲା : ଯାଜପୁରରେ ମହୁରି ମହୋତ୍ସବ-୨୦୧୮ ଯୁବ ପ୍ରାବନ୍ଧିକଚନ୍ଦ୍ରଶେଖର ପାଇଲେ ମହୁରି ସମ୍ମାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(ଜୟଶଙ୍କର ଦାଶ) -ସାହିତ୍ୟ ମାଧ୍ୟମରେ ସାରା ଓଡିଶାକୁ ଯୋଡିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ମହୁରି ତାର ଏକାଦଶତମ ବାର୍ଷିକ ଉତ୍ସବ ମହୁରି ମହୋତ୍ସବ -୨୦୧୮ ଯାଜପୁରସ୍ଥିତ ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ପାଳନ କରିଛି । କନ୍ଧମାଳ ଲୋକସଭା ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀସିଂହମୁଖ୍ୟ ଅତିଥି ଭାବେଯୋଗଦେଇ ଉତ୍ସବର ଉଦ୍ଘାଟନ କରିବା ସହ ମହୁରିର କଳାହାଣ୍ଡିରୁ ଯାଜପୁର ଯାତ୍ରା ନିଶ୍ଚିତ ଭାବରେ ସାହିତ୍ୟ ଜଗତକୁ ଏକ ଅଭିନବ ବାର୍ତ୍ତା ଦେଇଛି ବୋଲି ପ୍ରକାଶ କରିଥିଲେ ।

ଏଥିରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କବି ଓ ସମାଲୋଚକ ଡ. ହର ପ୍ରସାଦ ଦାସ ଯୋଗଦେଇ ମହୁରି କେବଳ ଏକ ସାହିତ୍ୟ ପତ୍ରିକା ନୁହେଁ ବରଂଏହା ଏକ ଆନ୍ଦୋଳନରେ ପରିଣତ ହୋଇସାରିଛି । ପଶ୍ଚିମ ଓଡିଶାର କଳା ଓ ସଂସ୍କୃତିର ମାଟି କଳାହାଣ୍ଡିରୁ ଜନ୍ମ ନେଇଥିବା ଏହି ପତ୍ରିକା ଏକ ସାହିତ୍ୟ ଆନ୍ଦୋଳନ ସ୍ୱରୂପ ତାର କାର୍ଯ୍ୟ ଜାରି ରଖିବା ସହଐତିହ୍ୟ ସଂପନ୍ନ ଯାଜପୁର ସହରରେ ଏହା ତାର ଏକାଦଶତମ ଉତ୍ସବ ପାଳନ କରିବା ଓଡିଆସାହିତ୍ୟ ପାଇଁ ନିଶ୍ଚିତ ଭାବେ ଏକ ଶୁଭସୂଚନା| ଏହା ଓଡିଶାର ପଶ୍ଚିମକୁ ପୂର୍ବଭାଗ ସହିତ ଯୋଡିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ବୋଲି ଡ. ଦାସ ମତବ୍ୟକ୍ତକରିଥିଲେ ।

ଏହି ଅବସରରେ ଯୁବ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତାଙ୍କୁ ୨୦୧୮ ବର୍ଷ ପାଇଁ ମହୁରି ସମ୍ମାନ ପ୍ରଦାନ କରାଯାଇଥିଲା । ମହୁରିର ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ସାଂସଦ ଶ୍ରୀମତୀ ସିଂହ, ମୁଖ୍ୟବକ୍ତା ଭାବେ ଡ. ଦାସ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଲେଖକ ତଥା ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ ଗାଳ୍ପିକ ତଥା ମହୁରିର ସଂପାଦକ ସୁକାନ୍ତ ସାହୁ ସ୍ୱାଗତଭାଷଣ ଦେଇଥିବା ବେଳେ କବି ତଥା ଗବେଷକ ଡ. ସୁଶୀଳ କୁମାର ବାଗ ଅତିଥି ପରିଚୟ ପ୍ରଦାନ ଓ ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ମଂଚ ପରିଚାଳନାକରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ବିଶିଷ୍ଟ ଯୁବଲେଖକ ତଥା ମହୁରିର ସହସଂପାଦକ ସୁଶୀଲ କୁମାର ବାଗ ।

ସେହିପରି ଦ୍ୱିତୀୟ ଅଧିବେଶନରେ ଏକ ରାଜ୍ୟସ୍ତରୀୟ କାବ୍ୟୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଏଥିରେମୁଖ୍ୟ ଅତିଥି ଭାବେ ଡ. ହର ପ୍ରସାଦ ଦାସ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ବିଜୟ କୁମାର ମହାପାତ୍ର, ବିଶିଷ୍ଟ କବି ପ୍ରଭାକର ଶତପଥି ଯୋଗ ଦେଇଥିଲେ । କବି ବିରଜା ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାବ୍ୟୋତ୍ସବକୁ ସଂଯୋଜନା କରିଥିଲେ ଯୁବକବି ସୁବ୍ରତଜେନା ଓ ସର୍ବାଣୀ ଦାସ । ଏଥିରେ ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, କଟକ, ବାଲେଶ୍ୱର, ଜଗତସିଂହପୁର, ଖୋର୍ଦ୍ଧାସମେତରାଜ୍ୟରବିଭିନ୍ନଜିଲ୍ଲା ଦୁଇଶହରୁ ଉଦ୍ଧ୍ୱ କବି ଯୋଗଦେଇ କବିତା ପାଠକରିଥିଲେ ।

0
0
0
s2sdefault