ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଯୁବଉତ୍ସବ ଓ ପ୍ରତିଭା ଚୟନ ନଭେମ୍ବର ୮ ଓ ୯ରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ରାଜ୍ୟ ଯୁବଉତ୍ସବ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହିଦ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଯୁବଉତ୍ସବ ଓ ପ୍ରତିଭା ଚୟନ ପ୍ରକ୍ରିୟା ଆସନ୍ତା ନଭେମ୍ବର ୮ ଓ ୯ ଦୁଇ ଦିନ ଧରି ଆୟୋଜିତ ହେବ । ଏହି ପରିପ୍ରେକ୍ଷିରେ  ଅନୁଷ୍ଠିତ ହେବାକୁ ଯାଉଥିବା କାର୍ଯ୍ୟକ୍ରମରେ ଲୋକ ନତ୍ୟ ଓ ସଙ୍ଗୀତ(ଦଳଗତ), ଶାସ୍ତ୍ରୀୟ ସଙ୍ଗୀତ, ମୃଦଙ୍ଗ, ହାରମୋନିୟମ, ତବଲା, ଗିଟାର, ସୀତାର ବାଦନ ସହିତ ଓଡ଼ଶୀ ନୃତ୍ୟ, ଏକାଙ୍କିକା, ବକ୍ତୃତା(ହିନ୍ଦି ଓ ଇଂରାଜୀ) ଆଦି ପ୍ରତିଯୋଗିତା ରହିଅଛି । ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ଅନୁଷ୍ଠିତ ହେବାକୁ ଯାଉଥିବା ଉକ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ମୟୂରଭଞ୍ଜ ଜିଲ୍ଲାର ୧୩ରୁ ୩୫ ବର୍ଷର ଯୁବକ/ ଯୁବତୀମାନେ ସେମାନଙ୍କର ନିଜ ନିଜ ବ୍ଲକର ଗୋଷ୍ଠୀ  ଉନ୍ନୟନ ଅଧିକାରୀ, ପୌରପରିଷଦ ଓ ବିଜ୍ଞାପିତ କ୍ଷେତ୍ର ପରିଷଦର ନିର୍ବାହୀ ଅଧିକାରୀମାନଙ୍କ ସହିତ ସମ୍ପର୍କସ୍ଥାପନ କରି ନଭେମ୍ବର ୫ ମଧ୍ୟରେ ନାମକୁ ପଞ୍ଜିକରଣ କରାଇ ନେବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏଥି ସହିତ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ସମ୍ବନ୍ଦରେ ଅଧିକ ଜାଣିବାକୁ ଚାହୁଁଥିଲେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ବେହେରାଙ୍କ ସହିତ ୮୬୫୮୫୭୨୬୨୮ ମୋବାଇଲ ନମ୍ବରେ ଯୋଗାଯୋଗ କରିପାରିବେ । ଉକ୍ତ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ମାଧ୍ୟମରେ ଚୟନ କରାଯାଉଥିବା ସଫଳ ପ୍ରତିଯୋଗିମାନେ ରାଜ୍ୟସ୍ତରୀୟ ଯୁବ ଉତ୍ସବରେ ସିଧାସଳଖ ଭାବେ ଅଂଶ ଗ୍ରହଣ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।  ନଭେମ୍ବର ୮ ଓ ୯ରେ ଆୟୋଜିତ ହେବାକୁ ଯାଉଥିବା ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ନିମନ୍ତେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ପ୍ରସ୍ତୁତି ବୈଠକରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀବେହେରା କାର୍ଯ୍ୟସୂଚୀ ଉପସ୍ଥାପନ କରିଥିବା ବେଳେ ବିଭିନ୍ନ ବିଭାଗୀୟ ପଦାଧିକାରୀ, ଅଧିକାରୀମାନେ ବୈଠକରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।    

0
0
0
s2sdefault