ହେଡଲାଇନସ୍:

ଓଡଗାଁରେ ଗଜଲକ୍ଷ୍ମୀ ପୂଜା ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ): ଗଜଲକ୍ଷ୍ମୀ ପୂଜା ଓ କୁମାର ପୁର୍ଣ୍ଣମୀ ଅବସରରେ ଓଡଗାଁ ଅଂଚଳ ହୋଇ ଉଠିଛି ଉସôବମୁଖର । ନାନା ରଙ୍ଗର ଆଲୋକ ମାଳାରେ ପୁଜା ସ୍ଥଳ ହୋଇଛି ଅଧିକ ଆକର୍ଷଣୀୟ । ଏକମାସ ଧରି ଗୋଟିଏ ସ୍ଥାନରେ ମେଳ ହୋଇ ପାଳି ଆସୁଥିବା ଜହ୍ନିଓସାର ଅନ୍ତିମ ଦିବସରେ କୁଆଁରୀମାନେ ନୂତନ ବେଶ ପୋଷାକରେ ପରିଧାନ କରି ଚଉରା ମୁଳରେ ପୂଜା ଅର୍ଚ୍ଚନା କରି ଉଜାଇଁବା ସହିତ ଉତମ ବରପ୍ରାପ୍ତି ନିମନ୍ତେ ପ୍ରାର୍ଥନା କରିଥିଲେ । ଲକ୍ଷ୍ମୀପୂଜା ଅବସରରେ ଓଡଗାଁ ବଣିକ ସଂଘ ତରଫରୁ ଗଜଲକ୍ଷ୍ମୀଙ୍କ ମନ୍ଦିରରେ ଘୃତଯଜ୍ଞ ଆରମ୍ଭ ହୋଇଛି । ଏଥି ନିମନ୍ତେ ବୁଧବାର ଦିନ ସକାଳେ ୧୮୧ଜଣ ମହିଳା ସ୍ଥାନୀୟ ରାମସାଗରରୁ ପୁର୍ଣ୍ଣ କଳସ ଧରି ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଯଜ୍ଞ ସ୍ଥଳରେ କଳସ ସ୍ଥାପନ କରିଥିଲେ । ଅନୁରୁପଭାବେ ସ୍ଥାନୀୟ ଶିଳ୍ପୀନଗର ସାହି, ବିଜୟାମଣ୍ଡପ ସାହି, କଦମ୍ବ ବଜାର ସାହି, ପାଇକ ସାହିରେ ମୃଣ୍ମୟୀ ମୃର୍ତିଙ୍କର ଷୋଡଶ ଉପଚାରରେ ପୂଜା ଆରଧନା କରାଯାଇଥିଲା । ଏଥି ସହିତ ରଙ୍ଗଣୀ ପାଟଣା, ମଶାବରୀ, କୁରୁମବାଙ୍କତରା, ନନ୍ଦିଘୋର, କୁରାଳ ଠାରେ ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ଅନୁଷ୍ଠିତ  ହୋଇଯାଇଛି । ସମସ୍ତ ପୂଜା ମଣ୍ଡପରେ ଅନୁଷଠିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ମାଙ୍କୁ ଦର୍ଶନ କରିବା ନିମନ୍ତେ ବହୁ ଶ୍ରଦ୍ଧାଳୁ ସମାଗମ ହୋଇଥିବା ଦେଖାଯାଇଥିଲା । ସ୍ଥାନୀୟ ପୋଲିସ ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ବିହିତ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

0
0
0
s2sdefault