ହେଡଲାଇନସ୍:

କଦଳୀଗଡ଼ରେ ମହାଲକ୍ଷ୍ମୀ ପୂଜା ଆଜିଠାରୁ ଆରମ୍ଭ ପାଞ୍ଚଦିନ ପର୍ଯ୍ୟନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲରୁ ରିପୋର୍ଟ ଯଶୋବନ୍ତ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚୟତରେ ସାର୍ବଜନୀନ ମହାଲକ୍ଷ୍ମୀ ପୂଜା କମିଟୀ ପକ୍ଷରୁ 47 ତମ ମହାଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି lଚଳିତ ବର୍ଷ ପୂଜା ପାଇଁ 5 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା କମିଟୀ ର ସଭାପତି ଗଙ୍ଗାଧର ମହାଖୁଡ଼ ପ୍ରକାଶ କରିଛନ୍ତି l ପୂଜା 1971 ରେ ଆରମ୍ଭ ହୋଇ 537 ଟଙ୍କା ଖର୍ଚ ହୋଇଥିଲା l ଆଜି ଅପରାହ୍ନ ରେ କଳସ ଯାତ୍ରା ହୋଇଥିଲା l ଏଥିରେ ଗ୍ରାମର ମହିଳା ମାନେ ଓ ସଂକୀର୍ତ୍ତନ ମଣ୍ଡଳି ମାନେ ଯୋଗଦେଇ ମାଁ ଙ୍କ ଭଜନ କୀର୍ତ୍ତନ ପରିବେଷଣ କରିଥିଲେ l ଆଜି ପୂଜା ଆରମ୍ଭ ହୋଇ 29 ତାରିଖ ରେ ଭସାଣି ଯାତ୍ରା ସମ୍ପନ୍ନ କରାଯିବ l ପୂଜା ଅବସରରେ କମିଟୀ ତରଫରୁ ପ୍ରତିଦିନ ସନ୍ଧ୍ୟାରେ ଭଜନ ସମାରୋହ ଏବଂ ମନରୋଞ୍ଜନ କାର୍ଯ୍ୟକ୍ରମ ରଖାଯାଇଛି ବୋଲି କମିଟୀ ର ସଭାପତି ଶ୍ରୀ ମହାକୁଡ଼ କହିଛନ୍ତି l ସନ୍ଧ୍ୟା ରେ ମାଁ ଲକ୍ଷ୍ମୀ ଙ୍କ ନଗର ପରିକ୍ରମା ସହିତ 29 ତାରିଖ ରେ ଲକ୍ଷ୍ମୀ ଙ୍କ ବିସର୍ଜନ କରାଯିବ l ପୂଜା କୁ ସୁନ୍ଦର କରିବା ପାଇଁ ଆକର୍ଷଣୀୟ ମୁର୍ତ୍ତି,ବିଦ୍ୟୁତ ତୋରଣ ସହିତ ଆଲୋକର ସାଜସଜ୍ଜା କରାଯାଇଛ l

0
0
0
s2sdefault