ହେଡଲାଇନସ୍:

ବାବା ବିଶା ଶହେ କୁଳ କୁଳିତା ସମାଜ ଶାରଦୀୟ ରାମଚଣ୍ଡୀ ମହୋତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାଇକମାଲ(Gouranga Charan Dash) :- ବରଗଡ ଜିଲ୍ଲା ପଇକମାଲ ର ନୃସିଂହନାଥ ନିକଟରେ ଥିବା ମାଁ ରାମଚଣ୍ଡୀ ଙ୍କର ମଦିରରେ ଆଜି 2018 ର ଶାରଦୀୟ ରାମଚଣ୍ଡୀ ମହୋତ୍ସବର ଆରମ୍ଭ ବେଶ ଧୁମଧାମରେ ହେଇ ଯାଇଛି । ବାବା ବିଶା ଶହେ କୁଳ କୁଳିତା ସମାଜ ଦ୍ୱାରା ପାଳନ କରାଯାଉଥିବା ଏହି ମହୋତ୍ସବରେ ସକାଳୁ ସମାଜ ର ଶହ ଶହ ମାଆ ଭଉଣୀ ମାନେ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ନିକରରୁ କଲଶ ଶୋଭାଯାତ୍ରାରେ ବାହାରି ରାମଚଣ୍ଡୀ ଙ୍କର ମନ୍ଦିରରେ ସ୍ଥାପନ କରିବା ପରେ ମନ୍ଦିରରେ ପୂଜା କାର୍ଯ ଆରମ୍ଭ ହେଇଥିଲା । ଅନ୍ୟପଟେ କୁଳିତା ସମାଜ ର ଏକ ସାମାଜିକ ସଭାର ଆୟୋଜନ ମଧ୍ୟ କରାଯାଇଥିଲା। କୁଳିତା ସମାଜ ର ପଦ୍ମପୁର ଉପଖଣ୍ଡ ର ସଭାପତି ଶ୍ରୀ ଭୋଳାନାଥ ପ୍ରଧାନ ଙ୍କର ସଭାପତିତ୍ୱ ରେ ଆୟୋଜିତ ଏହିସଭାରେ ଭୁବନେଶ୍ୱର ତହସିଲ ର ଅତିରିକ୍ତ ତହସିଲଦାର ଶ୍ରୀ ମହେନ୍ଦ୍ର ବଢ଼େଇ , ପଶ୍ଚିମ ଓଡିଶା ବିକାଶ ପରିଷଦ ର ସଭ୍ୟ ଶ୍ରୀ ନାରାୟଣ ସାହୁ ଓ ଝାରବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ବିଜୟ ପ୍ରଧାନ ପ୍ରମୁଖ ସମ୍ମାନିତ  ଅତିଥି ଭାବରେ ଯୋଗ ଦେଇଥିଲେ । ଦଶମ ଶ୍ରେଣୀରେ 90%ରୁ ଉର୍ଧ୍ଵ  ନ ରଖି ସମାଜ ତଥା ଅଂଚଳକୁ ଗୌରବ ଆଣିଦେଇ ଥିବା ସତ୍ୟ ପ୍ରକାଶ ନାୟକ ଓ ରିତେଶ ନାୟକ ଓ ଝାରବନ୍ଧ ର ଲିପି ପ୍ରଧାନ ଙ୍କୁ ସମାଜ ଦ୍ୱାରା ସମର୍ଦ୍ଧିତ କରାଯିବା ସହିତ ମହେନ୍ଦ୍ର ବଢ଼େଇ ଓ ନାରାୟଣ ସାହୁ ଙ୍କୁ ମଧ୍ୟ ସମ୍ମର୍ଦ୍ଧିତ କରାଯାଇଥିଲା। ଏହାପରେ ସମାଜ ର ବକ୍ତା ମାନେ ସମାଜ ର ବିଭିନ୍ନ ପ୍ରକାର ର ଉନ୍ନତି ପାଇଁ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

 ଉକ୍ତ ସଭାରେ ଝାରବନ୍ଧ ର ମେଧାବୀ ଛାତ୍ରୀ ଲିପି ପ୍ରଧାନ ଙ୍କୁ ଯିଏ କି ଗତ ମେଟ୍ରିକ ପରୀକ୍ଷା ରେ 92.5% ମାର୍କ ରଖିଥିଲେ ତାଙ୍କୁ କୂଳତା ସମାଜ କଲ୍ୟାଣ ସଂଗଠନ ଭୁବନେଶ୍ୱର ଦ୍ୱାରା ସଂଗଠନ ର ସମ୍ପାଦକ ଶ୍ରୀ ମହେନ୍ଦ୍ର ବଢ଼େଇ 10000(ଦଶ ହଜାର) ଟଙ୍କା ପ୍ରଦାନ କରିଥିଲେ । ଶ୍ରୀ ବଢ଼େଇ ଏହା ମଧ୍ୟ ଘୋଷଣା କରି ଥିଲେ ଯେ ଶ୍ରୀ ସତ୍ୟ ପ୍ରକାଶ ନାୟକ ଓ ଶ୍ରୀ ରିତେଶ କୁମାର ନାୟକ ଙ୍କୁ ମଧ୍ୟ ଖୁବ ଶୀଘ୍ର ସଂଗଠନ ତରଫରୁ ଏହି ରାଶି ପ୍ରଦାନ କରାଯିବ । ଉକ୍ତ ସମସ୍ତ କାର୍ଯକ୍ରମକୁ ଟାଇଲ ଚନ୍ଦ୍ର ଭୋଇ ପରିଚାଳନା କରିଥିଲେ ।

0
0
0
s2sdefault