ହେଡଲାଇନସ୍:

ରାଇଦାମୋଦର ବେଶରେ ରଘୁନାଥଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡିଶା ପ୍ରଶିଦ୍ଧ ସ୍ୱର୍ଣ୍ଣ କଳଶ କ୍ଷେତ୍ର ପ୍ରଭୁ ଶ୍ରୀରଘୁନାଥଙ୍କ ପୀଠରେ ପ୍ର୍ରତିବର୍ଷପରି ଆଶ୍ୱିନମାସ ଶୁକ୍ଲ ଏକାଦଶୀ ଠାରୁ ଶ୍ରୀଜିଉଙ୍କ ରାଇ ଦାମୋଦର ପର୍ବ  ଆରମ୍ଭ ହୋଇଛି । ଏହି ବେଶରେ ଶ୍ରୀଜୀଉଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡଲାଗିଥିଲା । କାର୍ତିକ ଶୁକ୍ଲ ଦଶମୀ ପର୍ଯ୍ୟନ୍ତ ଏକ ମାସ ଧରି ଏହା ଚାଲିବ । ସନ୍ଧ୍ୟା ଆଳତୀ ସରିବା ପରେ ଶ୍ରୀଜିଉଙ୍କ ଠାରୁ ଆଜ୍ଞାମାଳ ପାଇ ବିଜେ ପ୍ରତିମା ମଣି ବିମାନରେ ବସି ପଟୁଆରରେ ଏକାଦଶୀ ବେଢା ପରିକ୍ରମା କରି ନାଟ୍ୟ ମଣ୍ଡପକୁ ବିଜେ ହୋଇଥିଲେ । ପାଳିଆ ପଣ୍ଡାଙ୍କ ଦ୍ୱାରା ଷୋଡଶ ଉପଚାର ପୂଜା, କର୍ପରୁ ଆଳତୀ, ପିଷ୍ଟକ୍ ଆଳତୀ, ବନ୍ଦାପନ ଓ ମହାଆଳତୀ ପରେ ପ୍ରଭୁ ରତ୍ନ ସିଂହାସନକୁ ବିଜେ କରିଥିଲେ । ପାଳିଆପଣ୍ଡା ପୂଜକ ପରିଷଦର ସମସ୍ତ କର୍ମକର୍ତା, ମନ୍ଦିର ପରିଛା ହରିବନ୍ଧୁ ଷଡଙ୍ଗୀ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରଦ୍ଧାଳୁମାନେ ଶୃଙ୍ଖଲାରେ ଦର୍ଶନ କରିବା ପାଇଁ ପୋଲିସ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

 

0
0
0
s2sdefault