ହେଡଲାଇନସ୍:

ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ଗାଁ ଅଂଚଳ ଉତ୍ସବ ମୁଖର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ( ଶ୍ରୀକାନ୍ତ କୁମାର ମିଶ୍ର): ସାର୍ବଜନିନ ଦୁର୍ଗାପୂଜା ଅବସରରେ ଓଡ଼ଗାଁ ଅଂଚଳ ହୋଇଉଠିଛି ଉତ୍ସବବମୂଖର । ନାନାରଙ୍ଗର ଆଲୋକ ମାଳାରେ ପୁଜାମଣ୍ଡପ ହୋଇ ଉଠିଛି ଅଧିକ ଆକର୍ଶଣୀୟ । ଦୀର୍ଘ ଅର୍ଦ୍ଧ ଶତାବ୍ଧି ଧରି ଓଡ଼ଗାଁ ବ୍ଲକ ସାମ୍ନାରେ ଚାଲିଆସିଥିବା ମା’ ଦୁର୍ଗାଙ୍କ ପୂଜାଅର୍ଚାନ ଏବର୍ଷ ମଧ୍ୟ ଧୁମଧାମରେ ପାଳିତ ହେଉଛି । ଆଦ୍ୟାଶକ୍ତିଙ୍କ ଆବାହନ ଓ ଆରଧନାରେ ଶ୍ରଧାଳୁମାନେ ହୋଇ ଉଠିଛନ୍ତ ନିମଗ୍ନ । ସ୍ତବ, ସ୍ତୁତି, ପ୍ରାର୍ଥନା ସହିତ ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଏହି ଅବସରରେ ସ୍ଥାନୀୟ ଶ୍ରୀରଘୁନାଥଙ୍କ ମନ୍ଦିର ପରିଷରରେ ଅବସ୍ଥିତ ମା’ ବିମଳା, ରାମସାଗର ନିକଟରେ ଥିବା ରାମଚଣ୍ଡୀ ମନ୍ଦିର, ତହସିଲ ଅଫିସ ନିକଟ ହେମାମାଳୀ ମନ୍ଦିର, ଦଲକ ଛକରେ ଅବସ୍ଥିତ ଗୟଳସିଂ ମନ୍ଦିର, ଗୈାଡପୁଟ ନିକଟ ବୁଢାବୁଢିଆଣୀ ମନ୍ଦିରରେ ମଧ୍ୟ ଜାକଯମକ ସହକାରେ ଶୋଡଷ ଉପଚାରରେ ମାଙ୍କର ପୂଜାର୍ଚ୍ଚନା ଚାଲିଛି । ଓଡ଼ଗାଁ ବ୍ଲକ ଅଂଚଳର କୁରାଳ, ରଙ୍ଗଣୀପାଟଣା, ବାହାଡାଝୋଲା ଆଦି ବିଭିନ୍ନ ସ୍ଥାନରେ ପାରମ୍ପରିକ ରିତିନୀତି ଅନୁଶାରେ ମା’ଙ୍କ ପୂଜା ବେଶ ଯାକଜମକ ଓ ହର୍ଶୋଲ୍ଲାଷରେ ପାଳିତ ହେଉଥିବା ଦେଖିବାକୁ ମିଳିଛି ।

0
0
0
s2sdefault