ହେଡଲାଇନସ୍:

"ଦେଶକୁ ମା ବୋଲି ଭାବୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆରଏସ୍ଏସ୍ ତରଫରୁ ବିଜୟା ଦଶମୀ ଉତ୍ସବ ପାଳିତ

ଭୁବନେଶ୍ୱର(ମାନସୀ ମିଶ୍ର )- ସଂଗଠନରୁ ଶକ୍ତି ଆସିଥାଏ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତ୍ୟେକ ହିନ୍ଦୁଙ୍କୁ ସଂଗଠିତ କରିବାକୁ କରିବାକୁ ଚାହୁଁଛି । ୧୯୨୫ରେ ସଂଘ ପ୍ରତିଷ୍ଠା ପୂର୍ବରୁ ଡକ୍ଟର ହେଡ଼ଗେୱାର ଭାରତ ବର୍ଷର ପରାଧୀନ ହେବାର କାରଣ ଖୋଜିଥିଲେ । ଅନେକ ଚିନ୍ତନ ପରେ ସେ ଏହି ନିର୍ଯ୍ୟାସରେ ପହଂଚିଥିଲେ ଯେ, ଯେ ପର୍ଯନ୍ତ ଏହି ଦେଶର ପୁତ୍ର ରୂପୀ ହିନ୍ଦୁ ସମାଜ ଏକତ୍ରିତ ନ ହୋଇଛି ସେ ପ୍ରତିଷ୍ଠା କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତିର ମନ ମସ୍ତିଷ୍କରେ ଦେଶ ଭକ୍ତିର ଭାବ ଭରିଦେବା ଏବଂ ପ୍ରତ୍ୟେକ ଯୁବକର ବାହୁରେ ଶକ୍ତି ଭରିଦେବା ପାଇଁ ଚେଷ୍ଟା କରିଆସୁଛି ବୋଲି ରାଷ୍ଟ୍ରୀୟ ସ୍ୱୟଂସେବ ସଂଘ ଓଡ଼ିଶା ପୂର୍ବ ପ୍ରାନ୍ତ ସହ କାର୍ଯ୍ୟବାହ ଶ୍ରୀ ସୁଦର୍ଶନ ଦାଶ କହିଛନ୍ତି । ରବିବାର ରାଷ୍ଟ୍ରୀୟ ସ୍ୱୟଂସେବ ସଂଘ ଭୁବନେଶ୍ୱର ମହାନଗର ପକ୍ଷରୁ ବିଜୟା ଦଶମୀ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶ୍ରୀ ଦାସ କହିଲେ ଯେ, ଶକ୍ତି ବିନା ଭକ୍ତି ଅସମ୍ଭବ । ଯେପରି ମହିଷାସୁରକୁ ବଦ୍ଧ କରିବ ପାଇଁ ଦେବତାମାନେ ସଂଗଠିତ ହୋଇ ମା’ଦୁର୍ଗାଙ୍କୁ ଆରଧନା କରିଥିଲେ ଏବଂ ଦେବତା ମାନଙ୍କ ସଂଗଠିତ ଶକ୍ତି ଦ୍ୱାରା ମା’ଦୁର୍ଗା ମହିଷାଶୁରକୁ ବଦ୍ଧ କରିଥିଲେ । ସେହିପରି ବର୍ତମାନର ସମାଜରେ ସଂଗଠିତ ଶକ୍ତିର ଆବଶ୍ୟକତା ରହିଛି । ଛଳନାତ୍ମକ ଦେଶ ଭକ୍ତି ଆଉ ଚାଳିବ ନାହିଁ । ଦେଶକୁ ବିକଶିତ କରିବାକୁ ହେଲେ ନିଷ୍କପଟ ଦେଶଭକ୍ତି ଆବଶ୍ୟକ । ଯାହା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାର ପ୍ରତିଷ୍ଠା ଦିନରୁ କରିଆସୁଛି । ଦେଶକୁ ମା’ବୋଲି ଭାବୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ । ଏକହିଁ ସତ୍ ବିପ୍ରା ବହୁଦା ଭବନ୍ତି । ସତ୍ୟ ଏକ କିନ୍ତୁ ପଥ ଅନେକ । ଯିଏ ହୀନ ମନ୍ୟତାକୁ ଗ୍ରହଣ କରେନାହିଁ ସିଏ ହିନ୍ଦୁ । ତେଣୁ ଭାରତ ବର୍ଷର ପ୍ରତ୍ୟେକ ବ୍ୟକ୍ତି ଯାହାଙ୍କର ଉପାସନା ପଦ୍ଧତି ଯାହାହେଉନା କାହିଁକି ତା ଭିତରେ ଯଦି ଦେଶଭକ୍ତିର ଭାବ ରହିଛି ସେ ହିନ୍ଦୁ ଅଟେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ହୋଟେଲ ମ୍ୟାନେଜମେଂଟ ବିଭାଗର ଅଧ୍ୟକ୍ଷ ଶିତିକଣ୍ଠ ମିଶ୍ର ଯୋଗଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ବର୍ତ୍ତମାନର ଦୁନିଆରେ ଯେତେବେଳେ ମଣିଷ ନିଜ ଚିନ୍ତାଛଡ଼ା ଅନ୍ୟ କିଛ ଚିନ୍ତା କରୁନାହିଁ ସେ ସମୟରେ ନିଜଠାରୁ ଦେଶକୁ ଅଧିକ ଭଲପାଉଥିବା ସ୍ୱୟଂସେବକମାନେ ମାର୍ଗଦର୍ଶକ ଅଟନ୍ତି । ଯଦି ଜଣେ ଶାରିରୀକ ଏବଂ ମାନସିକ ଭାବେ ସୁସ୍ଥ ନ ଥିବ ସେ କେବେ ଦେଶର ବିକାଶ କରିପାରିବ ନାହିଁ । ତେଣୁ ଗୋଟିଏ ଉନ୍ନତ ରାଷ୍ଟ୍ର ଗଠନ ପାଇଁ ତାର ନାଗରିକ ମାନେ ଶାରିରୀକ ଭାବେ ସୁସ୍ଥ ରହିବା ସହ ମାନସିକ ଭାବେ ମଧ୍ୟ ସୁସ୍ଥ ରହିବା ନିତାନ୍ତ ଆବଶ୍ୟକ । କାର୍ଯ୍ୟକ୍ରମରେ ମହାନଗର ସଂଘଚାଳକ ଡକ୍ଟର ବସନ୍ତ ପତି ସଭାପତିତ୍ୱ କରିଥିଲେ । ମହାନଗର ସହକାର୍ଯ୍ୟବାହ ସୁବ୍ରତ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସ୍ୱୟଂସେବକମାନଙ୍କ ଦ୍ୱାରା ଚିତାକର୍ଷକ ଶାରିରୀକ ଏବଂ ଘୋଷର ପ୍ରଦର୍ଶନ ହୋଇଥିଲା । ଏଥିରେ ଭୁବନେଶ୍ୱର ମହାନଗର୫୦୦ରୁ ଊଦ୍ଧ୍ୱର୍ ସ୍ୱୟଂସେବକ ଭାଗନେଇଥିଲେ । ଶେଷରେ ସ୍ୱୟଂସେବକମାନେ ଭବ୍ୟ ପଥସଂଚାଳନରେ ବାହାରି ନଗର ପରିକ୍ରମା କରିଥିଲେ ।

0
0
0
s2sdefault