ହେଡଲାଇନସ୍:

ସାହିତ୍ୟ ହେଉଛି ଶବ୍ଦର ଖେଳ: ରାଜ୍ୟପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: ସାହିତ୍ୟ ହେଉଛି ଶବ୍ଦର ଖେଳ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶନିବାର କାଦମ୍ବିନୀ ପତ୍ରିକା ପକ୍ଷରୁ ଆୟୋଜିତ ଶାରଦୀୟ ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଲେ, ସାହିତ୍ୟ ହେଉଛି ମମତାମୂଳକ, ସମତାମୂଳକ, ଆନନ୍ଦମୂଳକ ଓ ମାୟାମୂଳକ । ସାହିତ୍ୟ ମାଧ୍ୟମରେ ଆନନ୍ଦ ପ୍ରାପ୍ତି ହୋଇପାରେ । ସେହିପରି ଏହା ସମାଜରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସାହାଯ୍ୟକରିଥାଏ । ସାହିତ୍ୟ ମଧ୍ୟ ଆମକୁ ପରମାତ୍ମାଙ୍କ ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରଫେସର ଲାଲ୍ କହିଥିଲେ । କାଦମ୍ବିନୀର ବ୍ୟାଖ୍ୟା କରିବାକୁ ଯାଇ ସେ କହିଲେ, କାଦମ୍ବିନୀ ଅର୍ଥ ହେଉଛି ମେଘମାଳା । ବର୍ଷା ଯେପରି ଉ—ିଦଠାରୁ ଆରମ୍ଭ କରି ପ୍ରାଣୀ ଜଗତ ଓ ଜୀବଜଗତକୁ ପୁଲ୍ଲକିତ କରିଥାଏ, ସେହିପରି କାଦମ୍ବିନୀ ପତ୍ରିକା ତାହାର ଲେଖା ମାଧ୍ୟମରେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଥିବ ବୋଲି ପ୍ରଫେସର ଲାଲ୍ କହିଥିଲେ । ଏହି ବନ୍ଧୁ ମିଳନରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ବସନ୍ତ ପଣ୍ଡା କାଦମ୍ବିନୀର ପୂଜା ବିଶେଷାଙ୍କ ଉପରେ ଆଲୋକପାତ କରି କହିଲେ, କାଦମ୍ବିନୀ ଆଜି ଘରେ ଘରେ ପରିଚିତ । ଏହା ସଂପୂର୍ଣ୍ଣ ଭାବେ ଏକ ପାରିବାରିକ ପତ୍ରିକା ହୋଇଥି ରୁ ପାଠକଙ୍କ ଆଦୃତି ଲାଭ କରିପାରିଛି । ଏଥିରେ ଅଧ୍ୟକ୍ଷତା କରି ବିଶିଷ୍ଟ ସାହିତି୍ୟକ ଶାନ୍ତନୁ ଆଚାର୍ଯ୍ୟ କହିଲେ, ଓଡ଼ିଶାର କଳା ଓ ଭାସ୍କର୍ଯ୍ୟ ବହୁ ଉଚ୍ଚକୋଟୀର ଏବଂ ସମୃଦ୍ଧଶାଳୀ ହୋଇଥିଲେ ମଧ୍ୟ ଏ ବାବଦରେ କୌଣସି ସାହିିତ୍ୟ ପତ୍ରିକା ଆଲୋଚନା କରନ୍ତି ନାହିଁ । କାଦମ୍ବିନୀ ଚଳିତ ସଂଖ୍ୟାରେ ଭୁବନେଶ୍ୱର ଉପରେ ଯେଉଁ ସ୍ୱତନ୍ତ୍ର ଉପସ୍ଥାପନା କରିଛନ୍ତି । ସେଥ#ରେ ଭୁବନେଶ୍ୱରରେ ଥିବା ମନ୍ଦିରଗୁଡ଼ିକ ଉପରେ ଆଲୋଚନା କରାଯାଇଛି । ଏଥିପାଇଁ ସେ କାଦମ୍ବିନୀର ସଂପାଦିକା ଡ. ଇତି ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଅନ୍ୟତମ ଅତିଥି  ଭାବେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଡ. ଜୟନ୍ତୀ ରଥ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ ଉପରେ ଆଲୋକପାତ କରି କହିଲେ, ଓଡ଼ିଶାର କଳା ଓ ସଂସ୍କୃତି ସମୃଦ୍ଧଶାଳୀ । ଏହାର କଳା, ସଂସ୍କୃତି ଓ ଐତିହ୍ୟ ବହୁ ପୁରାତନ । ଏ ସଂପର୍କରେ ରାଜ୍ୟ ଅଭିଲେଖାଗାର ଓ ରାଜ୍ୟ ସଂଗ୍ରହାଳୟରେ ବହୁ ଉପାଦେୟ ପୁସ୍ତକ, ତଥ୍ୟ ଓ ନମୁନା ରହିଛି । କିନ୍ତୁ ରାଜ୍ୟ ଅଭିଲେଖାଗାର ଓ ସଂଗ୍ରହାଳୟ ସଂପର୍କରେ ଓଡ଼ିଶାର ଅନେକ ଲୋକଙ୍କ ଧାରଣା ନାହିଁ । କାଦମ୍ବିନୀର ପୂଜା ସଂଖ୍ୟାରେ ଭୁବନେଶ୍ୱର ଉପରେ ଏକ ସ୍ୱତନ୍ତ୍ର ସଂସ୍କରଣରେ ଓଡ଼ିଶା ଅଭିଲେଖା ଓ ରାଜ୍ୟ ସଂଗ୍ରହାଳୟ ସଂପର୍କରେ ବିସ୍ତୃତ ଲେଖା ପ୍ରକାଶ ପାଇଥିବାରୁ ଓଡ଼ିଶାର ଲୋକେ ଏ ସଂପର୍କରେ ଅବଗତ ହୋଇପାରିବେ । କାଦମ୍ବିନୀ ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଡ. ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କାଦମ୍ବିନୀର ପୂଜା ସଂଖ୍ୟାକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ ।

 

0
0
0
s2sdefault