ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ୨୦୧୮

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୨୦୧୮ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୃଥକ ପୃଥକ ଭାବେ ସାଧାରଣ ପିଲା ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଯେଉଁ ମାନଙ୍କ ବୟସ ୫ବର୍ଷରୁ ୧୮ ବର୍ଷ ଯାଏଁ ସେମାନଙ୍କ ପାଇଁ ଏହି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକାଞ୍ଚଳରୁ ଏବଂ ବିଭିନ୍ନ ଘରୋଇ ବିଦ୍ୟାଳୟରୁ ୯୯ଜଣ ସାଧାରଣ ଶିଶୁ ଏବଂ ୧୪ଜଣ ଦିବ୍ୟାଙ୍ଗ ଭାଗ ନେଇଥିଲେ । ଏହି ପ୍ରତିଯୋଗିତାରେ ଯେଉଁ ମାନେ କୃତକାର୍ଯ୍ୟ ହେବେ ସେମାନଙ୍କୁ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବା ସହ ସେମାନଙ୍କ ଚିତ୍ରକୁ ରାଜ୍ୟସ୍ତରକୁ ପଠାଯିବ । ଏବଂ ସମସ୍ତ ଜିଲ୍ଲାରୁ କୃତୀକାର୍ଯ୍ୟ ହୋଇ ଆସିଥିବା ଚିତ୍ର ଗୁଡିକ ରାଜ୍ୟ ସ୍ତରରେ ପୁଣି ପ୍ରଥମ,ଦ୍ୱିତୀୟ ଓ ତୃତୀୟ ଭାବେ ମନୋନୀତ କରାଯାଇ ସେହି ଚିତ୍ର ଗୁଡିକୁ ଜାତୀୟ ସ୍ତରକୁ ପଠାଯିବ । ରାଜ୍ୟ ସ୍ତରରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର କରାଯିବାର ବ୍ୟବସ୍ଥା ରହିଛି ବୋଲି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‍ ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ଠାରୁ ମିଳିଥିବା ସୁଚନାରୁ ଜଣାଯାଇଛି । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ଶିଶୁ ସୁରକ୍ଷା ୟୁନିଟ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ୟୁନିଟର ଜିଲ୍ଲା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ତତ୍ତ୍ୱାଧାନରେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ଓ ଜିଲ୍ଲା ଚାଇଲ୍‍ଡ ଲାଇନ୍‍ର ସଦସ୍ୟ ମାନେ ପରିଚାଳନାକୁ ସହଯୋଗ କରିଥିଲେ ।

0
0
0
s2sdefault