ବରିଷ୍ଠ ନାଗରିକ ତୀର୍ଥଯାତ୍ରା -୨୦୧୮ରେ ମୟୂରଭଞ୍ଜ ଜିଲ୍ଲାରୁ ୨୭୧ ଯାତ୍ରୀ ସାମିଲ ହେଲେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ବରିଷ୍ଠ  ନାଗରିକ ତୀର୍ଥଯାତ୍ରା – ୨୦୧୮ରେ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୨୭୧ ବରିଷ୍ଠ ତୀର୍ଥଯାତ୍ରୀ ସାମିଲ ହୋଇ ଆଗ୍ରା, ଫତେପୁରସିକ୍ରି ଓ ମଥୁରା ଆଦି ତୀର୍ଥ ସ୍ଥାନ ଦର୍ଶନ ନିମନ୍ତେ ଯାତ୍ରା ଆରମ୍ଭ କରିଛନ୍ତି । ଏଥି ନିମନ୍ତେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳ  ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ତୀର୍ଥଯାତ୍ରୀମାନଙ୍କ ଯାତ୍ରାର ଶୁଭ କାମନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ଉପଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତାର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ମନୋରଞ୍ଜନ ମହାପାତ୍ର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ ବେହେରା, ଜିଲ୍ଲା ସଂସ୍କୃତି ବିଭାଗ ଅଧିକାରୀ ତନୁଜା ସିର୍କା ପ୍ରମୁଖ ବିଭିନ୍ନ ସରକାରୀ ପଦାଧିକାରୀ, ଅଧିକାରୀଙ୍କ ସମେତ ତୀର୍ଥଯାତ୍ରୀମାନଙ୍କ ପରିବାରର ସଦସ୍ୟମାନେ ଯୋଗ ଦେଇ ତୀର୍ଥଯାତ୍ରୀମାନଙ୍କୁ ଉତ୍ସାହିତ କରାଇଥିଲେ । ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଦ୍ୱାରା ରାଜ୍ୟ ସରକାରଙ୍କ ତୀର୍ଥଯାତ୍ରା ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ବିଶେଷକରି ଦାରୀଦ୍ର ସୀମାରେଖା ତଳେ ବସବାସ କରୁଥିବା ବରିଷ୍ଠ ନାଗରିକମାନଙ୍କୁ ପ୍ରାଥମିକତା ଭିତ୍ତରେ ପ୍ରତ୍ୟେକ ବର୍ଷ ଚୟନ କରାଯାଇଥାଏ । ଚଳିତ ବର୍ଷ ଜିଲ୍ଲାରୁ ୬୦ରୁ ଅଧିକ ବୟସ ହୋଇଥିବା  ୧୪୦ ଜଣ ମହିଳା ଓ ୧୩୧ ପୁରୁଷଙ୍କୁ ସାମିଲ କରାଯାଇଛି । ଆଜି ଏହି ତୀର୍ଥଯାତ୍ରୀମାନେ ଏକ ସ୍ୱତନ୍ତ୍ର ଟ୍ରେନରେ ଭୂବନେଶ୍ୱରରୁ ଯାତ୍ରା ଆରମ୍ଭ କରି ଅକ୍ଟୋବର ୧୧ରେ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଅଛି । ଉକ୍ତ ତୀର୍ଥଯାତ୍ରୀମାନଙ୍କର ଭଲମନ୍ଦ ଆଦି ତଦାରଖ କରିବା ନିମନ୍ତେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସିର୍କା, ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ବରିଷ୍ଠ ସହାୟିକା ତୁଳସୀ ହେମ୍ବ୍ରମ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଂସ୍ଥାପନ ଉପବିଭାଗର ମୁଖ୍ୟ ସହାୟକ ଧନଞ୍ଜୟ ପାତ୍ର, ପର୍ଯ୍ୟଟନ ବିଭାଗର ଅବସରପ୍ରାପ୍ତ ସହାୟକ ଅରୁଣ ମିଶ୍ରଙ୍କ ସହିତ ପର୍ଯ୍ୟଟନ ବିଭାଗର ୩ ଜଣ ଚତୃର୍ଥ ଶ୍ରେଣୀ କର୍ମଚାରୀ ଯାତ୍ରା କରିଛନ୍ତି ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

0
0
0
s2sdefault