ହେଡଲାଇନସ୍:

ଅଖିଳ ଭାରତୀୟ ପ୍ରଦର୍ଶନୀ ବସ ଅଭିଯାନ, ମେରା ଭାରତ ସ୍ୱର୍ଣ୍ଣିମ ଭାରତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ/ଯୋଡ଼ା(ଚିତ୍ତରଞ୍ଜନ କର) ସ୍ୱର୍ଣ୍ଣିମ ଭାରତର ନବନିର୍ମାଣ ନିମନ୍ତେ ଯୁବ ସମାଜକୁ ଆହ୍ୱାନ କରିବା ପାଇଁ ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଥିବା ମେରା ଭାରତ ସ୍ୱର୍ଣ୍ଣିମ ଭାରତ ପ୍ରଦର୍ଶନୀ ବସ ବଡ଼ବିଲରେ ପହଂଚିଛି | ରାଜଯୋଗ ମେଡ଼ିଟେସନ ଦ୍ୱାରା ଯୁବବର୍ଗଙ୍କୁ ଆଧ୍ୟାତ୍ମିକ ମୂଲ୍ୟବୋଧ ଓ ଚରିତ୍ର ନିର୍ମାଣ ପାଇଁ ପ୍ରୋତ୍ସାହିତ କରିବା, ସ୍ୱଚ୍ଛ ସୁସ୍ଥ ଭାରତ ଗଠନ ପାଇଁ ଜନସଧାରଣଙ୍କୁ ସକ୍ରିୟ ଭୂମିକା ଗ୍ରହଣ ନିମନ୍ତେ ପ୍ରେରଣା ପ୍ରଦାନ କରିବା ଏବଂ ଚିନ୍ତାଧାରାରେ ସକରାତ୍ମକ ପରିବର୍ତ୍ତନ ନିମନ୍ତେ ପ୍ରତିନିଧିତ୍ବ କରିବା ଉଦ୍ଦେଶ୍ୟରେ ଯୋଡ଼ା ବଡ଼ବିଲ ର ବିଭିନ୍ନ ସ୍କୁଲ, କଲେଜ, ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି  | ଏହି ଅବସରରେ ବଡ଼ବିଲ ଠାରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ବିକାଶମହଲ ଠାରେ ପହଂଚିଥିଲା | ସେଠାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା,  ତହସିଲଦାର କ୍ଷୀରୋଦ  ବେହେରା  ଓ  ପୂର୍ବତନ ପୌରାଧ୍ୟକ୍ଷ ଦିଲ୍ଲୀପ ମିଶ୍ରଙ୍କ ସମେତ ବହୁ ସଂଖ୍ୟାରେ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ |   

0
0
0
s2sdefault