ହେଡଲାଇନସ୍:

ଅଷ୍ଟାଦଶ ଭଦ୍ରକ ପୁସ୍ତକ ମେଳା "ଗାନ୍ଧୀଗ୍ରନ୍ଥ ମହୋତ୍ସବ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ/Satya Bhusan Swami   : ୧୮ଶ ଭଦ୍ରକ ପୁସ୍ତକମେଳାର ‘ଗାନ୍ଧୀଗ୍ରନ୍ଥ ମହୋତ୍ସବ’ ଅକ୍ଟୋବର ୨ତାରିଖରୁ ଉଦ୍ଘାଟିତ ହୋଇ ଯାଇଛି ଓ ଏହା ଆସନ୍ତା ୧୧ ତାରିଖରେ ଉଦ୍ୟାପିତ ହେବ । ପ୍ରଥମ ସନ୍ଧ୍ୟାରେ ଗାନ୍ଧିଜୀଙ୍କ ଜୀବନର ବିଶେଷ ମୁହୂର୍ତ୍ତ ସମ୍ବଳିତ ୧୦୦ଟି ଫଟୋଚିତ୍ର ପ୍ରଦର୍ଶିତ ହୋଇଥିଲା । ପୁସ୍ତକମେଳା କମିଟି ସଭାପତି ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ  ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ଡ. ଦାଶ ବେନହୁର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ର ସଭାପତି ଇଂ ଅଖିଳ ମୋହନ ପାଢୀ, ଆବାହକ ବିଷ୍ଣୁ ସେଠୀ ପ୍ରମୁଖ ଯୋଗଦାନ କରିଥିଲେ । ନରେନ୍ଦ୍ର ମହାନ୍ତି ପ୍ରାକ୍ କଥନ ଓ ଡ. ଅଭୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ରୂପକ ବିହାରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀନିବାସ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ୨ୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଡ. ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ସମ୍ମାନିତ ଅତିଥି ଡ. ଗୋଲକ ବିହାରୀ ସାହୁ ଯୋଗ ଦେଇଥିଲେ । ଏଥିରେ ‘ସୌନ୍ଦର୍ଯ୍ୟପୂର୍ଣ୍ଣ ଜୀବନର ଆଧ୍ୟାତ୍ମିକତା’ ଶୀର୍ଷକ ଉପରେ ବକ୍ତାମାନେ ଆଲୋଚନା କରିଥିଲେ । ୩ୟ ସନ୍ଧ୍ୟା ପ୍ରାଧ୍ୟାପିକା ଝରଣା ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ  ହୋଇଥିଲା । ‘ସାମାଜିକ ପ୍ରତିବଦ୍ଧତାରେ ଆମ ଲେଖିକାମାନେ’ ଶୀର୍ଷକରେ ବକ୍ତାମାନେ ନିଜସ୍ୱ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ । ‘ଧ୍ୱନିପ୍ରତିଧ୍ୱନି’ ସମ୍ପାଦିକା ସୈରିନ୍ଧ୍ରୀ ସାହୁ, ଡ. ରାଧାରାଣୀ ମହାପାତ୍ର, ଶାନ୍ତିଲତା ନାଗ, ଡ. ପ୍ରଭାତ ନଳିନୀ ମହାପାତ୍ର ପ୍ରମୁଖ ଅତିଥି ଓ ବକ୍ତା ଭାବେ ଯୋଗ ଦେଇ ଆଲୋଚନା ରଖିଥିଲେ । କବି ଗୀତାରାଣୀ ଆଇଚ ପ୍ରାକ୍ କଥନ ପ୍ରଦାନ କରିଥିବା ବେଳେ ଗୀତିକବି ବସନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପୁସ୍ତକମେଳା କମିଟି ସମ୍ପାଦକ ଅକ୍ଷୟ ବାରିକ୍, ପ୍ରଫେସର ରାଜକିଶୋର ସାହୁ, ଡ. ପ୍ରଦିପ୍ତ ରାୟ, ଅଧ୍ୟାପକ ନାସିର ବକ୍ସ, ସୁଧାକର ରାଉତ, ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ଆଇନଜୀବୀ ତୁଷାରକାନ୍ତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

0
0
0
s2sdefault