ହେଡଲାଇନସ୍:

ପ୍ରତିଶୃୁତି ପ୍ରତିଷ୍ଠାନର ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ପୁସ୍ତକ ଉନ୍ମୋଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)  ଅନ୍ୟତମ ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶୃତି ପ୍ରତିଷ୍ଠାନ ଆନୁକୁଲ୍ୟରେ ଭୂବନେଶ୍ୱରସ୍ଥ ଓଡିଶା ରାଜ୍ୟ ଅଭିଲେଖାଗାର ସମ୍ମୀଳନୀ କକ୍ଷରେ ପ୍ରତିଶୃୁତିର ପ୍ରତିଷ୍ଠାତା ସଂପାଦକ ତଥା ବିଶିଷ୍ଟ ସାହିତ୍ୟିକ ଭାଗବତ ପଣ୍ଡାଙ୍କ ସଭାପତିତ୍ୱରେ ଏକ ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହ , ପୁସ୍ତକ ଉନ୍ମୋଚନ ତଥା କବିତା ପାଠୋତ୍ସବ  ଅନୁଷ୍ଠିତ  ହୋଇଯାଇଅଛି । ଉତ୍ସବରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଂପାଦିକା ବିଶିଷ୍ଟ କବୟତ୍ରୀ ମିନତୀ ବେହେରା ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବାସହ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପ୍ରତିଷ୍ଠାନର ସ୍ଥାୟୀ ସଭାପତି ଡ଼  ପାର୍ଥସାରଥି ଜେନା ସ୍ୱାଗତ ଭାଷଣ ଦେଇ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାହିଁ ସମାଜକୁ ଶୃଙ୍ଖଳିତ କରିପାରିବ ବୋଲି କହିଥିଲେ । ଉକ୍ତ ସାରସ୍ୱତ ସମାରୋହରେ ପ୍ରତିଥଯଶା କବି ତଥା ଓଡିଶା ସାହିତ୍ୟ ଏକାଡେମୀ ର ସଭାପତି ହରିହର ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ତାଙ୍କ ବ୍ୟକ୍ତବ୍ୟରେ ସାହିତ୍ୟର ବିଭିନ୍ନ ଦିଗ ସଂପର୍କରେ ଏକ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସାହିତ୍ୟ ଓ ସମାଜ ଶୀର୍ଷକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି କହିଲେ ସମାଜର ବିକାଶ ହେଲେ ବ୍ୟକ୍ତିର ବିକାଶ ହୁଏ । ସାହିତ୍ୟ ଓ ସମାଜ ପରଷ୍ପର ପରିପୂରକ ବୋଲି କହିଥିଲେ । ବିଶିଷ୍ଟ ଗୀତକବି ତଥା ଯୁଗ୍ମ ଶାସନ ସଚିବ ଲୋକସଂପର୍କ ବିଭାଗର ମନୋଜ କୁମାର ମହାନ୍ତି ସମ୍ମାନୀତ ଅତିଥିଭାବେ ଯୋଗଦେଇ ସାହିତ୍ୟ ମଣିଷ ଜୀବନକୁ ଆନ୍ଦନ୍ଦମୟ କରିବା ଦିଗରେ ସହାୟକ ହୋଇଥାଏ ବୋଲି କହିଥିଲେ । ଯଶସ୍ୱ କବି ତଥା ଭରନେଶ୍ୱର ସାହିତ୍ୟ ସମାଜର ସଭାପତି ସୂର୍ଯ୍ୟ ମିଶ୍ର ବିଶିଷ୍ଟ ଅତିଥିଭାବେ ଯୋଗଦେଇ ସାହିତ୍ୟ ସମାଜର ଦର୍ପଣ ସ୍ୱରୂପ ବୋଲି ଉଲ୍ଲେଖକରି ଏକ ଦୀଗାନ୍ତ ଭାଷଣ ଦେଇଥିଲେ । ସମ୍ମାନୀତ ବକ୍ତା ଭାବେ ବିଶିଷ୍ଟ ଔପନ୍ୟାସିକ ରାଧାମୋହନ ମହାପାତ୍ର ତାଙ୍କର ଅଭିଭାଷଣରେ ସାହିତ୍ୟ ସଙ୍ଗୀତ ବିନା ମନୁଷ୍ୟ ଜୀବନ ନିରର୍ଥକ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ପୁଣ୍ୟ ଉତ୍କଳ  ଫାଉଣ୍ଡେସନର ପ୍ରତିଷ୍ଠାତା  ଅଧ୍ୟକ୍ଷ ତଥା ବିଶିଷ୍ଟ ଗୀତିକାର ମନୋରଞନ ମହାପାତ୍ର ସଙ୍ଗୀତର ତାଳେତାଳେ ଭାବପୂର୍ଣ୍ଣ  କଣ୍ଠରେ କହିଲେ ସାହିତ୍ୟ ବିନା ମଣିଷ ଏକ ସୁନ୍ଦର ଓ ଶୃଙ୍ଖଳିତ ଜୀବନ ଯାପନ କରିପାରିବ ନାହିଁ । କଳା ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ କବି ଓ ଲେଖକ ମାନଙ୍କର ଗୁରୁତ୍ତ୍ୱପୂର୍ଣ  ଭୂମିକା ରହିଛି ବୋଲି କହିଥିଲେ । ଏହି ଅବସରରେ ଔପନ୍ୟାସିକ  ରାଧାମୋହନ ମହାପାତ୍ରଙ୍କ ରଚିତ   ଉପନ୍ୟାସ ପୃଷ୍ଟାଏ ପ୍ରଣିପାତର ଦ୍ୱୀତୀୟ ସଂସ୍କରଣ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା । ପ୍ରତିଶୃତି   ପତ୍ରିକାର ପ୍ରତିଷ୍ଠାତା  ସଂପାଦକ ଭାଗବତ ପଣ୍ଡା ସାହିତ୍ୟ ଓ ସମାଜ ଗୋଟିଏ ମୁଦ୍ରାର ଦୁଇଗୋଟି ପାଶ୍ୱର୍ବୋଲି କହିବା ସହ ଭାଷା ସାହିତ୍ୟର ସୁରକ୍ଷା ନିମନ୍ତେ କବି ଓ ଲେଖକ ମାନଙ୍କର ସହଯୋଗ କାମନା କରିଥିଲେ । ପରେ ବିଶିଷ୍ଟ କବି ଅଲେଖ ଚରଣ ରାଉତଙ୍କ ପୈାରୋହିତରେ ଅନୁଷ୍ଠାନ  କବିତା ପାଠୋସôବରେ ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ କବି ଓ କବୟତ୍ରି ସେମାନଙ୍କର ସ୍ୱଚରିତ କବିତା ଆବୃତ୍ତି କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗୋଦାବରୀଶ ସାହିତ୍ୟ ସଂସାଦ ଏବଂ ଅନ୍ୟ ବହୁତ ସାହିତ୍ୟ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସହୋଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଂପାଦିକା ମୀନତୀ ବେହେରାଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault