ହେଡଲାଇନସ୍:

ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ  "ସୁରଭୀ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ  ସୁରଭୀ 2018-19 କଦଳୀଗଡ଼ କ୍ଲଷ୍ଟର ପଣ୍ଡକିମାଳ ୟୁଜ ୟୁପି ସ୍କୁଲ ଠାରେ ଅନୁଷ୍ଟିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ପଣ୍ଡକିମାଳ ୟୁଜିୟୁପି ସ୍କୁଲ ର ପ୍ରଧାନ ଶିଖ୍ୟକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ସାହୁ ଙ୍କ ଦ୍ୱାରା ଉଦଘାଟିତ ହୋଇଥିଲାl ଉକ୍ତ ଉତ୍ସବରେ ସି.ଆର.ସି ଶ୍ରୀଯୁକ୍ତ ବନମାଳୀ ସାହୁ ଉପସ୍ଥିତ ଥିଲେ l କଦଳୀଗଡ଼ କ୍ଲଷ୍ଟର ସବୁ ସ୍କୁଲ ର ଶିକ୍ଷକ  ଶିକ୍ଷୟିତ୍ରୀ ତଥା ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା l କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲାl ପ୍ରତିଯୋଗିତା ରେ ଶ୍ରେଷ୍ଠ ଛାତ୍ର ଛାତ୍ରୀଙ୍କୁ ବ୍ଲକ ସ୍ତର ସୁରଭୀ କାର୍ଯ୍ୟକ୍ରମ ରେ ଭାଗ ନେବା ପାଇଁ ନାମ ଘୋଷଣା ହୋଇଥିଲା |

0
0
0
s2sdefault