ହେଡଲାଇନସ୍:

ଗୁଣାର୍ଣ୍ନବ ସାହିତ୍ୟ ଓ ସଂସ୍କୃତି ସମ୍ମାନ ମହୋତ୍ସବ  - ୨୦୧୮ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସିଦ୍ଧାର୍ଥ ଦାଶ) : ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ ଗୁଣପୁର ବ୍ରହ୍ମକଳ୍ପ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଗୁଣପୁର ଗୁଣାର୍ଣ୍ନବ ସାହିତ୍ୟ ଓ ସଂସ୍କୃତି ସମ୍ମାନ ମହୋତ୍ସବ  - ୨୦୧୮ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ପଦ୍ମଭୂଷଣ ଶ୍ରୀ ରମାକାନ୍ତ ରଥ , ବିଶିଷ୍ଟ କବି ଶ୍ରୀ ଫନି ମହାନ୍ତି , ବିଶିଷ୍ଟ କବି ତଥା ଶିଶୁ ସାହିତ୍ୟିକ ଶ୍ରୀ ମହେନ୍ଦ୍ର ମଲ୍ଲିକ , ବିଶିଷ୍ଟ କବି ଶ୍ରୀ ରତ୍ନାକର ରାଉତ , ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଏବଂ ବିଶିଷ୍ଟ କବି ଶ୍ରୀ କାଳି କିଙ୍କର ମିଶ୍ର ଉପସ୍ଥିତ ରହିଥିଲେ ।

ଗୁଣପୁର ଗୁଣାର୍ଣବ ସମ୍ମାନ , ବ୍ରାହ୍ମକଳ୍ପ ରଘୁନାଥ ସମ୍ମାନ , ବ୍ରାହ୍ମକଳ୍ପ ସଂଯୁକ୍ତା ସମ୍ମାନ ,ବ୍ରାହ୍ମକଳ୍ପ କୃପାସିନ୍ଧୁ ସମ୍ମାନ , ବ୍ରାହ୍ମକଳ୍ପ ଶିବରାମ ସମ୍ମାନ , ବ୍ରାହ୍ମକଳ୍ପ ଉଦୟ ସମ୍ମାନ , ବ୍ରାହ୍ମକଳ୍ପ ପ୍ରଫୁଲ ସମ୍ମାନ , ଗୋବିନ୍ଦ ସମ୍ମାନ , ସେବାରତ୍ନ ସମ୍ମାନ ,ବ୍ରାହ୍ମକଳ୍ପ ନାଗରିକ ସମ୍ମାନ , ସାହିତ୍ୟ କୃତି ସମ୍ମାନ , ସଂସ୍କୃତି ଜ୍ୟୋତି ସମ୍ମାନ ଓ ବ୍ରାହ୍ମକଳ୍ପ ଗୁରୁଗୌରବ ସମ୍ମାନ ରେ ସ୍ଥାନୀୟ ଲେଖକ , କବି ,  ଗାଳ୍ପିକ ଙ୍କୁ ସମ୍ମାନିତ କରାଯାଇଥିଲା ।

ନିଜର କୃତି ନେଇ ବହୁ ସଭା ସମିତି ଏବଂ ସମ୍ମାନିତ ଉତ୍ସବରେ ସମ୍ମାନିତ ହୋଇଥିବା ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ, ଏମାନଙ୍କ ପର ପିଢ଼ି ଭାବେ ନୂତନ ପ୍ରତିଭା ଭାବେ ଲୋକଲୋଚନକୁ ଆସିଥିବା ଅନ୍ୟ ଲେଖକ , ଗାଳ୍ପିକ , ଅନୁବାଦକଙ୍କୁ ଏଥିରେ ସାମିଲ କରାଯାଇପାରିନଥିବା ଏପରିକି ଗୁଣପୁର ଅଞ୍ଚଳ ମାଟିରୁ ନିଜ ପ୍ରତିଭା ଆରମ୍ଭ କରି ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କୁ ଚୟନ କମିଟି ବାଦ ଦେଇଥିବାରୁ ସାଧାରଣ ରେ ଦୁଃଖ ପ୍ରକାଶ ପାଇଛି ।

0
0
0
s2sdefault