ହେଡଲାଇନସ୍:

ଜିଲ୍ଲା  ମହୋତ୍ସବ  “ଯଯାତି“ ନଭେମ୍ୱର ୧୮ ରୁ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/jayshankar dash : ଜିଲା  ମହୋତ୍ସବ “ଯଯାତି“ ସପ୍ତମ ଥର ପାଇଁ ଜିଲ୍ଲା  ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଊଚ୍ଥି ।  ଚଳିତ ବର୍ଷ ନଭେମ୍ୱର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ବାଳାଶ୍ରମ ପଡିଆ ଠାରେ ଏହା ଆୟୋଜିତ ହେବ ।  ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ  ଜିଲ୍ଲାପାଳ  ତଥା ଜିଲ୍ଲା  ସଂସ୍କୃତି ପରିଷଦର ଅଧ୍ୟକ୍ଷ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ପୂର୍ବାହ୍ନରେ  ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି  ଜିଲ୍ଲାପାଳ  ଶ୍ରୀ ଦାସ ଜିଲ୍ଲା  ମହୋତ୍ସବ ଯେ କୈାଣସି ଜିଲ୍ଲା   ପାଇଁ ଗର୍ବ ଓ ଗୈାରବର ପ୍ରତୀକ ଭାବେ ବିବେଚନା କରାଯାଇଥାଏ ବୋଲି କହିଥିଲେ ।  ଏହି ମହୋତ୍ସବରେ ଜିଲ୍ଲାର ଲୋକ କଳା ସହ ପାରମ୍ପରିକ ପଲ୍ଲିଶ୍ରୀ ମେଳା ଓ ଅନ୍ୟାନ୍ୟ ମେଳା ଲାଗୁଥିବାରୁ ଏହା ଜିଲ୍ଲାବାସୀଙ୍କ ପାଇଁ ଖୁସି ଓ ଆନନ୍ଦ ଦେଇପାରିବ ବୋଲି ସେ  କହିଥିଲେ ।  ସେହିପରି ଏକ ଊପାଦେୟ ପୁସ୍ତକ ପ୍ରକାଶିତ ହେବ ଯାହା ଯାଜପୁରର ବିବିଧ ଆଇଟିଇଷା , ପରମ୍ପରା ଓ ବିକାଶର ସୂଚନାକୁ ପ୍ରତିପାଦିତ କରୁଥିବ ବୋଲି ସେ ସୂଚନା ଦେଇଥିଲେ ।  ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରେଷ୍ଠ  ବ୍ୟକ୍ତିତ୍ୱଙ୍କୁ “ଯଯାତି “ ସମ୍ମାନରେ ସମ୍ମାନିତ କରାଯିବ ।  ତେବେ ଜଣେ ଶ୍ରେଷ୍ଠ  ଯାଜପୁରିଆ ଭାବେ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବା ଓ ଅନ୍ୟ ସ୍ଥାନରୁ ଆସି ମଧ୍ୟ ଯାଜପୁରର ଗୈାରବ ବୃଦ୍ଧିରେ ସହାୟକ ହୋଇଥିବା  ଦୁଇଜଣ ବ୍ୟକ୍ତିତ୍ୱଙ୍କୁ ଚଳିତ ବର୍ଷ ସମ୍ମାନିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଗଲା ।  ବିବିଧ କାର୍ଯ୍ୟକ୍ରମ ପାଇଁ  ଜିଲ୍ଲାପାଳ  ଏକାଧିକ କମିଟି ଗଠନ କରି ଦାୟିତ୍ୱ ଦେବେ ବୋଲି ସ୍ଥିର ହେଲା ।  ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଜାତୀୟ ସ୍ତରର ଖ୍ୟାତି ସଂପନ୍ନ ଗାୟକ ସୋନୁ ନିଗମ ଓ କୈଳାସ ଖେରଙ୍କୁ ସାମିଲ କରାଯିବ ବୋଲି  ଜିଲ୍ଲାପାଳ ସୂଚନା ଦେଇଥିଲେ ।  ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ  ମିହିର ପ୍ରସାଦ ମହାନ୍ତି, ଊପ ଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ, ସଦସ୍ୟ ସୂର୍ଯ୍ୟମଣି ଖୁଣ୍ଟିଆ, ବ୍ୟାସନଗର ପୈାର ପରିଷଦ ଅଧ୍ୟକ୍ଷା ସବିତା ରାଊତ, ଯାଜପୁର ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ ସଂସ୍କୃତି ପରିଷଦ ସଦସ୍ୟ ପ୍ରପୁଂଲ ସାମଲ, ଗିରିଧାଇୀ ସ୍ୱାଇଁ, ଡା. ରାଜ କିଶୋର ପଣ୍ଡା, ସନ୍ତୋଷ କୁମାର ନନ୍ଦ, ସନ୍ତୋଷ ମଲ୍ଲିକ, ପ୍ରତିମା କର, ରମାକାନ୍ତ ଜେନା, ଡା ରୁଦ୍ର ନାରାୟଣ ପୃଷ୍ଟି, ସଂଯୁକ୍ତା ମହାପାତ୍ର, ପଣ୍ଡିତ ଡଃ ଜ୍ଞାନ ରଂଜନ ପତି, ଆନନ୍ଦ ଚନ୍ଦ୍ର ସାହୁ, ପ୍ରଭାତ ରାଊତରାୟ, ଶୁଭେନ୍ଦୁ ଭୂୟାଁ, ଅନିରୁଦ୍ଧ ପରିଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।  ପ୍ରାରମ୍ଭରେ ସଂସ୍କୃତି ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ସଂପର୍କରେ ସୂଚନା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । 

0
0
0
s2sdefault