ପ୍ରବାସେ ମାଟିର ବାସ  : ଓମାନରେ ନୁଆଖାଇ ଭେଟଘାଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଓମାନରୁ ଉମେଶ ପାଣିଗ୍ରାହୀ/ ପଦ୍ମପୁରରୁ ନୀଳ ଦୀପ  :  ପ୍ରବାସରେ ରହି ବି ଭୁଲିନଥିଲେ ଓଡିଆମାନେ ମହାନ ଗଣପର୍ବ ନୂଆଖାଇ ପାଳିବାକୁ | ଅସୀମ ଉତ୍ସାହ ଓ ଉଦିପନା ସହ ଓମାନରେ ବସବାସ କରୁଥିବା ପ୍ରବାସୀ ପ୍ରବାସୀ ପଶ୍ଚିମ ଓଡିଶାଭାଇ ଓ ଭଉଣୀ ମାନେ ନୂଆଖାଇ ପାଳନ କରିବା ସହ ପାର୍ବଣ ମୁଖର ହୋଇ ପଡ଼ିଥିଲେ | ପ୍ରବାସରେ ଥାଇ ବି ସେଦିନ ବାରି ହୋଇ ପଡୁଥିଲା ମାଟି ଆଉ ମାଟିର ସଂସ୍କୃତି ପ୍ରତି ଥିବା ସେମାନଙ୍କ ଦୁର୍ବାର ଆକର୍ଷଣ |

 ପଶ୍ଚିମ ଓଡିଶାର କୃଷିଭିତ୍ତିକ  ଗଣ ପର୍ବ ନୂଆଖାଇ ରୀତି ନୀତି  ଅନୁସାରେ ସେପ୍ଟମ୍ବର ୧୪ରିଖ  ଓମାନର ସୋହାର ଠାରେ ବଡ ଆଡମ୍ବରରେ ପାଳିତ ହୋଇଯାଇଛି ।  ମା ସମଲେଶ୍ୱରୀ ଦେବୀ ଓ ପ୍ରଭୂ ଜଗନ୍ନାଥଙ୍କ ଆରାଧନା ପରେ ନବାହ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା । କୃଷ୍ଣ ପ୍ରସାଦ ରଥଙ୍କ ଦ୍ୱାରା ପରିବେଷିତ  ଗଣେଷ ବନ୍ଦନା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଥିଲା । ସୀତାକାନ୍ତ ବେରିହା ନୂଆଖାଇର ମହତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ନବାହ୍ନ ଭକ୍ଷଣ ପରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ସାଂସ୍କୃତିକ  କାର୍ଯ୍ୟକ୍ରମ ତଥା ପିଲାମାନଙ୍କ ଦ୍ୱାରା ଚିତ୍ରାଙ୍କନ, ଫେନ୍ସି ଡ୍ରେସ ଓ ମହିଳା ମାନଙ୍କ ଦ୍ୱାରା ଝୋଟୀ ପ୍ରତିଯୋଗୀତା ଅନୁଷ୍ଠିତ  ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଦେବ, ଅପୁର୍ବ, ତ୍ରୀଶା, ପରି, ରାଣୀ, ମେଘନା ଓ ଦିଶା ପ୍ରମୁଖ ଶିଶୁ କଳାକାରଅଂଶ ଗ୍ରହଣ କରିଥିବାବେଳେ ରଘୁନାଥ ପ୍ରସାଦ ରଥ, କୃଷ୍ଣପ୍ରସାଦ ରଥ, ସୁଇଟି ପୁରବାସୀ ରେଡ୍ଡୀ ଓ ମିନାକ୍ଷୀଙ୍କ ସଂଗୀତ ସବୁ ଓଡିଆ ବନ୍ଧୁମାନଙ୍କ ମନ ଜିଣି ନେଇପାରିଥିଲା । ଏହି ପର୍ବରେ ରଘୁନାଥ ପ୍ରସାଦ ରଥ,ଗତିପନ ଦାଶ, ନିର୍ମଳ ବେହେରା, ଉମେଶ  ପାଣିଗ୍ରାହୀ, ସଂଜୟ ପଣ୍ଡା, ପ୍ରଶାନ୍ତ  ପଣ୍ଡା, ସୀତାକାନ୍ତ ବେରିହା, ସଂବିତ ପ୍ରଧାନ ଓ ମିନାକ୍ଷୀ ଶତପଥିଙ୍କ  ତତ୍ୱାବଧାନରେ ନୂଆଖାଇ କାର୍ଯ୍ୟକ୍ରମ ସଂପାଦିତ ହୋଇପାରିଥିଲା । 

0
0
0
s2sdefault