ହେଡଲାଇନସ୍:

ବିଶ୍ବକର୍ମା ପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗାଇସିଲେଟ/ଶାସକ ପ୍ରଶାସକ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତର ଅଇଁଲାଭଟା ଗ୍ରାମରେ ବିଶ୍ବକର୍ମା ପୂଜା ଉପଲକ୍ଷେ ଗ୍ରାମର ପୂଜା କମିଟି ତରଫରୁ  ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଉକ୍ତ ସାସ୍କୃତିକ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ସ୍ତାନୀୟ କଟାବାହାଲ ସୋସାଇଟି ର ସେକ୍ରେଟେରୀ ସୁରେଶ  କୁମାର ସାହୁ ଦୀପପ୍ରଜୋଲନ କରିବାପରେ ସଭାକାର୍ଯ୍ୟ  ଆରମ୍ଭ ହୋଇଥିଲା। ଅନୁଷ୍ଠାନର ସଭାପତି ମନୋଜ କୁମାର ମେହେର ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି ଗିରିଶ ଚନ୍ଦ୍ର ମେହେର ଅତିଥି ପରିଚୟ ପ୍ରଦାନ କରିଥିଲେ। ଝାରସୁଗୁଡା,ବରଗଡ଼,ପଦ୍ମପୁର ପରି ଦୂରଦୂରାନ୍ତରରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମୋଟ ୩୦ଜଣ ନୃତ୍ୟ ଶିଳ୍ପୀ ଆସିଥିଲେ ।ବିଚାରକ ଭାବରେ ଗାଇସିଲେଟର ମଞ୍ଚ ଅଭିନେତା ତଥା ନିର୍ଦ୍ଦେଶକ ଆଦିତ୍ୟ ପଣ୍ଡା,କଲଙ୍ଗାପାଲିର ବୈରାଗୀ ସାହୁ ଏବଂ ଅଇଁଲାଭଟାର ବାହାକ ସେଠ ଦାୟିତ୍ୱ ତୁଲାଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମକୁ କେଦାର ନାଥ ସାହୁ ଉପସ୍ଥାପନ କରିଥିଲେ। ଅଇଁଲାଭଟା ଗ୍ରାମର ଯୁବକମାନେ ସ୍ୱାସ୍ଥ୍ୟ ସଚେତନତା ଓ ବୃଦ୍ଧ ପିତାମାତାଙ୍କୁ ନିର୍ଯ୍ୟାତନା  ଦେଉଥିବା ପୁଅ ଏବଂ ବୋହୂ ମାନଙ୍କ ପରବର୍ତ୍ତୀ ଅବସ୍ଥା ଉପରେ ଏକ ମନୋରମ ଓ ଲୋମହର୍ଷଣକାରୀ ନାଟକ ପ୍ରଦର୍ଶନ କରିଥିଲେ। ତାଲପାଲିର କବି କେଦାର ନାଥ ସାହୁ କୋଶଲି ଭାଷାରେ ବିଭିନ୍ନ ପ୍ରକାର କବିତା ଲେଖି ପାରଦର୍ଶିତା ଲାଭ କରିଥିବାରୁ କମିଟି ତରଫରୁ ମାନପତ୍ର ଓ ଉପଢକନ ଦେଇ ସମ୍ମାନୀତ କରିବା ସହ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଜନକେଡାର ଆଭାରାଣୀ ସାହୁ,ଦ୍ବିତୀୟ ସ୍ଥାନ ଅଧିକାର କରିଥିବା  ବଡସାହାଜବାହାଲର ରିମା ସାହୁ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଅଇଁଲାଭଟାର ଉର୍ବିଉପାସନା ସାହୁଙ୍କୁ ମୂଖ୍ୟ ଅତିଥି ପ୍ରଶଂସା ପତ୍ର ଓ ପୁରସ୍କାର ରାଶି ଯଥାକ୍ରମେ ୪୦୦୦,୩୦୦୦,୨୦୦୦ ଟଙ୍କା ପ୍ରଦାନ କରିଥିଲେ। ଶେଷରେ କମିଟିର ସମ୍ପାଦକ ସଦାନନ୍ଦ ସାହୁ  ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault