ହେଡଲାଇନସ୍:

ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା ନିକଟସ୍ଥ ବେହେରାପାଲି ଠାରେ ନୂଆଁଖାଇ ଭେଟ୍ ଘାଟ୍-୨୦୧୮ ଅନୁଷ୍ଠିତ  ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ମୂଖ୍ୟଅତିଥି ଭାବରେ ଲଲିତକୁମାର ସାହୁ,ସମ୍ମାନୀତ ଅତିଥି ଭାବରେ ଡିଲେଶ୍ୱର ସାହୁ,ମଧୂସୁଦନ ମେହେର ତଥା ମୂଖ୍ୟ ବକ୍ତାଭାବରେ ଅଧ୍ୟାପକ ଜଗଦୀଶ ସାହୁ ଯୋଗଦାନ କରିଥିଲେ । ସଭାପ୍ରାରମ୍ଭରେ ମାଁ ସମଲେଇଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସଭାପ୍ରାରମ୍ଭରେ ଗତ ବର୍ଷ ପରଲୋକ ଗମନ କରିଥିବା ଗ୍ରାମର ବ୍ୟକ୍ତି ବିଷେଶଙ୍କ ଉଦେ୍ଧଶ୍ୟରେ ୧ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଗ୍ରାମର ଵୟୋଜ୍ୟେଷ୍ଠ   ଧୋବା ସାହୁ ଏବଂ କୁନୁ ମେହେରଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଗ୍ରାମର କୃତୀ ଛାତ୍ର ନୂତନ ସାହୁ,ଗାୟତ୍ରୀ ମେହେର ଏବଂ ଜୁବେଦା ସାହୁ,ସ୍ଥିତିପ୍ରଜ୍ଞା ସାହୁ,ଶ୍ୱେତପଦ୍ମା ପଣ୍ଡାଙ୍କୁ ଅତିଥି ମାନେ ମାନପତ୍ର ପୁରସ୍କାର ପ୍ରଦାନ କରିଥିଲେ । ରକ୍ତଦାନ, ସେବା ତଥା ସାମାଜିକ  କ୍ଷେତ୍ରରେ ଗ୍ରାମର ସୁଶାନ୍ତ କୁମାର ସାହୁ,ଲୋକେଶ ସାହୁ,ନରେନ୍ଦ୍ର ସୁଇ,କେଦାରନାଥ ସାହୁ,ହଳଧର ମେହେର,ରୋହିତ ମେହେର ଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । କେଦାରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ  ସାଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରାମର କଳାକାର ମାନେ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହା ପରେ କବି ମୁନୀରାମ କୁମ୍ଭାରଙ୍କ ରଚିତ ‘ଖୁଜ୍ରି’ ନାଟକକୁ ଗ୍ରାମର ବାଳକୃଷ୍ଣ ଧିବର, ରୋହିତ ମେହେର,ଟେକଚାନ୍ଦ ମେହେର,ସୁଦାମ ସାହୁ,ଭୁପେନ ସାହୁ,ସୁଶାନ୍ତ ମେହେର, ଭୂବନେଶ୍ୱର ମେହେର,ସ୍ୱରାଜ ସାହୁ ପ୍ରମୁଖ ଅଭିନୟ କରିଥିଲେ । ରୂପେଶ ମେହେର,ବିଜିତ ସାହୁ,ନୁତନ ସାହୁ ହାସ୍ୟ ରସାତ୍ମକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ନୂଆଁଖାଇ ଭେଟଘାଟ୍ ଅବସରରେ ଅନୁଷ୍ଠିତ  ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଗୋକୁଲାନନ୍ଦ ବାରିକ ସଂଯୋଜନା କରିଥିବା ବେଲେ ସୁବ୍ରତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମର ସୁଦୀପ୍ତ ବାରିକ,ରାଜେଶ କୁମାର ସାହୁ,ଉମେଶକୁମ୍ଭାର,ଜୟନ୍ତ ମେହେର,ପ୍ରତାପ ସାହୁ,ସୌରଭ ସାହୁ,ବ୍ରହ୍ମାନନ୍ଦ ସୁଇ,ସନ୍ତୋଷ ମେହେର,ସାର୍ଥକ ସାହୁଙ୍କ ସହ ଯୁବଗୋଷ୍ଠୀ  ପରିଚାଳନା କରିଥିଲେ ।

 

0
0
0
s2sdefault