ମହରମ : ଧିରଶବ୍ଦରେ  ରାତ୍ର ୧୦ଟା ପୂର୍ବରୁ ସରିବ ତାଜିଆ ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକରେ ମହରମପର୍ବ ଉପଲକ୍ଷେ  ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ 

  •  ରାସ୍ତାକୁ ପାର କରାଯାଇ ଲାଗି ପାରିବନି  ତୋରଣ ବା ହୋଡ଼ିଙ୍ଗ 
  •  ସୋସିଆଲ ମିଡ଼ିଆ ଉପରେ ଲାଗିଲା କଟକଣା

ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ - ଭଦ୍ରକରେ ମହରମପର୍ବ ପାଳନ ଉପଲକ୍ଷେ  ସମନ୍ୱୟ କମିଟି ବୈଠକ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ  ହୋଇଥିଲା ।ଭଦ୍ରକର ଜିଲ୍ଳାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ  ଏହି ସମନ୍ୱୟ କମିଟି ବୈଠକରେ ଆରାକ୍ଷୀ ଅଧିକ୍ଷକ ପଣ୍ଡିତ୍ ରାଜେଶ ଉତ୍ତର ରାଓ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର,  ଉପଜିଲ୍ଲାପାଳ ସୁଚାରୁ ବଳ, ଚଉଦମହଲା ମୁସଲିମ  ଜମାତର ସଭାପତି ଏମଡି  ଅବଦୁଲ ବାରୀଙ୍କ ସମେତ ଚଉଦ ମହଲା କମିଟିସଦସ୍ୟ , ସମନ୍ୱୟ କମିଟି ସଦସ୍ୟ ପକ୍ଷରୁ ପବନ ବାଗଡିଆ, ବିଦ୍ୟାଧର ସାହୁ, ଆଇନଜୀବି ଅତିସ ବେହେରା ,ସୁଧାକର ରାଉତ, କୈଳାସଚନ୍ଦ୍ର ସାହୁ,ନରେଶ କୁମାର ଗୁପ୍ତା ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ  ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆସନ୍ତା ସେପ୍ଟମ୍ବର ମାସ୨୦ କିମ୍ବା ୨୧ ତାରିଖରେ ମହରମପର୍ବ  ପର୍ବ ପାଳନ କରାଯିବ । ଏହି ପର୍ବକୁ ଭଦ୍ରକ ଜିଲ୍ଲାରେ  ଶାନ୍ତିଶୃଙ୍ଖଳା ଓ ସଦ୍ଭାବନାର ସହ ପାଳନ କରିପା ପାଇଁ ସମସ୍ତଙ୍କର ସହଯୋଗ ଜିଲ୍ଲାପାଳ କାମନା କରିଥିଲେ । ମହରମ ପର୍ବ ପାଳନ ପୂର୍ବରୁ ରାସ୍ତାଘାଟ  ମରାମତି , ଅନିୟମିତତା ବିଦ୍ୟୁତ  କାଟ ନିୟନ୍ତ୍ରଣ,  ଆଲୋକ ବ୍ୟବସ୍ଥା, ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳ  ଓ ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବିଭାଗର ଆମ୍ବୁଲାନ୍ସର ବ୍ୟବସ୍ଥା ଉପରେ  ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଆଲୋଚନା କରାଯାଇଥିଲା ।  ଚଳିତବର୍ଷ  ବିଭିନ୍ନ ସାହି ବସ୍ତୀରୁ  ୩୫ଟି ତାଜିଆ ଶୋଭାଯାତ୍ରା ସାମିଲ ହେବ । ପାରମ୍ପରିକ ରୀତିନୀତି ଅନୁସାରେ ଧିରଶବ୍ଦରେ ତାଜିଆ ଶୋଭାଯାତ୍ରା ରାତ୍ର ୧୦ଟା ପୂର୍ବରୁ ଶେଷ କରାଯିବାକୁ ସ୍ଥିର କରାଯାଇଛି ।  ସୁପ୍ରିମକୋର୍ଟ ନିର୍ଦ୍ଦେଶ  ଅନୁସାରେ ଡ଼ିଜେ ବାଜିବା ଉପରେ କଟକଣା ଜାରି କରାଯାଇଛି । ସେହିପରି ସହରରେ ରାସ୍ତାକୁ ପାର କରାଯାଇ ତୋରଣ ବା ହୋଡ଼ିଙ୍ଗ ଲଗାଯାଇପାରିବ ନାହିଁ । ସୋସିଆଲ ମିଡ଼ିଆ ଉପରେ କଟକଣା ଜାରିକରାଯାଇଛି । କାହାରିକୁ  ଆକ୍ଷେପ କଲାଭଳି ସୋସିଆଲ ମିଡ଼ିଆରେ ମନ୍ତବ୍ୟ ପ୍ରକାଶ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ଜିଲ୍ଲାପାଳ ଥାନାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।  ସେହିପରି ପୋଲିସ୍ ବିଭାଗ  ପକ୍ଷରୁ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଓ ସୁପରିଚାଳନା ନିମନ୍ତେ ପୋଲିସ୍ ଆରକ୍ଷୀ ଅଧିକ୍ଷକ ପଣ୍ଡିତ୍ ରାଜେଶ ଉତ୍ତମ ରାଓ  ପୋଲିସ୍ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ପର୍ବ ସମୟରେ ଆଇନଶୃଙ୍ଖଳାପ୍ରତି ସଜାଗ ଦୃଷ୍ଟିଦିଆଯିବା ଉପରେ ଗୁରୁତ୍ୱାରୋପ କରିଥିଲେ ।  ଶେଷରେ ଡେ଼ପୁଟୀ କଲେକ୍ଟର ଜୁଡ଼ିସିଆଲ ପଦ୍ମନ କୁମାର ରାୟ ସମସ୍ଥଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

 

 

 

0
0
0
s2sdefault