ହେଡଲାଇନସ୍:

ରୁଗୁଡିପଡା ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର :  ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି । ମାଁଙ୍କ ମୃଣ୍ମୟୀ ମୂତ୍ତି ନିର୍ମାଣ ପାଇଁ ବୈଦିକ ରୀତିନୀତି ଅନୁସାରେ ଭାଦ୍ରବ ଶୁକ୍ଳ ନବମୀ ତିଥିରେ ବିଲ୍ୱ ବୃକ୍ଷ ମୂଳରୁ ମୃତ୍ତିକା ସଂଗ୍ରହ କରାଯାଇଛି । ସ୍ଥାନୀୟ ଦୁର୍ଗା ମଣ୍ଡପଠାରେ ଏହି ପବିତ୍ର ମାଟିକୁ ପୂଜାର୍ଚ୍ଚନା କରାଯାଇ ମୃଣ୍ମୟୀ ପ୍ରତିମା ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଚଳିତ ବର୍ଷ କର୍ତ୍ତା  ଭାବରେ ଦିଲିପ ପଣ୍ଡା ଓ ଧର୍ମପତ୍ନୀ ମଞ୍ଜୁ ପଣ୍ଡା ଦାୟିତ୍ୱ ତୁଲାଉଛନ୍ତି । ଏହି ଉପଲକ୍ଷେ  ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ବିଲ୍ୱ ବୃକ୍ଷଠାରେ ପୂଜାର୍ଚନା  କରିଥିଲେ । ମୃତ୍ତିକା ସଂଗ୍ରହ ପରଠୁ ପ୍ରତିମା ନିର୍ମାଣ କାମ ଆରମ୍ଭ ହେବ । ପୂଜା କାର୍ଯ୍ୟରେ ପୁଜକ ଭାବେ ନିରଂଜନ ମହାପାତ୍ର, ବିଶେଶ୍ୱର ପୁଝାରୀ, ହିମାଂଶୁ ପାଢ଼ୀ, ସତ୍ୟନାରାୟଣ ପଣ୍ଡା, ସନ୍ତୋଷ ପଣ୍ଡା, ଲକ୍ଷ୍ମୀ ମହାରଣା,ଡମ୍ବରୁ ପଶାୟତ, ହାଡୁ ଝାଲ, ସ୍ୱାସ୍ତିକ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ଲଲିତ କୁମାର ନାୟକ,ସମ୍ପାଦକ ହରିନାରାୟଣ ପୁଜାରୀ, ଉପସଭାପତି ଚେତନାନନ୍ଦ ପଣ୍ଡା, ଜିନୁ ଶତପଥି, ସହସଂପାଦକ କାହ୍ନୁ ବଗର୍ତ୍ତୀ , କାର୍ଯ୍ୟକାରୀ ସଦସ୍ୟ ଅରୁଣ ନାଏକ, ଭାଗରଥି ମହାକୁର, ଟୁନା ପଟ୍ଟନାୟକ,ଶିବ ବେହେରା,ଜଗପନ୍ଧୁ ପୁଜାରୀ, ଦେବାଶିଷ ମହାକୁର, ବାବୁ ଚନ୍ଦନ, ବାଜୁ ଦାସ ଓ ଦିପକ ବାଗ ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault