ହେଡଲାଇନସ୍:

ଅଭିନୟ ସାରି ବାହୁଡ଼ି ଗଲେ ଦେବୁ ଦା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର :  ଓଡ଼ିଆ  ସିନେ ଜଗତର ବହୂଖୀ ପ୍ରତିଭା ତଥା ଅପରଦ୍ୱନ୍ଦୀ ଅଭିନେତା ଦେବୁ ବୋଷ ସମସ୍ତଙ୍କ ଅତିପ୍ରିୟ ଦେବୁ ଡା  ଆଉ ନାହାନ୍ତି | ସମସ୍ତଙ୍କୁ ଶୋକ ସାଗରରେ ଭସାଇଦେଇ ତଥା ଅଭିନୟ ଜଗତରେ ଏକ ଅପୂରଣୀୟ ରିକ୍ତ ସ୍ଥାନ ସୃଷ୍ଟି କରିଦେଇ ନିଜ ଅଭିନୟ ସାରି ବାହୁଡ଼ି ଯାଇଛନ୍ତି ଆରପାରକୁ |ତାଙ୍କ ଦ୍ୱାରା ଅଭିନୀତ ପ୍ରତିଟି ଚଳଚିତ୍ର  ଆଉ ତାଙ୍କ ନିଖୁଣ ଚରିତ୍ରଭିନୟ ପାଇଁ ସେ ଓଡ଼ିଆ ଦର୍ଶକଙ୍କ ହୃଦୟ ଭିତରେ ସାଇତା ହୋଇ ରହିଥିବେ | 

ମୃର୍ତ୍ୟବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା | ପୂର୍ବରୁ ତାଙ୍କର  ଦୁଇଥର ହୃଦଘାତ ହୋଇଥିଲା | ଗତ କିଛିଦିନ ଧରି ସେ ଅସୁସ୍ଥ ହୋଇ ହାଇଦ୍ରାବାଦ ରେ ଚିକିତ୍ସିତ ହେଉଥିଲେ | ସେଠାରେ ତାଙ୍କ ଡ୍ଡେହଁନ୍ତା ହୋଇଯାଇଛି | ଓଡ଼ିଆ ତଥା ବଙ୍ଗଳା ଭାଷାରେ ୧୩୦ରୁ ଅଧିକ ସିନେମାରେ ଅଭିନୟ କରିଥବା ଦେବୁ ଦାଙ୍କ ବିୟୋଗ ରେ ଓଡିଶା ସିନେ ଜଗତର ବହୁ କଳାକାର ଗଭୀର ଶୋକବ୍ୟକ୍ତ କରିଛନ୍ତି |

0
0
0
s2sdefault