ହେଡଲାଇନସ୍:

ନୈତିକ ଶିକ୍ଷା ଦ୍ୱାରା ବ୍ୟକ୍ତିତ୍ୱର ବିକାଶ ହୋଇଥାଏ-ରାଜଯୋଗୀ ଭଗବାନ ଭାଇଜୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବ୍ରହ୍ମକୁମାରୀ ରାୟଗଡା ଶାଖାର “ସ୍ୱ ପରିବର୍ତନ ତପସ୍ୱ୍ୟା ଯୋଗ ଭେଟ୍ଟି” କାର୍ଯ୍ୟକ୍ରମ

ରାୟଗଡା(ସରୋଜ କୁମାର ସାହୁ) –ରାୟଗଡା ସହରସ୍ଥିତ କୋରାପୁଟ ଛକଠାରେ ଥିବା ବ୍ରହ୍ମକୁମାର ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ,ରାୟଗଡା ଶାଖା ତରଫରୁ ସ୍ଥାନୀୟ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଆୟୋଜିତ ସ୍ୱ ପରିବର୍ତନ ତପସ୍ୟା ଯୋଗ ଭେଟ୍ଟି କାର୍ଯ୍ୟକ୍ରମକୁ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ମାଉଂଟ ଆବୁ ରାଜସ୍ଥାନ ମୁଖ୍ୟ କାର୍ଯ୍ୟାଳୟରୁ ଆସିଥିବା ରାଜଯୋଗୀ ବ୍ରହ୍ମାକୁମାର ଭଗବାନ ଭାଇଜୀ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୈତିକ ଶିକ୍ଷା ଅର୍ନ୍ତଗତ ସହନଶୀଳତା,ନମ୍ରତା,ଧୈର୍ଯ୍ୟତା,ଶାଳନୀତା,ଶାନ୍ତି,ଭାଇଚାରା,ସ୍ନେହ ଆଦି ସଦଗୁଣ ଦ୍ୱାରା ବ୍ୟକ୍ତିତ୍ୱର ବିକାଶ ହୋଇଥାଏ ଏବଂ ଆଳସ୍ୟ,କ୍ରୋଧ,ମିଥ୍ୟା,କପଟତା,ମିଥ୍ୟା,ଅସତ୍ୟ,ହିଂସ୍ରକ,ବେଇମାନ,କାମଚୋର,କଟୁ ବଚନ କହିବା,ଅଂହକାର ଆଦି ଅବଗୁଣ ଦ୍ୱାରା ବ୍ୟକ୍ତିତ୍ୱର ବିବେକ ନଷ୍ଟ ହୋଇଯାଇଥାଏ ବୋଲି କାର୍ଯ୍ୟକ୍ରମରେ ମତବ୍ୟକ୍ତ କରିଥିଲେ । ସେହିପରି ନୈତିକ ଶିକ୍ଷା ଦ୍ୱାରା ବ୍ୟକ୍ତିତ୍ୱର ବିକାଶ,ସର୍ବ ମୂଲ୍ୟର ସ୍ରୋତ ଆଧ୍ୟାତ୍ମିକତା,ନୈତିକ ମୂଲ୍ୟ ଜୀବନର ଅମୂଲ୍ୟ ନିଧି,ନୈତିକ ଶିକ୍ଷା ଚରିତ୍ରବାନ ଗଢି ତୋଳେ,କର୍ମ ଦ୍ୱାରା ହିଁ ମହାନ କିମ୍ବା କାଙ୍ଗାଳ ହୋଇଥାନ୍ତି ବୋଲି ବିଭିନ୍ନ୍ ବିଷୟରେ ୫ଦିନ ଧରି ହୋଇଥିବା କାର୍ଯ୍ୟକ୍ରମରେ ନିଜର ଉପଦେଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ସୁକାନ୍ତ କୁମାର ତ୍ରିପାଠୀ,ପୈାର ପରିଷଦ ନିର୍ବାହୀ ଅଧିକାରୀ ମଙ୍ଗଲାଲ ଜୈନ,ରାୟଗଡା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କେ.ସାଲବା ରାଜୁ,ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ  ସୁଶାନ୍ତ ମଲ୍ଳିକଙ୍କ ସମେତ ନବରଙ୍ଗପୁର ଶାଖାର କେନ୍ଦ୍ର ପରିଚାଳିକାଙ୍କ ସହ ରାୟଗଡା ଜିଲ୍ଳାର ବିଭିନ୍ନ କେନ୍ଦ୍ରର ପରିଚାଳିକାମାନେ ଉପସ୍ଥିତ ରହିଥିଲେ । ରାଜଯୋଗୀ ବ୍ରହ୍ମାକୁମାର ଭଗବାନ ଭାଇଜୀ ତତ୍ୱବଧାନରେ ରାୟଗଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୬ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି  ଶିକ୍ଷାନୁଷ୍ଠାନ ,ଜେଲ,ସିଆରପିଏଫ,ବିଏସଏଫ କ୍ୟାମ୍ପଗୁଡିକରେ ଆଧ୍ୟାତ୍ମିକ ଏବଂ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଛି । ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଭଗବାନ ଭାଇଜୀଙ୍କ ସମସ୍ତ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭଗବାନ ଭାଇଜୀ ନିଜ ବକ୍ତବ୍ୟରେ ଯେ ଉତମ ଶିକ୍ଷା ଦ୍ୱାରା ମନୁଷ୍ୟ ନକାରାକ୍ରତାରୁ ଚିନ୍ତାରୁ ବ୍ୟର୍ଥରୁ, ନିଶା ସେବନରୁ ଏବଂ ବିକାରରୁ ମୁକ୍ତ ହୋଇପାରିବ ତାହାର ନିରାକରଣ ହୋଇପାରିବ,ମୂଲ୍ୟବୋଧକ ଶିକ୍ଷା ଦ୍ୱାରା ହିଁ ଭାରତୀୟ ସଂସ୍କୃତି ତଥା ସମାଜର ମଙ୍ଗଳ ହୋଇପାରିବ । ନୈତିକ ମୂଲ୍ୟ, ଭୈତିକ ମୂଲ୍ୟ, ସାମାଜିକ ମୂଲ୍ୟ, ମାନବୀୟ ମୂଲ୍ୟ ଏବଂ ଆଧ୍ୟାତ୍ମିକ ମୂଲ୍ୟ ଦ୍ୱାରା ଜୀବନରେ ଚମକ ଆସିଥାଏ ବୋଲି ଭଗବାନ ଭାଇଜୀ ପ୍ରକାଶ କରିଥିଲେ । ଭଗବାନ ଭାଈଜୀ ବର୍ତମାନ ସୁଦ୍ଧା ୯ ହଜାର ସ୍କୁଲ ଏବଂ ୯୦୦ ଜେଲ ଭ୍ରମଣ କରି ସଂସ୍କାର ପରିବର୍ତନ, ନୈତିକ ମୂଲ୍ୟ ଏବଂ ସକାରତ୍ମକ ପରିବର୍ତନ ପାଇଁ କାର୍ଯ୍ୟ କରିଛନ୍ତି ଏବଂ ଏପରି ଉଦ୍ୟମ ଆଗକୁ ଜାରୀ ରଖିବେ ବୋଲି ମଧ୍ୟ ପ୍ରକାଶ କରିଥିଲେ । ଏପରି କାର୍ଯ୍ୟକ୍ରମ ଦ୍ୱାରା ତାଙ୍କ ନାମ ଲିମ୍କା ବୁକ୍ ରେକର୍ଡରେ ସାମିଲ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଇନଚାର୍ଜ ଶ୍ରୀମତୀ ଭଉଣୀ, ଅଶ୍ୱୀନି ପତି ଭାଇ, ସୁରେଶ ସାହୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault