ହେଡଲାଇନସ୍:

ସିଲଭର  ସ୍କ୍ରିନରେ  ପାଟନାଗଡ଼ର ପାର୍ସଲ ବୋମା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁଞ୍ଜିଲାଲ୍ ମେହେରର ଭୂମିକାରେ  ଓଲିଉଡ଼ କଳାକାର ମନୋଜ ମିଶ୍ର 

 କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ବଲିଉଡ କଳାକାର ଅତୁଲ କୁଲକର୍ଣ୍ଣୀ

ବଲାଙ୍ଗୀର (ନିରୋଜ ମିଶ୍ର) :  କେବେ କଣ ଶୁଣି ନଥିଲା..ଏମିତି ପ୍ରତିହିଂସାମୂଳକ ଘଟଣାର | ପିଲାଙ୍କ ଭବିଷ୍ୟତ ଗଢିବାର ଦାୟିତ୍ୱ ପାଇଥିବା ଜଣେ ଶିକ୍ଷକ   ବା ଅଧ୍ୟାପକ ପୁଞ୍ଜି ଲାଲ ପିଲା ଗଢ଼ିବ କଣ ଗୋଟିଏ ସଂସାର ଉଜାଡ଼ିଦେଲା | ବାପା ମାଥୁ ତାଙ୍କ ଯୁଆନ ପୁଅ ଛାଡ଼ି ନେଲା, ଚଉଠି ଅଳତା ଲିଭିନଥିବା ଝିଅର ମଥାର ସିନ୍ଦୁର ପୋଛି ଦେଲା ...ସଂସାର ଉଜାଡିଦେଲା | ଏଭଳି ଏକ ବିଭତ୍ସ ଲକହଣି ଯାହାକି ଓଡିଶା ଛାତି ଦୋହଲାଇଦେଇଥିଲା | ପାଟଣାଗଡରେ ବିସ୍ଫୋରଣ ହୋଇ ଓଡ଼ିଶାର ଛାତି ଥରାଇ ଦେଇଥିବା ପାର୍ସଲ ବୋମା କାହାଣୀ ଏବେ ଉପେଲି ପରଦାରେ ବିସ୍ପୋରଣ କରାଇ ସାରା ଦେଶ ଥରାଇବ ବୋଲି ଜଣାପଡିଛି | 

   ସିଲଭର୍ ସ୍କ୍ରିନ୍‌କୁ ଥରାଇବ ପାଟଣାଗଡ଼ର ପାର୍ସଲ ବୋମା କାହାଣୀ। ନିର୍ମାଣାଧିନ ସିନେମାର ଟିଜର ସିକ୍ୱେନ୍ସରେ ଦମଦାର୍ ଷ୍ଟାରକାଷ୍ଟରୁ ବାରି ହେଉଛି ଫିଲ୍ମର କେମିତି ହେଉଥିବ ମେକିଂ। ଆଜି ରିଲିଜ୍‌ ହୋଇଛି ଏହି ଚଳଚ୍ଚିତ୍ରର ଟିଜର। ଯାହାକି ଏବେ ବଢ଼ାଇଛି ଦର୍ଶକଙ୍କ ଉତ୍କଣ୍ଠା। ରେଂଜ ରୟାଲ ସିନେ ଲ୍ୟାବ ବ୍ୟାନରରେ ଶ୍ରୀଧର ମାର୍ଥା ପ୍ରଯୋଜିତ ଏବଂ ରାଜେଶ ଟଚରିଭରଙ୍କ ନିର୍ଦ୍ଦେଶନାରେ ଜୋରସୋରରେ ଚାଲିଛି ମୁଭିର ସୁଟିଂ। ଜେରା କରାଯାଉଛି ପାଟଣାଗଡ଼ ବ୍ଲାଷ୍ଟର ଖଳନାୟକଙ୍କୁ। କେମିତି ପଠାଇଥିଲା ମୃତ୍ୟୁର ଉପହାର ? କାହିଁକି ରଚିଥିଲା ମୃତ୍ୟୁର ଏହି ଷଡଯନ୍ତ୍ର ? ପ୍ରତିଟି ପ୍ରଶ୍ନକୁ ଧରି ଜେରା କରୁଛନ୍ତି ଅଧିକାରୀ। କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଫିଲ୍ମର ସୁଟିଂ ଚାଲିଛି।ଫେବୃୟାରୀ ୨୩, ୨୦୧୮  ଗିଫ୍ଟ ପ୍ୟାକେଟ ଖୋଲିବା କ୍ଷଣି ବିସ୍ଫୋରଣରେ ଉଜୁଡ଼ିଗଲା ପାଟଣାଗଡ଼ର ରୀମାରାଣୀଙ୍କ ସଂସାର। ସ୍ୱାମୀଙ୍କ ସହ ଚାଲିଗଲା ୨ଟି ଜୀବନ। ଆଉ ଏଭଳି ମୃତ୍ୟୁର ଉପହାର ପଠାଇଥିବା ପୁଞ୍ଜିଲାଲ୍ ମେହେରର କଳାକାରନାମା ଖେଳାଇଦେଇଥିଲା ଚାଞ୍ଚଲ୍ୟ। ସେହି ରିୟଲ୍ ଷ୍ଟୋରୀ ଏବେ ରିଲ୍‌ରେ ଦେଖିବେ ଦର୍ଶକ। ନିର୍ମାଣାଧିନ ଫିଲ୍ମର ମୁଖ୍ୟ ଖଳନାୟକ ଅର୍ଥାତ ପୁଞ୍ଜିଲାଲ୍ ମେହେରର ଭୂମିକାରେ ଅଛନ୍ତି ଓଲିଉଡ଼ କଳାକାର ମନୋଜ ମିଶ୍ର, ଘଟଣାର ପର୍ଦ୍ଦାଫାସ କରିଥିବା କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ଆସୁଛନ୍ତି ବଲିଉଡ କଳାକାର ଅତୁଲ କୁଲକର୍ଣ୍ଣୀ। ସେହିପରି ତେଲୁଗୁ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଚେହେରା ତାନିକେଲା ଭରନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ଭିନ୍ନ ଏକ ଚରିତ୍ରରେ।ଫିଲ୍ମଟି ବର୍ତ୍ତମାନ ଉଭୟ ଓଡ଼ିଆ ଓ ତେଲଗୁ ଭାଷାରେ ନିର୍ମାଣ କରାଯାଉଛି। ରିୟଲ୍ ଷ୍ଟୋରୀକୁ ନେଇ ପ୍ରଥମ ଥର ପାଇଁ ପ୍ରସ୍ତୁତ ଏହି ଫିଲ୍ମ ପାଇଁ ୫ କୋଟି ଟଙ୍କାର ବଜେଟ୍ ରହିଛି।

 

0
0
0
s2sdefault