୨୧ରେ କଞ୍ଚାଲଙ୍କାରେ 'ହଉ ହଉ ହେଇଗଲାରେ'

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଅଜୟ ଓ ପ୍ରିୟା । ଉୟୟେ ଉଭୟଙ୍କୁ ଦେଖିଲେ ଚିଡ଼ନ୍ତି,କିନ୍ତୁ ଦୁହିଁଙ୍କ ଭିତରେ ରହିଛି ଏକ ସୁନ୍ଦର ସମ୍ପର୍କ । କିନ୍ତୁ କେତେବେଳେ ସେ ସମ୍ପର୍କ, ସେମାନେ ଦୂରେଇ ଯାଆନ୍ତି ତ ଆଉ କେତେବେଳେ ଭଙ୍ଗା ସମ୍ପର୍କକୁ ଯୋଡ଼ିବାକୁ କଠିନ ପ୍ରୟାସ କରନ୍ତି । ତା’ ଭିତରେ ପୁଣି ପାରିବାରିକ ଡ୍ରାମା। ଏଭଳି ପ୍ରେମ ଓ ପରିବାରର ଫେଣ୍ଟାଫେଣ୍ଟିକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ସିନେମା ‘ହଉ ହଉ ହେଇଗଲାରେ’ । ଯାହା ଜାନୁଆରୀ ୨୧ ତାରିଖରେ ଓଟିଟି କଞ୍ଚାଲଙ୍କାରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କ୍ରିଏଟିଭ ହେଡ ପ୍ରଣୟ ଜେଠୀ ଓ ଅମୃତ ନନ୍ଦ ସୂଚନା ଦେଇଛନ୍ତି ।
ଏଥିରେ ମୁଖ୍ୟ ନାୟକ ଭୂମିକାରେ ରାଜ୍ ରାଜେଶ ଥିଲା ବେଳେ ନାୟିକା ସାଜିଛନ୍ତି ରିୟା । ଉଭୟଙ୍କ ଯୋଡ଼ିକୁ ଦର୍ଶକ ପୂର୍ବରୁ “ରାତି ସରି ସରି ଯାଉଛି' ସିନେମାରେ ଦେଖିସାରିଛନ୍ତି । ସେଥିରେ ଦୁହିଁଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କ ହୃଦୟକୁ ଛୁଇଁଥିଲା । ସିନେମାର ଅନ୍ୟାନ୍ୟ ଚରିତ୍ରର ପିଣ୍ଟୁ ନନ୍ଦ,ଶ୍ଵେତା ଆଚାର୍ଯ୍ୟ, ସୁସ୍ମିତା ପ୍ରଧାନ,ଅକ୍ଷୟ ବସ୍ତିଆ,ଶୁଭଶ୍ରୀ, ରାନୀ ପଣ୍ଡା,ଟୁକୁନା,ନୀଳମଣି ସାହୁ, ପୂଜା, ସଚିନଙ୍କ ସମେତ ବହୁ ଜଣାଶୁଣା କଳାକାର ଅଭିନୟ କରିଛନ୍ତି । ଏହାର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ରମେଶ ରାଉତ ।

0
0
0
s2sdefault